Home ଓଡ଼ିଶା ଚିକିତ୍ସକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ……

ଚିକିତ୍ସକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ……

123

– ଦେବପ୍ରସାଦ ମିଶ୍ର
ଏବେ ସରକାରୀ ହାସପାତାଳରେ ଡାକ୍ତର ମାନେ ସୁରକ୍ଷିତ ନୁହନ୍ତି, ସେମାନଙ୍କୁ ତୁରନ୍ତ କାର୍ଯ୍ୟନିର୍ବାହ କଲାବେଳେ ତାଙ୍କୁ ନିରାପତ୍ତା ଯୋଗାଇ ଦେବାକୁ ଡାକ୍ତରୀ ସଂଘ ଦାବିକରିଛି। ସରକାର ମଧ୍ୟ ଏ ଦାବିପ୍ରତି ସହମତି ପ୍ରକାଶ କରି ତୁରନ୍ତ ଚିକିତ୍ସକ ମାନଙ୍କୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ କୌଣସି ପ୍ରକାର ଅଘଟଣ ଘଟିଲେ ସୁରକ୍ଷା ଯୋଗାଇ ଦିଆଯିବାକୁ ସ୍ୱୀକୃତି ମଧ୍ୟ ପ୍ରଦାନ କରିଛନ୍ତି।

ନିକଟରେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରିକି ବିଭିନ୍ନ ପଡୋଶୀ ରାଜ୍ୟରେ ହାସପାତାଳରେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଚିକିତ୍ସକ ମାନଙ୍କ ଉପରେ ରୋଗୀର ଆତ୍ମୀୟ ସ୍ୱଜନ ଓ ଉପସ୍ଥିତ ଲୋକେ ହଠାତ ଉତ୍ୟକ୍ତ ହୋଇ ଆଇନ ଶୃଙ୍ଖଳାକୁ ହାତକୁ ନେଇ ହାସପାତାଳରେ ଡାକ୍ତର ଓ କର୍ମଚାରୀଙ୍କୁ ଆକ୍ରମଣ କରିବା ସହିତ ହାସପାତାଳରେ ଭଙ୍ଗାରୁଜା କରିବାରେ ଲାଗିପଡିଛନ୍ତି ଫଳରେ ଅନ୍ୟାନ୍ୟ ସାଧାରଣ ଲୋକ ଓ ହାସପାତାଳରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀ ଓ ତାଙ୍କ ଆତ୍ମୀୟ ମାନେ ଅଯଥା ହଇରାଣର ସମ୍ମୁଖୀନ ହେଉଛନ୍ତି ଏପରି ଘଟଣା ଅତ୍ୟନ୍ତ ଅଶୋଭନୀୟ ଓ ଏହାର ତୁରନ୍ତ ପ୍ରତିକାର ପାଇଁ ସାଧାରଣରେ ମଧ୍ୟ ଦାବି ହେଲାଣି, ସରକାର ମଧ୍ୟ ଏହାର ପ୍ରତିକାର ପାଇଁ ଆଇନ ଓ ବିଭିନ୍ନ ନୀତି ଆପଣାଇ ଏହାର ପ୍ରତିକାର ପାଇଁ ବ୍ୟବସ୍ଥା କଲେଣି.