Home Coronavirus Outbreak ଦେଶବ୍ୟାପୀ କରୋନା ଟିକାକରଣର ଡ୍ରାଏ ରନ୍ – ଓଡିଶାର ସବୁ ଜିଲ୍ଲାରେ ଡ୍ରାଏ ରନ୍ ବ୍ୟବସ୍ଥା

ଦେଶବ୍ୟାପୀ କରୋନା ଟିକାକରଣର ଡ୍ରାଏ ରନ୍ – ଓଡିଶାର ସବୁ ଜିଲ୍ଲାରେ ଡ୍ରାଏ ରନ୍ ବ୍ୟବସ୍ଥା

172

ଭୁବନେଶ୍ୱର ୨-୧ (ଓଡ଼ିଆ ପୁଅ) ଶନିବାର ଠାରୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଛି। ସୁବ୍ୟବସ୍ଥିତ ଭାବେ ଟିକାକରଣ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଡ୍ରାଏ ରନ୍‌। ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ‘କୋ-ୱିନ୍‌’ ନାମକ ଏକ ଆପ୍ ପ୍ରସ୍ତୁତ କରାଯାଇଛି। ଓଡ଼ିଶାରେ ଅଥି ପାଇଁ ୩୧ଟି ପଏଣ୍ଟ ଚିହ୍ନଟ ହୋଇଛି। ପ୍ରତି କେନ୍ଦ୍ରରେ ୨୫ ସ୍ୱାସ୍ଥ୍ୟକର୍ମୀଙ୍କୁ ଡମି ଟିକା ଦେବେ ୫ ଜଣ ଭେକ୍ସିନେଟର। ତେବେ ରାଜ୍ୟର ୩୧ଟି ହସ୍ପିଟାଲରେ ଚାଲିଛି ଡ୍ରାଏ ରନ୍। ଆଜି ସକାଳେ କ୍ୟାପିଟାଲ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକ୍ସିନେସନ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଏହି ଭ୍ୟାକ୍ସିନେସନ ସେଣ୍ଟର ଉଦ୍‌ଘାଟନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଦେଶର ଏକମାତ୍ର ରାଜ୍ୟଭାବେ ଓଡିଶାର ସବୁ ଜିଲ୍ଲାରେ ଡ୍ରାଏ ରନ୍ ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.