Home Top News ୬ ୱିକେଟରେ ଇଲଣ୍ଡର ବିଜୟ ଲାଭ – ବୟୋରଷ୍ଟୋ ଏବଂ ବେନ୍‌ ଷ୍ଟୋକ୍ସଙ୍କର ଧୁଆଁଧାର ବ୍ୟାଟିଂ...

୬ ୱିକେଟରେ ଇଲଣ୍ଡର ବିଜୟ ଲାଭ – ବୟୋରଷ୍ଟୋ ଏବଂ ବେନ୍‌ ଷ୍ଟୋକ୍ସଙ୍କର ଧୁଆଁଧାର ବ୍ୟାଟିଂ ଆଗରେ ଫିକା ପଡ଼ିଲା ରାହୁଲଙ୍କ ଶତକ

61

ପୁଣେ ୨୬-୩ (ଓଡ଼ିଆ ପୁଅ) ୱିକେଟରେ ଇଲଣ୍ଡର ବିଜୟ ଲାଭ। ବୟୋରଷ୍ଟୋ ଏବଂ ବେନ୍‌ ଷ୍ଟୋକ୍ସଙ୍କର ଧୁଆଁଧାର ବ୍ୟାଟିଂ ଆଗରେ ଫିକା ପଡ଼ିଲା ରାହୁଲଙ୍କ ଶତକ। ଭାରତ ୬ ୱିକେଟ୍ ହରାଇ ୫୦ ଓଭରରେ ୩୩୬ ରନ୍‌ ସଂଗ୍ରହ କରିଥିଲା। କିନ୍ତୁ ବୟୋରଷ୍ଟୋ ଏବଂ ବେନ୍‌ ଷ୍ଟୋକ୍ସଙ୍କର ଧୁଆଁଧାର ବ୍ୟାଟିଂ ଆଗରେ ଭାରତର ୩୩୬ ରନ୍‌ ଫିକାପଡ଼ିଯାଇଥିଲା। ୪୩.୩ ଓଭରରେ ୪ ୱିକେଟ ହରାଇ ଇଲଣ୍ଡ ୩୩୭ ରନ୍‌ ସଂଗ୍ରହ କରିଛି।

ବୟୋରଷ୍ଟୋ ଏବଂ ବେନ୍‌ଷ୍ଟୋକ୍ସଙ୍କର ଧୁଆଁଧାର ବ୍ୟାଟିଂ ଆଗରେ ଫିକା ପଡ଼ିଯାଇଥିଲେ ଭାରତୀୟ ବୋଲର। ତେବେ ଯାହା ହେଉ ଭୁବନେଶ୍ୱର କୁମାରଙ୍କର ବଲରେ ବେନ ଷ୍ଟୋକ୍ସ ୯୯ରେ ଆଉଟ ହୋଇଯାଇଥିଲେ। ବେନ୍‌ଷ୍ଟୋକ୍ସ ୯୯ ରନ୍‌କରିଥିଲେ। ସେ ୫୨ ଟି ବଲ୍‌ଖେଳି ୯୯ ରନ୍‌ସଂଗ୍ରହ କରିଛନ୍ତି। ସେଥିରେ ସେ ୧୦ଟି ଛକା ଏବଂ ୪ ଟି ଚୌକା ସାମିଲ ଅଛି।