କିନ୍ତୁ ଏପରି ଘଟଣା ଘଟିବାରେ ପୂର୍ଣ୍ଣଛେଦ ପଡୁନାହିଁ। କଥା ହେଉଛି ଏପରି ଘଟଣାମାନ କାହିଁକି ହାସପାତାଳରେ ଘଟୁଛି ! କେଉଁ ପ୍ରକାରର ରୋଗୀ ହାସପାତାଳକୁ ଆସୁଛନ୍ତି ସାଧାରଣ ଲୋକଟିଏ ତାର ଦେହରେ କୌଣସି ଅବ୍ୟବସ୍ଥା ବା ବିନ୍ଧା ଛିଟିକା କି କ୍ଷତ ହେଲେ କି କୌଣସି ସ୍ଥାନ ଫୁଲିଗଲେ ବା ସାଧାରଣ ରୋଗ ଝାଡା, ବାନ୍ତି କି ଜର ହେଲେ ତାର ଚିକିତ୍ସା ପାଇଁ ସେ ହାସପାତାଳକୁ ଯାଇଥାଏ। ଏପରି ରୋଗୀମାନେ ଧାଡିରେ ଯାଇ ଟିକେଟ କାଟି ଡାକ୍ତରଙ୍କୁ ତାଙ୍କ ଦେହ ଦେଖାଇ ପ୍ରତିକାର ଓ ଚିକିତ୍ସା ପାଇଁ ଔଷଧ ପତ୍ର ଆଣିଥାନ୍ତି ନଚେତ ଅଧିକ ଚିକିତ୍ସା ପାଇଁ ହାସପାତାଳରେ ଭର୍ତ୍ତି ହୋଇଥାନ୍ତି।ଏପରି ସାଧାରଣ କ୍ଷେତ୍ରରେ ରୋଗୀ ଓ ତାର ଆତ୍ମୀୟମାନେ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ସାଧାରଣ ଯୁକ୍ତିତର୍କ କି ଗଣ୍ଡୋଗୋଳ ହୋଇନଥାଏ। ଆଉ ଗୋଟିଏ ପ୍ରକାରର ରୋଗୀ ହଠାତ ତାଙ୍କୁ ହାସପାତାଳକୁ ବିଶେଷ କରି କାଜୁଆଲଟି୍ କୁ ପ୍ରଥମେ ଅଣାଯାଇଥାଏ, ସେମାନେ ହେଲେ ବିଭିନ୍ନ ଦୁର୍ଘଟଣାରେ ଆଘାତପ୍ରାପ୍ତ ବିଶେଷ କରି ରାସ୍ତା ଦୁର୍ଘଟଣାରେ ଆଘାତପ୍ରାପ୍ତ.ହୃଦରୋଗୀ, ବ୍ରେନଷ୍ଟ୍ରୋକ ରୋଗୀ, ଆସନ୍ନପ୍ରସବା, ହଠାତ ପାରାଲିସିସ୍ ଆକ୍ରାନ୍ତ ବ୍ୟକ୍ତି ଯାହାର ତୁରନ୍ତ ଚିକିତ୍ସା ଆବଶ୍ୟକ ଦରକାର ପଡିଥାଏ।ଏହିପରି ରୋଗୀଙ୍କୁ ନେଇ ଯେଉଁମାନେ ହଠାତ କାଜୁଆଲ୍ଟିରେ ପହଞ୍ଚିଲେ ତାଙ୍କ ଆତ୍ମୀୟମାନେ ହଠାତ ଅଧୈର୍ଯ୍ୟ ହୋଇ ଚିକିତ୍ସାରେ ଥିବା ଡାକ୍ତରଙ୍କୁ ଅନେକ କଥା କହିପକାନ୍ତି କିନ୍ତୁ ଡାକ୍ଟର ସବୁକଥା ଶୁଣୁଥାନ୍ତି