Home ଓଡ଼ିଶା ଆସୁଛି ଭାଇ ଭଉଣୀଙ୍କ ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା

ଆସୁଛି ଭାଇ ଭଉଣୀଙ୍କ ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା

565

ଭୁବନେଶ୍ଵର,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଖୁବ୍ ଶୀଘ୍ର ଆସୁଛି ଭାଇ ଭଉଣୀର ପବତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଆସନ୍ତା ୧୫ ଅଗଷ୍ଟ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବେ। ସବୁ ଭଉଣୀମାନେ ଶ୍ରାବଣ ମାସର ପୂର୍ଣ୍ଣିମାକୁ ଅପେକ୍ଷା କରି ରହିଥାନ୍ତି। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଗୁରୁବାରେ ପଡୁଥିବାର ଅନେକ ଶୁଭ ସଂଯୋଗ ରହିଛି।

ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଶ୍ରାବଣ ନକ୍ଷତ୍ର, ସୌଭାଗ୍ୟ ଯୋଗ୍ୟ ରହିବା ସହ ସୂର୍ଯ୍ୟଙ୍କର କର୍କଟ ରାଶିରେ ପ୍ରବେଶ ଏବଂ ଚନ୍ଦ୍ରମାଙ୍କର ମକର ରାଶିରେ ପ୍ରବେଶ ହେବ। ଉଲ୍ଲେଖ ରହିଛି ଭାଦ୍ରବ ମାସର ସମୟ ଆରମ୍ଭହେବା ମାତ୍ରେ ରାକ୍ଷୀ ବନ୍ଧାଯାଇନଥାଏ। କାରଣ ଏହି ମାସରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.