ଏହା ପରେ କିନ୍ତୁ ବୟୋରଷ୍ଟୋ ଏବଂ ବେନ୍‌ଷ୍ଟୋକ୍ସଙ୍କର ଧୁଆଁଧାର ବ୍ୟାଟିଂ ଆଗରେ ଭାରତର ୩୩୬ ରନ୍‌ ଫିକାପଡ଼ିଲା ପରି ଲାଗୁଥିଲା। କିନ୍ତୁ ବୟୋରଷ୍ଟୋ ୧୨୪ ରନ୍‌କରି ପ୍ରସିଦ୍ଧ କୃଷ୍ଣଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେ ୧୧୨ ଟି ବଲ୍‌ଖେଳି ୧୨୪ ରନ୍‌ସଂଗ୍ରହ କରିଛନ୍ତି। ସେଥିରେ ସେ ୭ ଛକା ଏବଂ ୧୧ ଟି ଚୌକା ମାରିଥିଲେ। ଏହା ପରେ ଜସ୍‌ବଟଲର ମଧ୍ୟ ୦ରେ ଆଉଟ ହୋଇଯାଇଥିଲା। ପ୍ରଥମେ ଲାଗୁଥିଲାଯେ, ଭାରତୀୟ ବୋଲର ମାନେ ସଂଘର୍ଷ କରୁଛନ୍ତି। କିନ୍ତୁ ଲଗାତାର ୩ ୱିକେଟ ନେବା ପରେ ଏବେ ଭାରତ ହାତକୁ ମ୍ୟାଚ୍‌ଆସିଯାଇଥିଲା। ତେବେ ଆହୁରି ମଧ୍ୟ ୱିକେଟ୍‌ର ଆବଶ୍ୟକତା ପଡ଼ୁତିଲା। ବଟଲରଙ୍କ ୱିକେଟ୍‌ ପ୍ରସିଦ୍ଧ କୃଷ୍ଣ ନେଇଛନ୍ତି। ବର୍ତ୍ତମାନ ଡେଭିଡ ମାଲାନ ଏବଂ ଲିଆମ ଲିଭିଙ୍ଗଷ୍ଟୋନ ଖେଳୁଥିଲେ। ଲିଆମ ଲିଭିଙ୍ଗଷ୍ଟୋନ ମଧ୍ୟ ଆକ୍ରମକ ବ୍ୟାଟି କରିଥିଲେ।

ରାହୁଲଙ୍କ ଶତକ ଏବଂ ପନ୍ତଙ୍କ ବିସ୍ଫୋରକ ଇନିଂସ ଯୋଗୁଁ ଭାରତ ୩୩୬ ରନ୍ ସଂଗ୍ରହ କରିପାରିଥିଲା। ଦ୍ୱିତୀୟ ODI ରେ ଇଂଲଣ୍ଡ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଲଣ୍ଡର ଓପନରର ଜେସନନରୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଜେସନ ରୟ ୫୨ ବଲ୍‌ଖେଳି ୫୫ ରନ୍‌ସଂଗ୍ରହ କରି ରନ୍‌ ଆଉଟ୍‌ହୋଇଛନ୍ତି। ୩୨ ଓଭର ପରେ ଇଲଣ୍ଡର ସ୍କୋର ଥିଲା ୨୧୦/୧। ସଂଘର୍ଷ କରୁଥିଲେ ଭାରତୀୟ ବୋଲର। ୩୩ ତମ ଓଭରରେ ଲଗାତାର ତିନୋଟି ଛକ୍କା ମାରିଲେ ବେନ୍‌ଷ୍ଟୋକ୍ସ।

ଇଂଲଣ୍ଡ ଦଳରେ ତିନୋଟି ପରିବର୍ତ୍ତନ ହୋଇଥିବା ବେଳେ। ଋଷଭ ପନ୍ତ ଭାରତୀୟ ଦଳରେ ଶ୍ରେୟସ ଆୟରଙ୍କ ସ୍ଥାନରେ ଫେରିଥିଲେ।

ପୁଣେରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଯଦି ଭାରତୀୟ ଦଳ ବିଜୟ ଲାଭ କରିଥିଲେ ଏହି ସିରିଜକୁ ଉପରେ ବିଜୟଲାଭ କରିତାନ୍ତା। ତେବେ ଅନ୍ୟପଟେ ଇଲଣ୍ଡପାଇଁ ଥିଲା ଏହା କର କିମ୍ବା ମର ପରିସ୍ଥିତି।

ଟସ୍‌ହାରିବା ପରେ ଭାରତୀୟ ଦଳ ପ୍ରଥମରୁ ଖରାପ ପ୍ରଦର୍ଶନ କରିଥିଲା। ଉଭୟ ଓପନର ଶସ୍ତାରେ ଆଉଟ୍‌ହୋଇଯିବା ପରେ ବିରାଟ କୋହଲି ତାଙ୍କର ୬୨ ତମ ଅର୍ଦ୍ଧଶତକ ମାରିଥିଲେ ତାଙ୍କର ସାଥୀ ଦେଇଥିଲେ ଲୋକେଶ ରାହୁଲ୍‌। ଏବଂ ରାହୁଲ ତାଙ୍କର ପଞ୍ଚମ ଶତକ ହାସଲ କରିଛନ୍ତି। କେଏଲ ରାହୁଲ ୧୦୮ ରନ୍ ସଂଗ୍ରହ କରିବା ପରେ ଟମ କୁରାନ୍‌ଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ।

