Home ଓଡ଼ିଶା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଆର୍.କେ.ଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଆର୍.କେ.ଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ

189

ବାଲିଗୁଡା, ୩୦/୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛକୁ ପିଟିଲା ଟ୍ୟାଙ୍କର। ଗାଡିରୁ ଛିଟିକି ରାସ୍ତାରେ ପଡି ଗାଡିରେ ବସିଥିବା ଯନ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ। ମୃତକ ଜଣକ ହେଉଛନ୍ତି RKD ଠିକା ସଂସ୍ଥାର ସିଭିଲ୍ ଇଞ୍ଜିନିୟର ସୁର୍ଯ୍ୟକାନ୍ତ ସେନାପତି। ସୁଚନା ପ୍ରକାରେ ସୋମବାର ରାତି ପ୍ରାୟ୯.୩୦ମିନିଟ୍ ସମୟରେ ତୁମୁଡିବନ୍ଧରୁ କାମସାରି ନିଜ ଗଡ଼ରଙ୍ଗିଆ କ୍ୟାମ୍ପ୍ କୁ ଠିକା ସଂସ୍ଥାର କଂକ୍ରିଟ୍ ଟ୍ୟାଙ୍କରରେ ଫେରୁଥିବା ସମୟରେ ଡଡ଼ଙ୍ଗ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ପିଟିଥିଲା ଟ୍ୟାଙ୍କର୍। ଫଳରେ ଗାଡିରେ ବସିଥିବା ଇଞ୍ଜିନିୟର ସୂର୍ଯ୍ୟକାନ୍ତ ସେନାପତି ଗାଡିରୁ ଛିଟିକି ରାସ୍ତାରେ ପଡିଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ତୁମୁଡିବନ୍ଧ ପୋଲିସ ପହଞ୍ଚି ଶବ ଜବତ କରିବାସହ ବ୍ୟବଛେଦ ନିମନ୍ତେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.