Home Top News ଇଲଣ୍ଡକୁ ପ୍ରଥମ ଝଟକା – ଶୂନରେ ଜେସନ ରୟ ଆଉଟ୍

ଇଲଣ୍ଡକୁ ପ୍ରଥମ ଝଟକା – ଶୂନରେ ଜେସନ ରୟ ଆଉଟ୍

71

ନୂଆ ଦିଲ୍ଲୀ ୨୦ ମାର୍ଚ୍ଚ (ଓଡ଼ିଆ ପୁଅ) ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟି -୨୦ ମ୍ୟାଚ୍ ଖେଳାଯାଉଛି। ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୨ ବରାବର ଅଛି। ଏହି ମ୍ୟାଚ୍‌ଯିଏ ଜିତିବ ସେ ସିରିଜ୍‌ଜାତିବ। ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୨୨୪ ରନ କରିଛି ଭାରତ। ତେବେ ଇଲଣ୍ଡକୁ ଲାଗିଛି ପ୍ରଥମ ଝଟକା। ଇଲଣ୍ଡର ଓପନର୍‌ ଜେସନ୍‌ ରୟ ଶୂନରେ ଆଉଟ ହୋଇଯାଇଛନ୍ତି।ସେ ଭୁବନେଶ୍ୱର କୁମାରଙ୍କ ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲି ଚମତ୍କାର ଆରମ୍ଭ କରିଥିଲେ। ରୋହିତ ଶର୍ମା ୩୪ ବଲ ଖେଳି ୪ଟି ଚୌକା ଏବଂ ୫ଟି ଛକା ସହାୟତାରେ ୬୪ ରନ କରି ଆଉଟ ହୋଇଛନ୍ତି। ରୋହିତ ଆଉଟ ହେବା ପରେ ଅଧିନାୟକ ବିରାଟ କୋହଲି ବିସ୍ଫୋରକ ବ୍ୟାଟିଂ କରିଥିଲେ। କୋହଲି ୫୨ ବଲ ଖେଳି ୭ଟି ଚୌକା ଏବଂ ୨ଟି ଛକା ସହାୟତାରେ ୮୦ ରନ ଏବଂ ହାର୍ଦ୍ଧିକ ପାଣ୍ଡ୍ୟା ୧୭ ବଲ ଖେଳି ୪ ଚୌକା ଏବଂ୨ ଛକା ସହାୟତାରେ ୩୯ ରନ କରି ଅପରାଜିତ ଅଛନ୍ତି। ସୂର୍ଯ୍ୟକୁମାର ଯାଦବ ୧୭ ବଲରେ ୩ ଚୌକା ଏବଂ ୨ଟି ଛକା ସହାୟତାରେ ୩୨ ରନ କରି ଆଉଟ ହୋଇଛନ୍ତି।

ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆରେ ଗୋଟିଏ ପରିବର୍ତ୍ତନ ହୋଇଛି ଇଂଲଣ୍ଡ ଅପରିବର୍ତ୍ତିତ ରହିଛି। କେଏଲ୍ ରାହୁଲ୍‌ଙ୍କ ସ୍ଥାନରେ ଟି ନଟରାଜନ ଖେଳୁଛନ୍ତି। ଏହି ମ୍ୟାଚ ଜିତି ସିରିଜ ଜିତିବା ଲକ୍ଷ୍ୟ ନେଇ ଭାରତ ଓ ଇଂଲଣ୍ଡ ଟିମ ପଡିଆକୁ ଓହ୍ଲାଇଛନ୍ତି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟ୍ ଓ ୩ୟ ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା। ୨ୟ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିଥିଲା ବେଳେ ୪ର୍ଥ ମ୍ୟାଚରେ ୮ ରନ୍‌ରେ ବିଜୟ ଆସଲ କରିଥିଲା। ତେଣୁ ଆଜିର ମୁକାବିଲା ଉଭୟ ଇଂଲଣ୍ଡ ଓ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ।

