Home ଓଡ଼ିଶା ୩୧ ଅଗଷ୍ଟ ପରେ ITR ଫାଇଲ କଲେ ଦେବେ ଜରିମାନା !

୩୧ ଅଗଷ୍ଟ ପରେ ITR ଫାଇଲ କଲେ ଦେବେ ଜରିମାନା !

145

ନୂଆଦିଲ୍ଲୀ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ମୋଦି ସରକାର ଇନକମ ଟ୍ୟାକ୍ସ ରିଟଣ୍ଣ ଫାଇଲ କରିବା ପାଇଁ ଆଉ ଗୋଟିଏ ମାସ ବଢାଇ ଦେଇଛନ୍ତି। ପୂର୍ବରୁ ଏହା ୩୧ ଜୁଲାଇ ଥିଲା। ଯାହାକୁ ଏବେ ୩୧ ଅଗଷ୍ଟ ୨୦୧୯ କରାଯାଇଛି।

ହେଲେ ଯଦି ଆପଣ ଭାବୁଛନ୍ତି ଯେ, ଆଉ ଅଧିକ ଗୋଟିଏ ମାସ ସମୟ ମିଳିଛି, ଆରାମରେ ରିଟର୍ଣ୍ଣ ଫାଇଲ କରିବେ; ତେବେ ଏହି ଭାବନା ମନରୁ ହଟାଇ ଦିଅନ୍ତୁ।

ଯଦି ଆପଣ ୩୧ ଅଗଷ୍ଟ ଭିତରେ ରିଟର୍ଣ୍ଣ ଫାଇଲ କରି ଦିଅନ୍ତି, ତାହେଲେ ଆପଣ ୫ ହଜାର ଜରିମାନା ଦେବାରୁ ଵଞ୍ଚିପାରିଵେ।

ଅନ୍ୟପଟେ ଯଦି ଆପଣ ୩୧ ଅଗଷ୍ଟ ପରେ ଆଇଟିଆର ଫାଇଲ କରୁଛନ୍ତି, ତେବେ ଆପଣଙ୍କୁ ୫ ହଜାର ଜରିମାନା ଦେବାକୁ ପଡ଼ିପାରେ।

ଆଉ ୧ ଜାନୁଆରୀ ରୁ ୩୧ ମାର୍ଚ୍ଚ ଭିତରେ କଲେ, ୧୦ ହଜାର ଜରିମାନା ଦେଇପାରନ୍ତି। ସେଥିପାଇଁ ଯଥା ସମ୍ଭବ ଏହା କରି ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.