ଭାରତ ଏକାଦଶ
ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟ୍ କିପର), କେ.ଏଲ୍ ରାହୁଲ, କୁଲଦୀପ ଯାଦବ, କ୍ରୁନାଲ ପାଣ୍ଡ୍ୟା, ଭବନେଶ୍ୱର କୁମାର, ପ୍ରସିଦ୍ଧ କୃଷ୍ଣ, ଶାର୍ଦ୍ଦୁଲ ଠାକୁର
ଇଂଲଣ୍ଡ: ଜେସନ ରୟ, ଡେଭିଡ ମାଲାନ, ଜସେ ବଟଲର (ଅଧିନାୟକ), ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ମୋଇନ ଅଲି, ଲିଆମ ଲିଭିଙ୍ଗଷ୍ଟୋନ, ସାମ କୁରାନ, ଟମ କୁରାନ୍‌, ଆଦିଲ ରସିଦ, ରିସ ଟୋପଲି
ସ୍କୋର କାର୍ଡ଼
ଭାରତ ବ୍ୟାଟ୍ସମ୍ୟାନ ରନ୍‌ବଲ୍‌S/R ଚୌକା ଛକ୍କା
ରୋହିତ ଶର୍ମା c ଆଦିଲ ରସିଦ v ସାମ କୁରାନ ୨୫ ୨୫ ୧୦୦.୦୦ ୫ ୦
ଶିଖର ଧାୱନ c ବେନ୍ ଷ୍ଟୋକ୍ସ b ରିସ୍ ଟୋପଲି ୪ ୧୭ ୨୩.୫୨ ୦ ୦
ବିରାଟ କୋହଲି c ଜୋସ୍ ବଟଲର b ଆଦିଲ ରସିଦ ୬୬ ୭୯ ୮୩.୫୪ ୩ ୧
କେ.ଏଲ୍ ରାହୁଲ c ରିସ୍ ଟୋପଲି b ଟମ୍ କୁରାନ୍ ୧୦୮ ୧୧୪ ୯୪.୭୩ ୭ ୨
ଋଷଭ ପନ୍ତ c ଜାସନ୍ ରୟ b ଟମ୍ କୁରାନ୍ ୭୭ ୪୦ ୧୯୨.୫୦ ୩ ୭
ହାର୍ଦିକ ପାଣ୍ଡ୍ୟା c ଜାସନ୍ ରୟ b ରିସି ଟୋପଲି ୩୫ ୧୬ ୨୧୮.୭୫ ୧ ୪
କ୍ରୁନାଲ ପାଣ୍ଡ୍ୟା ନଟ୍‌ଆଉଟ୍‌୧୨ ୯ ୧୩୩.୩୩ ୧ ୦
ଶାର୍ଦ୍ଦୁଲ ଠାକୁର ନଟ୍‌ଆଉଟ୍‌୦ ୦ ୦.୦୦ ୦ ୦
ଖେଳି ନାହାଁନ୍ତି
ଭୁବନେଶ୍ୱର କୁମାର
କୁଲଦୀପ ଯାଦବ
ପ୍ରସିଦ୍ଧ କୃଷ୍ଣା
EXTRAS (w ୭,।b ୨) ୯।
ମୋଟ (୬ ୱିକେଟ୍, ୫୦ ଓଭର) ୩୩୬
ୱିକେଟ୍ ପତନ
୧-୯, (ଶିଖର ଧାୱନ, ୩.୫) ୨-୩୭, (ରୋହିତ ଶର୍ମା, ୮.୪) ୩-୧୫୮, (ବିରାଟ କୋହଲି, ୩୧.୬) ୪-୨୭୧, (କେ.ଏଲ୍ ରାହୁଲ, ୪୪.୫) ୫-୩୦୮, (ଋଷଭ ପନ୍ତ, ୪୬.୫) ୬-୩୩୪, (ହାର୍ଦ୍ଦିକ ପାଣ୍ଡ୍ୟା, ୪୯.୫)
ଇଂଲଣ୍ଡ ବୋଲିଂ
ବୋଲର୍ସ ଓଭର ରନ୍‌ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ସାମ୍ କୁରାନ୍ ୭ ୪୭ ୧ ୬.୭୧ ୨୩ ୦
ରିସ୍ ଟୋପଲି ୮ ୫୦ ୨ ୬.୨୫ ୨୨ ୦
ଟମ୍ କୁରାନ୍ ୧୦ ୮୩ ୨ ୮.୩୦ ୨୫ ୦
ବେନ୍ ଷ୍ଟୋକ୍ସ ୫ ୪୨ ୦ ୮.୪୦ ୯ ୦
ମୋଏନ୍ ଅଲି ୧୦ ୪୭ ୦ ୪.୭୦ ୧୯ ୦
ଆଦିଲ୍ ରଶିଦ୍ ୧୦ ୬୫ ୧ ୬.୫୦ ୧୭ ୦

