Home ଓଡ଼ିଶା ଗୁଜୁରାଟର ରାଜକୋଟରେ ୫.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ

ଗୁଜୁରାଟର ରାଜକୋଟରେ ୫.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ

119

ନୂଆଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଦିଲ୍ଲା ଏବଂ ଏନ୍‌ସିଆର୍‌ରେ ସିରିଜ୍ ଭୂମିକମ୍ପ ପରେ ଆଜି ଗୁଜୁରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ସଂଧ୍ୟା ୮.୧୩ ମିନିଟରେ ୫.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଜକୋଟଠାରୁ ୧୨୨ କିଲୋମିଟର ଉତ୍ତର-ଉତ୍ତର ପଶ୍ଚିମ ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ।

ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଘରୁ ବାହାରି ଆସିଲେ। ଲୋକମାନେ କହିଥିଲେ ଯେ କମ୍ପନ ବହୁତ ତୀବ୍ର ଥିଲା ଏବଂ ସେମାନେ ଏହାକୁ କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭବ କରିଥିଲେ।

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଗତ ଦେଢ଼ ମାସ ମଧ୍ୟରେ ଏକ ଡଜନରୁ ଅଧିକ ଛୋଟ ଭୂମିକମ୍ପ ଘଟିଛି। ବାରମ୍ବାର ଭୂମିକମ୍ପ ଚିନ୍ତା ବଢ଼ାଇଛି ଚିନ୍ତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.