Home Top News ମହିଳା ଦିବସ ଅବସରରେ ବିଜେପି ମହିଳା ମୋର୍ଚ୍ଚାର ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ

ମହିଳା ଦିବସ ଅବସରରେ ବିଜେପି ମହିଳା ମୋର୍ଚ୍ଚାର ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ

58

ଭୁବନେଶ୍ୱର: ଆସନ୍ତା ୮ ତାରିଖ ଦିନ ସମଗ୍ର ବିଶ୍ୱ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହେବାକୁ ଯାଉଛି। ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରେ ଶାସକ ବିଜେଡି ଦଳ ଦଳୀୟ ଆଧାରରେ ଏହି ଦିବସକୁ ପାଳନ କରିବାର ଘୋଷଣା କରିଛି। ମହିଳା ସଶକ୍ତିକରଣର ମିଛ ବାହାସ୍ପୋଟ ମାରୁଥିବା ଏବଂ ଭ୍ରମିତ କରୁଥିବା ଦଳର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅବସରରେ ୫ଟି ପ୍ରଶ୍ନ ରାଜ୍ୟବାସୀଙ୍କ ତରଫରୁ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପଚାରିଛନ୍ତି।
୧- ମୁଖ୍ୟମନ୍ତ୍ରୀ ନିଜର ୨୧ ବର୍ଷ ଶାସନକାଳ ସମୟରେ କେତେ ମହିଳାଙ୍କ କୋଳ ଖାଲି କରିଛନ୍ତି?
୨- କେତେ ସଂଖ୍ୟାରେ ନାବାଳିକାଙ୍କ ବଳାତ୍କାର ଏବଂ ହତ୍ୟା ହୋଇଛି?
୩- ଦାଦନ ଖଟିବାକୁ କେତେ ଲକ୍ଷ ଓଡ଼ିଆ ପୁଅ ବାହାରକୁ ଯାଇଛନ୍ତି ଓ ଏହି କାରଣରୁ କେତେ ମାଁଙ୍କ ଆଖିରୁ ଲୁହ ଝରୁଛି?
୪- ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳା ସଶକ୍ତିକରଣର ଢୋଲ ବାଡ଼ଉଛନ୍ତି ରାଜ୍ୟ ସରକାର, କିନ୍ତୁ ସେ ସବୁ ଗୋଷ୍ଟୀ କେବଳ ଦଳୀୟ ଆଧାରରେ ହୋଇଛି ନାଁ ସାଧାରଣ ମହିଳାଙ୍କୁ ନେଇ ଗଠନ ହୋଇଛି?
୫- ଦଳୀୟ ଆଧାରରେ ଗଠନ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନର ଲକ୍ଷ୍ୟ କେବଳ ଭୋଟ ବ୍ୟାଂକ ନୁହେଁ କି?

୨୦୧୭ ମସିହାରୁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପୋଷଣ ଅଭିଯାନକୁ ରାଜ୍ୟ ସରକାର ରାଜ୍ୟର ମା ଓ ଭଉଣୀଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଲାଗୁ କରିନାହାନ୍ତି। ସେହିପରି କୋଭିଡ୍ ମହାମାରୀ ଭଳି ଦୁର୍ଦ୍ଦିନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା ଓ ଭଉଣୀଙ୍କ ଦୁଃଖ ଓ କଷ୍ଟକୁ ବୁଝି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମାଗଣା ଗ୍ୟାସ ବଣ୍ଟନ କରିଛନ୍ତି। ମାତ୍ର ଏହି ଦୁର୍ଦ୍ଦିନ ସମୟରେ ରାଜ୍ୟର ଅଗଣିତ ମା ଓ ଭଉଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ କ’ଣ ବୋଲି ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏହି ଅବସରରେ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର ଉପସ୍ଥିତ ଥିଲେ।
-@Dr

ବିଜେପି ରାଜ୍ୟ ପଦାଧିକାରୀ ବୈଠକ: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.