ଇଂଲଣ୍ଡ ବ୍ୟାଟିଂ
ବ୍ୟାଟ୍ସମ୍ୟାନ ରନ୍‌ ବଲ୍‌S/R ଚୌକା ଛକ୍କା

ଜେସନ ରୟ ରନ୍‌ ଆଉଟ୍ (ରୋହିତ ଶର୍ମା / ଋଷଭ ପନ୍ତ) ୫୫ ୫୨ ୧୦୫.୭୬ ୭ ୧
ଜନି ବେୟାରଷ୍ଟୋ c ବିରାଟ କୋହଲି b ପ୍ରସାଦ କୃଷ୍ଣ ୧୨୪ ୧୧୨ ୧୧୦.୭୧ ୧୧ ୭
ବେନ୍ ଷ୍ଟୋକ୍ସ c ଋଷଭ ପନ୍ତ b ଭୁବନେଶ୍ୱର କୁମାର ୯୯ ୫୨ ୧୯୦.୩୮ ୪ ୧୦
ଡେଭିଡ୍ ମାଲାନ୍ ୧୬ ୨୩ ୬୯.୫୬ ୧ ୦ ଅପରାଜିତ
ଜୋସ୍ ବଟଲର୍ CPT WKT b ପ୍ରସିଦ୍ଧ କୃଷ୍ଣ ୦ ୩ ୦.୦୦ ୦ ୦
ଲିଆମ୍ ଲିଭିଙ୍ଗଷ୍ଟୋନ୍ ୨୭ ୨୧ ୧୨୮.୫୭ ୧ ୨ ଅପରାଜିତ
ଖେଳିନାହାଁନ୍ତି
ମୋଇନ୍ ଅଲି – – – – –
ସାମ୍ କୁରାନ୍ – – – – –
ଟମ୍ କୁରାନ୍ – – – – –
ଆଦିଲ ରସିଦ – – – – –
ରିସ୍ ଟୋପଲି – – – – –

EXTRAS (nb ୨, w ୮, b ୪,।b ୨) ୧୬।
ମୋଟ (୪ ୱିକେଟ୍, ୪୩.୩ ଓଭର) ୩୩୭
ୱିକେଟ୍ ପତନ
୧-୧୧୦, (ଜାସନ୍ ରୟ, ୧୬.୩) ୨–୨୮୫, (ବେନ୍ ଷ୍ଟୋକ୍ସ, ୩୫.୨) ୩–୨୮୭, (ଜନି ବେୟାରଷ୍ଟୋ, ୩୬.୧) ୪–୨୮୭, (ଜୋସ୍ ବଟଲର, ୩୬.୪)
ଇଣ୍ଡିଆ ବୋଲିଂ
ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଭୁବନେଶ୍ୱର କୁମାର ୧୦ ୬୩ ୧ ୬.୩୦ ୩୨ ୦
ପ୍ରସିଦ୍ଧ କୃଷ୍ଣ ୧୦ ୫୮ ୨ ୫.୮୦ ୩୮ ୦
ଶାର୍ଦ୍ଦୁଲ ଠାକୁର ୭.୩ ୫୪ ୦ ୭.୨୦ ୨୩ ୦
କୁଲଦୀପ ଯାଦବ ୧୦ ୮୪ ୦ ୮.୪୦ ୨୭ ୦
କ୍ରୁନାଲ ପାଣ୍ଡ୍ୟା ୬ ୭୨ ୦ ୧୨.୦୦ ୬ ୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.