କିନ୍ତୁ କି ପ୍ରକାରର ଆଘାତର ପ୍ରତିକାର ଓ ନିଦାନ ଦରକାର ସେ ତାଙ୍କ ମୁତାବକ ପ୍ରସ୍ତୁତ ହୋଇ ଚିକିତ୍ସା ଆରମ୍ଭ କରନ୍ତି କିନ୍ତୁ ସାଧାରଣ ଲୋକଟିଏ ଯିଏ ରୋଗୀ ସାଙ୍ଗରେ ଆସିଥାଏ ସିଏ ଭାବେ ଡାକ୍ତର ଅମୁକ ସମୁକ କାମ କରିଥିଲେ ଆମ ରୋଗୀ ବଞ୍ଚିଯାଇଥାନ୍ତା ଡାକ୍ତର ଚିକିତ୍ସା କରୁକରୁ ଯଦି ତାର ଜୀବନ ଚାଲିଗଲା ସେଇଠୁ ତା ସହିତ ଯାଇଥିବା ଲୋକଙ୍କ ମଧ୍ୟରେ ନାନା ପ୍ରକାର ଆଲୋଚନା କରି ଡାକ୍ତର ଆମ ରୋଗୀକୁ ଠିକଭାବେ ଦେଖିଲେନି, ତାକୁ ମାରିଦେଲେ ସେଇ ପାଟିତୁଣ୍ଡ ହଟ୍ଟଗୋଳରେ ଧୀରେ ଧୀରେ ଲୋକ ଜମା ହୋଇ ଗଣ୍ଡୋଗଳ ଆରମ୍ଭ କରନ୍ତି ବିଶେଷ କରି ସେହିଭଳି ବିଭିନ୍ନ ଦୁର୍ଘଟଣାରେ ପଡି ଆସୁଥିବା ରୋଗୀଙ୍କ ସହିତ କିଛି ନିଶାଡି ଆସିଥାନ୍ତି, ସେମାନେ ନିଶା ଯୋରରେ ଯାହା ବୁଝିଥାନ୍ତି ଠିକ ସେହିପରି ପାଟିତୁଣ୍ଡ ପାଖରେ ଥିବା ଜିନିଷ ଫୋପଡା ଫୋପାଡି ଓ ଡାକ୍ତରଙ୍ଗ ସଙ୍ଗେ କିଛି କଥା ନ ବୁଝି ଅଯଥା ଯୁକ୍ତିତର୍କ ଓ ପରେ ହାତାହାତି କରିଥାନ୍ତି ଏହିଥିରୁ ଗଣ୍ଡୋଗଳ ଆରମ୍ଭ ହୋଇ ଅସନ୍ତୋଷର ବାତାବରଣ ସୃଷ୍ଟି ହୁଏ ଡାକ୍ତରଙ୍କ ଉପରେ ଆକ୍ରମଣ ଆରମ୍ଭ ହେଲେ ସେଠାରେ ଥିବା ନର୍ସ, ଡ୍ରେସର, ହାସପାତାଳର ଅନ୍ୟାନ୍ୟ କର୍ମଚାରୀ ସମସ୍ତେ ଏକାଠି ହୋଇ ପ୍ରତିବାଦ କରୁଥିବା ଲୋକ ସହିତ ଯୁକ୍ତିତର୍କ ହାତାହାତି ପର୍ଯ୍ୟନ୍ତ କଥା ଯାଏ ଘଟଣା ପ୍ରଚାର ହେଲେ ଲୋକ ଜମନ୍ତି ବେଳେ ବେଳେ କଲେଜ ମଧ୍ୟରୁ ପିଲା ଆସି ଆକ୍ରମଣରେ ମାତିଯାନ୍ତି କ୍ରମେ ଗଣ୍ଡୋଗଳ ତୀବ୍ର ଆକାର ଧରେ। ଏପରି ଘଟଣା କ୍ରମେ ସହରାଞ୍ଚଳରୁ ଗ୍ରାମାଞ୍ଚଳ ସବୁ ଆଡକୁ ବ୍ୟାପିବା ଦ୍ୱାରା ଡାକ୍ତରୀ ସଂଘ ଏହାର ପ୍ରତିବାଦ କଲା ଡାକ୍ତର