Home ଓଡ଼ିଶା କନ୍ଧମାଳ ଜିଲ୍ଲାରେ ବୁଲୁଛି ନକଲି ଟଙ୍କା: ଜନସାଧାରଣ ମଧ୍ୟରେ କୋକୁଆ ଭୟ

କନ୍ଧମାଳ ଜିଲ୍ଲାରେ ବୁଲୁଛି ନକଲି ଟଙ୍କା: ଜନସାଧାରଣ ମଧ୍ୟରେ କୋକୁଆ ଭୟ

123

କନ୍ଧମାଳ, ୨୫/୬-(ଓଡ଼ିଆ ପୁଅ/ ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଲାଣ ଧରାଇଲା ନକଲି ଟଙ୍କା। ପୁଲିସ ହାତରେ ଲାଗିଥିବା ନକଲି ନୋଟକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଦେଖାଯାଇଛି କୋକୁଆ ଭୟ। ଏହି ନକଲି ନୋଟ କାରବାରର ମାଷ୍ଟରମାଇଣ୍ଡ ଧରାପଡ଼ିବାପରେ ସେ ପୁଲିସକୁ ଦେଇଥିବା ତଥ୍ୟକୁ ନେଇ ଏବେ ଚିନ୍ତାରେ ସାଧାରଣ ଜନତା। ପୁଲିସ ତଦନ୍ତ ପରେ ଏହା ଦୀର୍ଘ ୮ମାସ ହେଲା ଚାଲିଥିବା ଜଣାପଡ଼ିଛି। ପୁଲିସ କେବଳ ୧ ଲକ୍ଷ ୧୩ ହଜାର ଟଙ୍କାର ନକଲି ନୋଟ ଜବତ କରିଛି। ପୁଲିସର କହିବା ଅନୁସାରେ ଏହି ନକଲି ନୋଟକୁ ନେଇ ଅଭିଯୁକ୍ତ ଜିଲ୍ଲା ତଥା ଜିଲ୍ଲା ବାହାରର କିଛି ଗଞ୍ଜେଇ ମାଫିଆମାନଙ୍କୁ ଦେଇଥିବାବେଳେ ଏହି କାରବାରରେ ଗିରଫ ହୋଇଥିବା ପୁଲିସ କନଷ୍ଟେବଳଙ୍କ ଦ୍ୱାରା ଏହି ନକଲି ନୋଟ ଗଞ୍ଜେଇ ମାଫିଆଙ୍କ ପାଖକୁ ପହଞ୍ଚାଯାଉଥିଲା। ତେବେ ଏହି ଘଟଣାପରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏହି କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାକୁ ବାହାର କରିବା ପାଇଁ ମଧ୍ୟ ବିଭିନ୍ନ ମହଲରେ ଦାବି ହୋଇଛି। ଏହି ନକଲି ନୋଟ କାରବାର ଘଟଣାପଦାକୁ ଆସିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେ ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟକୁ ନେଇ ନାନା ଦ୍ୱନ୍ଦ ଉପୁଜିବା ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ତନାଘନା ଆରମ୍ଭ କଲାପରେ ପୁଲିସ ଫୁଲବାଣୀ ସହରର ଏଫସିଆଇ ଛକ ନିକଟରେ ଥିବା ଚିତ୍ରକୁଟ ସାହିର ଆକାଶ କୁମାର ନାଏକ ନାମକ ଜଣେ ଯୁବକକୁ ଗିରଫ କରବା ସହିତ କୋର୍ଟଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.