Home ଓଡ଼ିଶା ଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଡ. ପ୍ରମୋଦ କୁମାର ମିଶ୍ର

ଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଡ. ପ୍ରମୋଦ କୁମାର ମିଶ୍ର

255

ସମ୍ବଲପୁର, ୨୯/୭ – (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶ କ୍ୟାଡ଼ରର ଆଇଏଏସ୍ ନ୍ରିପେନ୍ଦ୍ର ମିଶ୍ର ଏବଂ ଗୁଜୁରାଟ କ୍ୟାଡ଼ରର ଆଇଏଏସ୍ ତଥା ସମ୍ବଲପୁରର କୃତୀ ସନ୍ତାନ ଡ. ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଓ ଅତିରିକ୍ତ ପ୍ରମୁଖ ଶାସନ ସଚିବ ଭାବେ ଦାୟୀତ୍ୱ ନେବା ପରେ ଆଉ ଏକ ମାନ୍ୟତା ହାସଲ କରିଛନ୍ତି। ଇଣ୍ଡିଆ ଟୁଡ଼େ ପକ୍ଷରୁ ସଦ୍ୟ ହୋଇଥିବା ସର୍ଭେରେ ଉଭୟେ ଦେଶର ପ୍ରଭାବଶାଳୀ ବ୍ୟୁରୋକ୍ରାଟ ତାଲିକାରେ ସ୍ଥାନୀତ ହୋଇଛନ୍ତି। ଉଭୟଙ୍କୁ ଗତମାସ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଥିବା ନେଇ କେନ୍ଦ୍ର ସରକାରଙ୍କ କମିଟୀ ପକ୍ଷରୁ ଗତକାଲି ବିଜ୍ଞପ୍ତି ଜାରି କରାଯାଇଥିଲା। ଉଭୟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୪-୨୦୧୯ କାର୍ଯ୍ୟକାଳରେ ମଧ୍ୟ ପ୍ରୋକ୍ତ ପଦବୀରେ ରହିଥିଲେ। ଏହି ଇଂରାଜୀ ପତ୍ରିକା ପକ୍ଷରୁ କରାଯାଇଥିବା ସର୍ଭେର ଏହି ତାଲିକାରେ ଶ୍ରୀ ମିଶ୍ର ଏବଂ ଡ଼. ମିଶ୍ର ପ୍ରଥମ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଡ଼. ମିଶ୍ରଙ୍କୁ ଏଥିରେ ପ୍ରଛଦପଟ ଖେଳାଳି ବା ବେକରୁମ ପ୍ଲେୟାର ରୂପେ ଦର୍ଶାଯାଇଛି। ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଜଣେ ବିଶ୍ୱସନୀୟ ବ୍ୟୁରୋକ୍ରାଟ ରୁପେ ଡ଼. ମିଶ୍ର ଏବେ ମଧ୍ୟ ଦେଶ ପ୍ରଶାସନିକ ସେବା, ସେନା, ସୁରକ୍ଷା କ୍ଷେତ୍ରର ନିଯୁକ୍ତି ବ୍ୟାପାର ବୁଝୁଛନ୍ତି। ଡ଼. ମିଶ୍ର ପୂର୍ବର ନିଯୁକ୍ତି ଓ ଅବସ୍ଥାପନ ନିୟମକୁ ବଦଳାଇ କର୍ତ୍ତବ୍ୟନିଷ୍ଠତା, ଦକ୍ଷତା ଏବଂ ବୁଦ୍ଧିମତାକୁ ଆଧାରକରି ନିଯୁକ୍ତି ଓ ଅବସ୍ଥାପନ ସକାଶେ ନୂଆ ନିୟମ ବିକଶିତ କରିଥିବା କାରଣରୁ ଏହି ସ୍ତରରେ ପହଂଚି ପାରିଥିବା ଇଣ୍ଡିଆ ଟୁଡେ ଅଗଷ୍ଟ ମାସର ଦି ହାଇ ଆଣ୍ଡ ମାଇଟୀ ଶୀର୍ଷକ ବିଶେଷ ସଂସ୍କରଣରେ ଉଲ୍ଲେଖ କରାଯାଇଛି। ନୀତି ନର୍ଦ୍ଧାରଣ କେନ୍ଦ୍ର ସରାକାରଙ୍କ ମିଟିଂ ମାନଙ୍କରେ ଡ଼. ମିଶ୍ରଙ୍କ ଗୁରୁତ୍ୱ ଓ ବିଶେଷ ଭୂମିକା ରହିଥାଏ। ଅର୍ଥନୀତିରେ ସସେକ୍ସ ୟୁନିଭାର୍ସିଟୀରୁ ପିଏଚଡ଼ି ଉପାଧୀ ହାସଲ କରିଥିବା ଡ଼. ମିଶ୍ର ବିପର୍ଯ୍ୟୟ ହ୍ରାସ କରିବା ଦିଗରେ ଭୂମିକା ଓ ଏକ୍ଷେତ୍ରରେ ଦୀର୍ଘ ସମୟର ସମ୍ପୃକ୍ତି ସକାଶେ ୨୦୧୯ ବର୍ଷ ପାଇଁ ମିଳିତ ଜାତିସଂଘର ସାସାକାୱା ପୁରଷ୍କାର ହାସଲ କରିଛନ୍ତି।

