Home ଓଡ଼ିଶା ମହାରାଷ୍ଟ୍ରର ବିଧାନ ପରିଷଦ (MLCs) ନିର୍ବାଚନ ମେ ୨୧ ରେ ହେବ: ନିର୍ବାଚନ ଆୟୋଗ

ମହାରାଷ୍ଟ୍ରର ବିଧାନ ପରିଷଦ (MLCs) ନିର୍ବାଚନ ମେ ୨୧ ରେ ହେବ: ନିର୍ବାଚନ ଆୟୋଗ

312

ନୂଆ ଦିଲ୍ଲୀ,୧।୫ (ଓଡ଼ିଆ ପୁଅ) : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀପଦକୁ ନେଇ ଦେଖାଦେଇଥିବା ସଙ୍କଟର ଅବସାନ ଘଟିଛି। ମହାରାଷ୍ଟ୍ରର ବିଧାନ ପରିଷଦ (MLCs) ନିର୍ବାଚନ ମେ ୨୧ ରେ ହେବ ବୋଲି ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ କାରଣରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଅଟକି ରହିଯାଇଥିବା ମୁଖ୍ୟ ନିର୍ବାଚନ କମିସନର୍ ସୁନୀଲ ଅରୋରା ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ଅନୁଷ୍ଠିତ ଏ ସଂକ୍ରାନ୍ତ ବୈଠକରେ ଯୋଗ ଦେଇଥିଲେ। ଶୁକ୍ରବାର ନିର୍ବାଚନ ଅୟୋଗ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ପାଇଁ ଅନୁମତି ପ୍ରଦାନ କରିଥିଲେ। ୯ଟି ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ ହେବ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ରାଜ୍ୟରେ ଖାଲିପଡ଼ିଥିବା ୯ ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ କରାଇବାକୁ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ। ତେବେ ଶୁକ୍ରବାର ନିର୍ବାଚନ ଆୟୋଗ ଏଥିପାଇଁ ଅନୁମତି ପ୍ରଦାନ କରିବା ସହିତ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଉଦ୍ଧବଙ୍କୁ ଆଶ୍ୱସ୍ତି ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.