Home ଓଡ଼ିଶା ଦୂରଦର୍ଶନର ଖ୍ୟାତନାମା ଆଙ୍କର ନୀଲମ ଶର୍ମାଙ୍କର ନିଧନ : ମାର୍ଚ୍ଚରେ ମିଳିଥିଲା ନାରୀ ଶକ୍ତି ସମ୍ମାନ

ଦୂରଦର୍ଶନର ଖ୍ୟାତନାମା ଆଙ୍କର ନୀଲମ ଶର୍ମାଙ୍କର ନିଧନ : ମାର୍ଚ୍ଚରେ ମିଳିଥିଲା ନାରୀ ଶକ୍ତି ସମ୍ମାନ

784

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ଦୂରଦର୍ଶନର ଖ୍ୟାତନାମା ଆଙ୍କର ନୀଲମ ଶର୍ମା ଶନିବାରଦିନ ପରଲୋକ ଗମନ କରିଛନ୍ତି। ଦୂରଦର୍ଶନ ନିଜର ଆଧିକାରିକ ଟ୍ଵିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦିଆଯାଇଛି। କୁହାଯାଉଛିଯେ, ସେ କ୍ୟାସରରେ ପୀଡ଼ିତ ଥିଲେ। ସଂଧ୍ୟା ଛଅଟା ବେଳେ ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ନୀଲମ ଶର୍ମା ଦୂରଦର୍ଶନର ଜଣେ ପରିତିତ ଚେହେରା। ୧୯୯୫ ରୁ ଦୂରଦର୍ଶନରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ନିଜର ୨୦ ବର୍ଷର କ୍ୟାରିୟରରେ ‘ତେଜସ୍ଵିନୀ’ ଏବଂ ‘ବଡ଼ୀ ଚର୍ଚ୍ଚା’ ପରି ଲୋକପ୍ରିୟ କାର୍ଯ୍ୟକ୍ରମର ସଞ୍ଚାଲନ କରିଛନ୍ତି। ନୀଲମ ଶର୍ମା ତେଜସ୍ଵିନୀ କାର୍ଯ୍ୟକ୍ରମରେ ସମାଜ ପାଇଁ ରୋଲ ମଡେଲ ବନିଥିଲେ ଏବଂ ଭାରତର ସବୁଠାରୁ ଦୂରସ୍ଥ ଭାଗରେ ରହୁଥିବା ମହିଳାମାନଙ୍କ ଦ୍ଵାରା ହାସଲ କରାଯାଇଥିବା ଉପଲବ୍ଧିଗୁଡ଼ିକ ଉପରେ ଚର୍ଚ୍ଚା କରୁଥିଲେ।

ଅନେକ ମିଡ଼ିଆ ସଂସ୍ଥାନରେ ଭିଜିଟିଙ୍ଗ ପାକଲ୍ଟୀ ଥିଲେ ନୀଲମ। ନୀଲମ ଶର୍ମା ନିଜର କ୍ୟାରିୟରରେ ବେଷ୍ଟ ନ୍ୟୁଜ ଆଙ୍କର ଆୱାର୍ଡ, ଆଧୀ ଆବାଦୀ ଆୱାର୍ଡ ଏବଂ କେପିଏସ ଗିଲ ଫିୟରଲେସ ଜର୍ନାଲିଷ୍ଟ ଆୱାର୍ଡ ପରି ଅନେକ ପ୍ରତିଷ୍ଠିତ ଆୱାର୍ଡରେ ସମ୍ମାନିତା। ଏହି ବର୍ଷ ୮ ମାର୍ଚ୍ଚରେ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ‘ନାରୀ ଶକ୍ତି ସମ୍ମାନ’ ରେ ସମ୍ମାନୀତ କରିଥିଲେ। ନାରୀ ଶକ୍ତି ପୁରସ୍କାର ମହିଳାମାନଙ୍କର ଉପଲବ୍ଧି ଏବଂ ଯୋଗଦାନକୁ ମାନ୍ୟତା ଦେଉଥିବା ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଅଟେ।

ତାଙ୍କ ପରଲୋକରେ ସାମାଜିକ ଗଣ ମାଧ୍ୟମରେ ଅନେକ ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.