ଶ୍ରୀ ନ୍ରିପେନ୍ଦ୍ର ମିଶ୍ର ଇଣ୍ଡିଆ ଟୁଡ଼େର ଏହି ସର୍ଭେରେ ସୁପର ବାବୁ ଭାବେ ବର୍ଣ୍ଣିତ ହୋଇଛନ୍ତି। ଦୀର୍ଘକାଳୀନ ପ୍ରଶାସନିକ ଅଭିଜ୍ଞତା ଓ ପ୍ରଶାସନକୁ ଲୋକାଭିମୁଖୀ କରିବାରେ ଦକ୍ଷତା ହାସଲ କରିଥିବା ଡ଼. ମିଶ୍ର ଗତ ୫ ବର୍ଷ ମଧ୍ୟରେ ବ୍ୟୁରୋକ୍ରାସି ଟୁଡ଼େ ଏବଂ ଇଣ୍ଡିଆ ଟୁଡ଼େ ଭଳି ପତ୍ରପତ୍ରିକାର ସର୍ଭେରେ ଦେଶର ପ୍ରଭାବଶାଳୀ ପ୍ରଶାସକମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ସମ୍ବଲପୁର ପଟ୍ଟନାୟକପଡ଼ାର ବିଶିଷ୍ଟ ଆଡ଼ଭୋକେଟ ପ୍ରସନ୍ନ କୁମାର ମିଶ୍ରଙ୍କ ପୁତ୍ର ଡ. ମିଶ୍ର ଚନ୍ଦ୍ର ଶେଖର ବେହେରା ଜିଲ୍ଲାସ୍କୁଲରୁ କୃତୀତ୍ୱର ସହ ମ୍ୟାଟ୍ରିକ୍ ପାସ କଲା ଉତ୍ତାରୁ ଗଙ୍ଗାଧର ମେହେର କଲେଜରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରି ଦିଲ୍ଲୀରେ ପିଜି ଓ ବ୍ରିଟେନରୁ ପିଏଚଡ଼ି ହାସଲ କରିଥିଲେ। ପ୍ରଚାର ପ୍ରସାରରୁ ଦୂରରେ ରହୁଥିବା ଡ. ମିଶ୍ର ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପ୍ରମୁଖ ସଚିବ ଥିଲେ। ଆରଏସଏସ ପ୍ରଚାରକରୁ ସଫଳ ମୁଖ୍ୟମନ୍ତ୍ରୀ ହେବା ପଛରେ ଡ. ମିଶ୍ରଙ୍କ ଭୂମିକା ରହିଥିବା କୁହାଯାଏ। ଡ. ମିଶ୍ର ଗୁଜୁରାଟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଚିବ ପଦରେ ରହିବା ସହିତ ପ୍ରଳୟଙ୍କରୀ ଭୂମିକମ୍ପ ପରେ କଚ୍ଛ ପ୍ରଭୃତି ଜିଲ୍ଲାରେ ପୁନଃ ନିର୍ମାଣ ଓ ଥଇଥାନ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ସେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ସଚିବ ପଦରେ ମଧ୍ୟ ରହିଛନ୍ତି। ୨୦୦୮ରେ ଅବସର ଗ୍ରହଣ କରିବା ଉତ୍ତାରୁ ମଧ୍ୟ ତାଙ୍କୁ ଗୁଜୁରାଟ ନିୟାମକ ଆୟୋଗର ଅଧ୍ୟକ୍ଷ ଓ ୨୦୧୪ ପର୍ଯ୍ୟନ୍ତ ଗୁଜୁରାଟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା। ପ୍ରଶାସନିକ ପରିଚାଳନାରେ ସମର୍ପିତ କାର୍ଯ୍ୟ ସକାଶେ ଓ ବିଭିନ୍ନ ସମୟରେ ଗୁଜୁରାଟ ଓ ପରେ କେନ୍ଦ୍ରରେ ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ ଉଦ୍ୟମ କରି ଡ. ମିଶ୍ର ବିଭିନ୍ନ ସମୟରେ ପ୍ରଶଂସିତ ହୋଇଛନ୍ତି। ଏପରିକି କ୍ଷତିରେ ଥିବା ରାଜ୍ୟ ସରକାରଙ୍କ ଉଦ୍ୟୋଗକୁ ଲାଭପ୍ରଦ କରିବାରେ ତାଙ୍କର ବୌଦ୍ଧିକ ଉପଯୋଗ ଉଲ୍ଲେଖନୀୟ ବୋଲି କୁହାଯାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.