ଓ ଅନ୍ୟାନ୍ୟ ପାରା ମେଡିକାଲ କର୍ମଚାରୀ ପ୍ରତିବାଦରେ କାମ ବନ୍ଦ କଲେ ସାଧାରଣ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଲେ। କେତୋଟି ଲୋକଙ୍କ ପାଇଁ ବହୁ ଲୋକ ଅଯଥା ହଇରାଣ ହେବା ସାଙ୍ଗକୁ ହାସପାତାଳର ସଂପତ୍ତି ଭଙ୍ଗାର୍ୁଜାରେ ନଷ୍ଟ ହେଉଛି, ପୁଲିସ ଆସି ଭଲ ମନ୍ଦ ଉଭୟ ଦୋଷୀ ନିଦେ୍ର୍ଦାଷୀ ସମସ୍ତଙ୍କୁ ନେଇ ଜେଲରେ ଠୁଙ୍କୁଛି ଏଥରେ କାହାରି କିଛି ଲାଭ ହେଉନାହିଁ ବରଂ ଅସାମାଜିକଙ୍କ ଲାଭ ହେଉଛି ସବୁଠାରୁ କ୍ଷତିଗ୍ରସ୍ତ ହେଉଛନ୍ତି ସାଧାରଣ ଜନତା। ଏ ପ୍ରକାର ଘଟଣାକୁ ହିଁ ହାସପାତାଳଠାରୁ ହିଁ ବନ୍ଦ କରାଯାଇପାରିବ।

ପ୍ରଥମ କଥା ହେଲା ହାସପାତାଳ କାଜୁଆଲ୍ଟିକୁ ରୋଗୀଟିଏ ଆସିଲେ ପ୍ରଥମେ ସିଏ ଯେଉଁ ଜାନବାହନରେ ଆସିଥାଉ ତାକୁ କାଜୁଆଲ୍ଟି ଦୁଆର ମୁହଁରୁ ହାସପାତାଳରେ, ନିଯୁକ୍ତ ସିକ୍ୟୁରିଟି, ହାସପାତାଳ ସ୍ୱାସ୍ଥ୍ୟକର୍ମୀ.ସ୍ଥାନୀୟ ପୁଲିସ ଫାଣ୍ଡିର କର୍ମଚାରୀଙ୍କ ସହିତ କାଜୁଆଲ୍ଟି ଟେବୁଲ ଉପରକୁ ଅଣାଯାଉ, ରୋଗୀ ସାଙ୍ଗରେ ଆସିଥିବା ଜଣେ ଯେ କି ରୋଗୀର ସମସ୍ୟା ସହିତ ଜଡିତ ତାଙ୍କୁ ରୋଗୀ ସହିତ ଡାକ୍ତରଙ୍କ ପାଖକୁ ନିଆଯାଉ ସାଥିରେ ଆସିଥିବା ଅନ୍ୟ ସମସ୍ତଙ୍କୁ କାଜୁଆଲ୍ଟି ବାହାରେ ରଖାଯାଉ। କାଜୁଆଲ୍ଟିରୁ ଡାକ୍ତର ରେଗୀ କୁ ଯେଉଁ ଔାର୍ଡକୁ ପଠାଇଲେ ସେଠାକୁ ହାସପାତାଳ କର୍ମଚାରୀଙ୍କ ଜରିଆରେ ଉକ୍ତ ଔର୍ଡକୁ ପଠାଯାଉ, ସେଠାରେ ବି ରୋଗୀ ସହିତ ଆସିଥିବା ଲୋକଙ୍କୁ ଛଡା ନଯାଉ ରୋଗୀ କେତେ ସମୟରେ କାଜୁଆଲ୍ଟିରେ ପ୍ରବେଶ କଲା କି ପ୍ରକାର ଈନ୍ଜୁରୀ ବା କି ରୋଗରେ ପିଡିତ ତାର ଠିକଣା ସହିତ ସମସ୍ତ ସାମ୍ୟକ ବୀବରଣୀ ହାସପାତାଳ ରେଜିଷ୍ଟରରେ ନମ୍ବର