Home ଓଡ଼ିଶା କରୋନା ପାଇଁ ପର୍ଯ୍ୟଟନ ସହର ପୁରୀରେ ବ୍ୟାପକ ସତର୍କତା

କରୋନା ପାଇଁ ପର୍ଯ୍ୟଟନ ସହର ପୁରୀରେ ବ୍ୟାପକ ସତର୍କତା

95

ପୁରୀ, ୧୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର ତଥା ପ୍ରମୁଖ ତୀର୍ଥ କ୍ଷେତ୍ର ଶ୍ରୀକ୍ଷେତ୍ରରେ କରୋନା ନିମନ୍ତେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଜିଲାପ୍ରଶାସନ ପକ୍ଷରୁ ଦରକାର ନପଡିଲେ ପୁରୀକୁ ନଆସିବା ପାଇଁ ଅନୁରୋଧ କରାଯାଇଛି। ଜିଲାପାଳଙ୍କ ନିର୍ଦେଶ କ୍ରମେ ଆଜି ପିପିଲି ଟୋଲଗେଟ ଠାରେ ପୁରୀକି ଆସୁଥିବା ଯାତ୍ରୀ ବାହି ବସ୍ ଓ କାର ଗୁଡିକୁ ତନତନ କରି ଯାଂଚ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯାଂଚ କାରୀ ଦଳରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପ୍ରଶାସନ ଅଧିକାରୀ ପୁଲିସ ଓ ପରିବହନ ବିଭାଗର କର୍ମଚାରୀ ରହିଛନ୍ତି। ଯଦି କୌଣସି ଯାତ୍ରୀ ଖାସ ଛିଙ୍କ ଜ୍ୱରରେ ପିଡୀତ ଥିଲେ ତାଙ୍କୁ ସହର ମଧ୍ୟକୁ ପ୍ରବେଶ କରିବା ପାଇଁ ବାରଣ କରାଯାଉଛି। ଗତକାଲି ଛତିଶା ନିଯୋଗ ବୈଠକର ନିଷ୍ପତି ଅନୁଯାୟୀ ଶ୍ରୀମନ୍ଦିର ଭିତରେ ଧାଡିଦର୍ଶନ ଆରମ୍ଭ ହୋଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ଅନ୍ୟ ବ୍ୟକ୍ତି ଏକ ମିଟର ଦୂରତା ମଧ୍ୟରେ ରହିଥିବା ଦେଖାଯାଇଥିଲା। ସେହିପରି ବେଳାଭୂମୀ ରେ ଦଳଦଳ ହୋଇ ପର୍ଯ୍ୟଟକ ନବୁଲିବା ପାଇଁ ବାରଣ କରାଯାଇଛି। ଯେଉଁ ପର୍ଯ୍ୟଟକ ମାନେ ପୁରୀ ଆସିଛନ୍ତି ସେମାନେ ବାହାରକୁ ନବାହାରି ହୋଟେଲ ମଧ୍ୟରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ବେଳଭୂମୀ ଉପରେ ନିର୍ଭର କରୁଥିବା ସମସ୍ତ ଉଠା ଦୋକାନୀ ଗୁଡିକୁ ନବସିବା ପାଇଁ ବାରଣ କରାଯାଇଛି। ଯଦ୍ୱାରା ଆଜି ବେଳାଭୂମୀ ଖାଁ ଖାଁ ଲାଗୁଥିଲା। ସେହିପରି ସିଂହ ଦ୍ୱାରରେ ମଧ୍ୟ ଯାତ୍ରୀ ମାନଙ୍କର ଗହଳି ନଥିବା ଦେଖାଯାଇଥିଲା। ପୁରୀ ସହରବାସୀ ନିଜକୁ ସୁରକ୍ଷା ରଖିବା ପାଇଁ ସଚେତନତା ଅବଲମ୍ବନା କରିବା ପାଇଁ ଅନୁରୋଧ କରାଯାଇଛି। ରେଳ ପ୍ଲାଟଫର୍ମରେ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସଚେତନ କରାଇବା ସହ ହ୍ୟାଣ୍ଡ ଓାସ ବ୍ୟବହାର କରିବା ପାଇଁ ଆଶା କର୍ମୀ ମାନେ ସଚେତନ କରାଇଥିଲେ। ବାହାରୁ ଆସୁଥିବା ଯାତ୍ରୀ ମାନଙ୍କୁ ମଧ୍ୟ ଆଶା କର୍ମୀ ମାନେ କରୋନା ସଂପର୍କିତ ପ୍ରଚାର ପତ୍ର ବଂଟନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.