ରୋହିତ ଏହି ଶେଷ ମ୍ୟାଚ୍‌ରେ ଅର୍ଦ୍ଧ ଶତକ ମାରିଛନ୍ତି। ସେ କେବଳ ୩୪ ବଲ୍‌ଖେଳି ୬୪ ରନ୍‌କରିଛନ୍ତି।
ରୋହିତଙ୍କ ପରେ ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ମାରିଛନ୍ତି। ସେ ୩୬ଟି ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଛନ୍ତି।
ରୋହିତ୍‌ଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଆସିଥିଲେ ସେ ଆସୁଆସୁ ଦୁଇଟି ଛକ୍କା ମାରିଥିଲେ।
୧୭ ଟି ବଲ୍‌ରେ ୨ଟି ଛକ୍କା ଏବଂ ୩ଟି ଚୋକା ମାରି ୩୨ରେ ଆଉଟ୍‌ହେଲେ ସୂର୍ଯ୍ୟକୁମାର, ତାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲେ ଖେଳିବା ପାଇଁ। ସେ ବର୍ତ୍ତମାନ ବିରାଟ କୋହଲିଙ୍କର ସାଥି ଦେଇଥିଲେ।
ସ୍କୋର ବୋର୍ଡ଼
ଭାରତ ୨୨୪/୨
ବ୍ୟାଟ୍ସମ୍ୟାନ୍‌ରନ୍‌, ବଲ୍‌, S/R ଚୌକା ଛକ୍କା
ରୋହିତ ଶର୍ମା ୬୪ ୩୪ ୧୮୮.୨୩ ୪ ୫
ବିରାଟ କୋହଲି ୮୦ ୫୨ ୧୫୩.୮୪ ୭ ୨
ସୂର୍ଯ୍ୟକୁମାର ଯାଦବ ୩୨ ୧୭ ୧୮୮.୨୩ ୩ ୨
ହାର୍ଦିକ ପାଣ୍ଡ୍ୟା ୩୯ ୧୭ ୨୨୯.୪୧ ୪ ୨
ୱିକେଟର ପତନ
୧-୯୪, (ରୋହିତ ଶର୍ମା, ୮.୬) ୨-୧୪୩, (ସୂର୍ଯ୍ୟକୁମାର ଯାଦବ, ୧୩.୨)
ଇଂଲଣ୍ଡ ବୋଲିଂ
ବୋଲର୍ସ ଓଭର ରନ୍‌ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଆଦିଲ ରସିଦ ୪ ୩୧ ୧ ୭.୭୫ ୮ ୦
ଜୋଫ୍ରା ଆର୍ଚ୍ଚର ୪ ୪୩ ୦ ୧୦.୭୫ ୪ ୦
ମାର୍କ ଉଡ଼ ୪ ୫୩ ୦ ୧୩.୨୫ ୫ ୦
କ୍ରିସ୍ ଜୋର୍ଡାନ୍ ୪ ୫୭ ୦ ୧୪.୨୫ ୪ ୦
ସାମ୍ କୁରାନ୍ ୧ ୧୧ ୦ ୧୧.୦୦ ୧ ୦
ବେନ୍ ଷ୍ଟୋକ୍ସ ୩ ୨୬ ୧ ୮.୬୬ ୬ ୦
ଭାରତ ଏକାଦଶ : ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଜବ, ଋଷଭ ପନ୍ତ, ଶ୍ରେୟସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଙ୍ଗଟନ ସୁନ୍ଦର, ସାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ରାହୁଲ ଚହର, ଟି ନଟରାଜନ
ଇଂଲଣ୍ଡ ଏକାଦଶ: ଜେ ରୟ, ଜେ ବଟଲର, ଡି ମାଲାନ, ଜେ ବେୟାରଷ୍ଟୋ, ଇ ମୋର୍ଗାନ, ବି ଷ୍ଟୋକ୍ସ, ଏସ କୁରାନ, ଜେ ଆର୍ଚର, ସି ଜୋର୍ଡାନ, ଏ ରସିଦ, ଏମ ଉଡ୍‌

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.