ପଡି ରହିବ ଏବଂ କି ପ୍ରକାର ଚିକିତ୍ସା କେତେ ସମୟରୁ ଆରମ୍ଭ କରାଗଲା ତାର ସମୟ ଓ ଚିକିତ୍ସାରେ ଲାଗିଥରବା ସାରଞ୍ଜାମ ର ବୀବରଣୀ ରେଜିଷ୍ଟରରେ ଉଲ୍ଲେଖ କରାଯାଇ ଔାର୍ଡକୁ ପଠାଯିବା ଫଳରେ ପ୍ରଥମିକ ଭାବେ ବହୁ ସମସ୍ୟାକୁ ଏଡାଇ ଦିଆଯାଇ ପାରିବ। ବହୁ ସାଧାରଣ ଲୋକଙ୍କ ମତ ଯେ ସବୁ ଲୋକେ ଜାଣନ୍ତି ଯାହାର ବେଳ ଯେତେବେଳେ ଆସିବ ସିଏ ଯିବ।କିନ୍ତୁ ଡାକ୍ତର ହେଲେ ଦ୍ୱୀତିୟ ଭଗବାନ ଯିଏ ସଞ୍ଜିବନୀ ଦେଇ ତାକୁ ମରଣ ମୁହଁରୁ ବଞ୍ଚାଇ ପାରିବ ବା ତା ରୋଗକୁ ଭଲ କରିଦେଇ ପାରିବ। ତେଣୁ ସେ ପ୍ରକାର ମହାନ ବ୍ୟକ୍ତି ସହିତ କଳହ କି ତା ଉପରକୁ ହାତ ଉଠାଇବା ମହାପାପ।କିନ୍ତୁ କଥା ହେଉଛି ଆଜିକାଲି ଦୃତ ଗତିରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କର କୌଣସି କଥା ବୁଝିବାକୁ କି ଶୁଣିବାକୁ ଆଉ ଧୈର୍ଯ୍ୟ କି ସମୟ ନାହଁ, ତା ସାଙ୍ଗକୁ ବିଭିନ୍ନ ପ୍ରକାରର ନିଶା ପାଣି ସମଗ୍ର ସମାଜକୁ ଆକ୍ରାନ୍ତ କରିସାରିଲାଣି ଅସାମାଜିକଙ୍କ ସଂଖ୍ୟା ମଧ୍୍ୟ ଦୃତ ବେଗରେ ବୃଦ୍ଧି ପାଉଛି ତେଣୁ ରାଜ୍ୟ ସରକାର ପ୍ରଶାସନ ଅବସ୍ଥାକୁ ଦେଖି ବ୍ୟବସ୍ଥା କରିବା ଦରକାର।

ଖାଲି ସରକାରୀ ହାସପାତାଳରେ ନୁହେଁ ଅନ୍ୟାନ୍ୟ ଘରୋଇ ନର୍ସିଂହୋମରେ ଚିକିତ୍ସା ଅବହେଳା ପାଇଁ ରୋଗୀର ସଂପର୍କୀୟ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜ୍ଜନ ମାନେ ଏପରି ଗଣ୍ଡୋଗଳ କରି ଉଭୟ ଚିକିତ୍ସକ ଓ ହାସପାତାଳରେ ଗଣ୍ଡଗୋଳ ଭଙ୍ଗାରୁଜା କରୁଛନ୍ତି ଏ ଘରୋଇ ହାସପାତାଳ ବାଲା ରୋଗୀଟିଏ ପ୍ରଥମେ ହାସପାତାଳରେ ପ୍ରବେଶ କଲାବେଳେ ରୋଗୀଙ୍କଠାରୁ ଚିକିତ୍ସା ପାଇଁ ଅଗ୍ରୀମ ଅର୍ଥ ଡିପୋଜିଟ କରିବା