Home Coronavirus Outbreak ଏଣେ ନବୀନ ଆଉ ଧର୍ମେନ୍ଦ୍ର କରୁଛନ୍ତି ଭିଡିଓ ବାର୍ତ୍ତା; ତେଣେ ତେଲେଙ୍ଗନାରୁ ଝାରଖଣ୍ଡକୁ ବାହାରିଲା ଟ୍ରେନ

ଏଣେ ନବୀନ ଆଉ ଧର୍ମେନ୍ଦ୍ର କରୁଛନ୍ତି ଭିଡିଓ ବାର୍ତ୍ତା; ତେଣେ ତେଲେଙ୍ଗନାରୁ ଝାରଖଣ୍ଡକୁ ବାହାରିଲା ଟ୍ରେନ

1296

ଭୁବନେଶ୍ୱର: ଲକ୍‌ଡାଉନ୍ କାରଣରୁ ଅନେକ ପ୍ରବାସୀ ଶ୍ରମିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ରାଜ୍ୟର ଶ୍ରମିକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ନିଜ ନିଜ ରାଜ୍ୟକୁ ଫେରିଯିବା ପାଇଁ ସେମାନେ ନିଜ ନିଜ ମୁଖ୍ୟମନ୍ତ୍ରୀ ମାନଙ୍କୁ ଆକୂଳ ନିବେଦନ କରୁଛନ୍ତି। ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାନ ନିବେଦନ କରୁଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହିତ ସେଠାରେ ଅଟକି ରହିଥିବା ଓଡ଼ିଆ ମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭାଗ ନେଇଥିଲେ। ତାମିଲନାଡୁରେ ଫସି ରହିଥିବା ଓଡ଼ିଆ ଲୋକ ଯେପରି ସୁବିଧାରେ ଓଡ଼ିଶା ଫେରିଆସି ପାରିବେ ସେ ନେଇ ଆଲୋଚନା କରିଥିଲେ ନବୀନ ଆଉ ଧର୍ମେନ୍ଦ୍ର। ଏହା ପୂର୍ବରୁ ଗୁଜୁରାଟର ସୁରଟରେ ଫସି ରହିଥିବା ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ପାଇଁ ନବୀନ ଆଉ ଧର୍ମେନ୍ଦ୍ର ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ ଏହିପରି ଭିଡିଓ କଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ। ଏହାପରେ ବହୁ କଷ୍ଟରେ ନିଜ ଖର୍ଚ୍ଚରେ ବସ୍ ଯୋଗେ ବାହାରିଥିଲେ ସୁରଟର ପ୍ରବାସୀ ଓଡ଼ିଆ ଶ୍ରମିକ।

କିନ୍ତୁ, ଏବେ ଏଣେ ଗୁପଚୁପ୍ ଭାବରେ ଯୋଜନା ପ୍ରସ୍ତୁତ ହୋଇ ହାଇଦ୍ରାବାଦରୁ ୧୨୦୦ ପ୍ରବାସୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍ ଝାଡ଼ଖଣ୍ଡ ଅଭିମୁଖେ ଯାତ୍ରାରମ୍ଭ କରିଛି। କରୋନା ଭୂତାଣୁ କାରଣରୁ ଟ୍ରେନ୍ ବାତିଲ୍ ହେବାର ୩୭ ଦିନ ପରେ ଏହା ହେଉଛି ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ। ପ୍ରାୟ ୧୨୦୦ ପ୍ରବାସୀ ଶ୍ରମିକଙ୍କୁ ନେଇ ପ୍ରଥମ ଟ୍ରେନ୍ ଶୁକ୍ରବାର ସକାଳ ୫ ଟା ସମୟରେ ଝାଡଖଣ୍ଡର ହାଟିଆ ପାଇଁ ତେଲେଙ୍ଗାନାର ଲିଙ୍ଗମ୍ପାଲୀରୁ ଯାତ୍ରା ଆରମ୍ଭ କରିଛି। ଗୁରୁବାର ବିଳମ୍ବିତ ରାତିରେ ଗୃହ ଏବଂ ରେଳ ମନ୍ତ୍ରଣାଳୟ ମଧ୍ୟରେ ଏକ ବୈଠକ ପରେ ଏହି ପଦକ୍ଷେପ ନିଆଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଉ କିଛି ଟ୍ରେନ ପାଇଁ ମଧ୍ୟ ଯୋଜନା କରାଯାଉଛି। କେରଳରୁ ପ୍ରବାସୀ ଓଡ଼ିଆଙ୍କୁ ଆଣି ଆଜି ଏକ ଟ୍ରେନ ଓଡ଼ିଶା ଅଭିମୁଖେ ଆସିବ ବୋଲି ମଧ୍ୟ ଜଣାପଡ଼ିଛି। -ଦେବଦତ୍ତ ରଥ

ଗଳାରୁ କରୋନା ଭୂତାଣୁ ସଫା କରିଦେବ ମଦ: ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ବିଧାୟକଙ୍କ ଚିଠି ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.