Home ଓଡ଼ିଶା ପୁରୀରେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ର କୁତ୍ରିମ ଅଭାବ ସୃଷ୍ଟି

ପୁରୀରେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ର କୁତ୍ରିମ ଅଭାବ ସୃଷ୍ଟି

120

ପୁରୀ, ୧୬/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରରେ ଥିବା ବିଭିନ୍ନ ଔଷଦ ଦୋକାନ ଗୁଡିକରେ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ର କୃତ୍ରିମ ଅଭାବ ଦେଖାଦେଇଛି। କରୋନା ପ୍ରତିଷେଧକ ପାଇଁ ପ୍ରତ୍ୟେକ ବ୍ୟକ୍ତି ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିବା ଯୋଗୁଁ ସମସ୍ତେ ମାସ୍କ କିଣିବା ପାଇଁ ମେଡିସିନ ଷ୍ଟୋର ଆଗରେ ଭିଡ ଲଗାଉଥିବା ଦେଖାଯାଉଛି। କେତେକ ବ୍ୟବସାୟ ପ୍ରତିଷ୍ଠାନ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ମାସ୍କ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଜିଲା ସ୍ୱାସ୍ଥ୍ୟ ବିଭାଗ ଏସଂପର୍କରେ ଜାଣୁଥିଲେ ମଧ୍ୟ ଦୋକାନ ଗୁଡିକୁ ଯାଂଚ କରୁନଥିବା ଅଭିଯୋଗ ହେଉଛି। ଏଦିଗରେ ଜିଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.