Home ଆନ୍ତର୍ଜାତୀୟ ହିନ୍ଦୁକୁଶ କ୍ଷେତ୍ରରେ ଭୂମିକମ୍ପ : ଦିଲ୍ଲୀ ପର୍ଯ୍ୟନ୍ତ ଝଟକା

ହିନ୍ଦୁକୁଶ କ୍ଷେତ୍ରରେ ଭୂମିକମ୍ପ : ଦିଲ୍ଲୀ ପର୍ଯ୍ୟନ୍ତ ଝଟକା

244

ନୂଆ ଦିଲ୍ଲୀ ୮-୮ (ଓଡ଼ିଆ ପୁଅ) ହିନ୍ଦୁକୁଶ କ୍ଷେତ୍ରରେ ଗୁରୁବାରଦିନ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟନର ସ୍କେଲରେ ୫.୯ ମପାଯାଇଥିଲା। ହିନ୍ଦୁକୁଶ କ୍ଷେତ୍ରରେ ଗୁରୁବାର ସକାଳ ୬:୧୫ରେ ଆସିଥିବା ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ଥାନରେ ଥିଲା।

ଏହା ଭୂମିପୃଷ୍ଠରୁ ପ୍ରାୟତଃ ୨୨୨.୧ କିଲୋମିଟର ଗଭୀରରେ ଥିଲା। ଆଫଗାନିସ୍ଥାନରେ ଆସିଥିବା ଭୂମିକମ୍ପର ଝଟକା ଦିଲ୍ଲୀ ନିକଟରେ ଥିବା ନୋଏଡା ପର୍ଯ୍ୟନ୍ତ ଅନୁଭବ କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ମୁତାବକ ସକାଳେ ଉଠିବା ସମୟରେ ସେମାନେ ଭୂମିକମ୍ପର ହାଲୁକା ଝଟକା ଅନୁଭବ କରିଥିଲେ।

କୌଣସି କ୍ଷତି ନାହିଁ

ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିକମ୍ପ କାରଣରୁ କୌଣସି କ୍ଷତିର ଖବର ନାହିଁ। ହିନ୍ଦୁକୁଶ ଅଞ୍ଚଳରେ ପ୍ରାୟତଃ ଭୂମିକମ୍ପର ଖବର ମିଳିଥାଏ। ଏଜେନ୍ସୀରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର ଦିନ ଏଠାରେ ଦ୍ୱିତୀୟ ଥର ଭୂମିକମ୍ପର ଝଟକା ସେହି କ୍ଷେତ୍ରରେ ଅନୁଭବ କରାଯାଇଥିଲା।

ସୁରକ୍ଷା ପାଇଁ ଲୋକମାନେ ଘରୁ ବାହରକୁ ବାହାରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.