ପାଇଁ ଦାବି କରୁଛନ୍ତି ଏବଂ ଚିକିତ୍ସା ବେଳେ ନାନା ପ୍ରକାର ପରୀକ୍ଷା ନିରିକ୍ଷା ପାଇଁ ଅଧିକ ଅର୍ଥ ଦାବି କରୁଛନ୍ତି, ରୋଗୀର ରହିବା ପାଇଁ ଅଧିକ ଅର୍ଥ ଦାବି କରୁଛନ୍ତି ରୋଗୀର ଚିକିତ୍ସା ବେଳେ ଅସୁସ୍ଥ ହେଲେ ରୋଗୀକୁ ଆଇସିୟୁ ହେଉ ବା ଭେଣ୍ଟିଲେଟରରେ ରଖି ରୋଗୀଠାରୁ ଅଧିକ ଅର୍ଥ ନେଉଛନ୍ତି ରୋଗୀର ମୃତ୍ୟୁ ଘଟିଲେ ମଧ୍ୟ ଅଯଥା ଅଧିକ ସମୟ ତାକୁ ଭେଣ୍ଟିଲେଟର ରେ ରଖି ଅଯଥା ଲକ୍ଷ ଲକ୍ଷ ଟଙ୍କା ଶୋଷୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି। ରୋଗୀର ମୃତ୍ୟୁ ଘଟିଲେ ରୋଗୀର ଚିକିତ୍ସା ପାଇଁ ହୋଇଥିବା ସମସ୍ତ ଖର୍ଚ୍ଚ ପଇଠ ନକଲେ ତାର ଶବକୁ ତାର ଆତ୍ମୀୟ ମାନଙ୍କୁ ଦିଆଯାଉ ନାହିଁ ପ୍ରକୃତରେ ରୋଗୀଟିଏ ହାସପାତାଳରେ ଆଡ୍ମିସନ ନେଲାପରେ ତାର କି ପ୍ରକାର ଚିକିତ୍ସା କରାଯାଉଛି ତାର ସମସ୍ତ କାର୍ଯ୍ୟକଳାପ ରୋଗୀ କି ତାର ଆତ୍ମୀୟମାନେ ଜାଣିପାରୁ ନାହାନ୍ତି। ବିଭିନ୍ନ ପରୀକ୍ଷା ନିରିକ୍ଷାର ପ୍ରକୃତ ଖର୍ଚ୍ଚ କେତେ ଲାଗିବ ତାର ରେଟ ବା ଫି ସମ୍ବନ୍ଧରେ ବୋର୍ଡରେ ମରାଯାଉନାହିଁ ପ୍ରକୃତରେ ଅଭିଜ୍ଞ ଡାକ୍ତର ଓ ବିଶାରଦ, ବିଶେଷଜ୍ଞ ଙ୍କ ଦ୍ୱାରା ରୋଗୀ ଚିକିତ୍ସିତ ହେଉଛି କି ନାହିଁ ତାର ମଧ୍ୟ ଜାଣିବାର ଉପାୟ ନାହିଁ ଅଭିଜ୍ଞ, ବିଶେଷଜ୍ଞ ଡାକ୍ତରମାନେ ପ୍ରକୃତରେ ସେଠାରେ କାର୍ଯ୍ୟରତ ଅଛନ୍ତି କି ନାହିଁ ତାର ମଧ୍ୟ ଜାଣିବାର ଉପାୟ ନାହିଁ, ଲୋକେ ବିଜ୍ଞାପନ ଦେଖି ରୋଗ ସେଠାରେ ଭଲହେବା ଆଶାରେ ଏ ଘରୋଇ ହାସପାତାଳକୁ ଯାଇ ହଜାର ହଜାର ଟଙ୍କା ଗଣୁଛନ୍ତି, ଏ ହାସପାତାଳ ଗୁଡିକରେ ଗୁଣବତ୍ତା ଓ ମାନ୍ୟତା ସଂପର୍କରେ ସାଧାରଣ ଲୋକଟିଏ ଜାଣିବାର ମଧ୍ୟ ବ୍ୟବସ୍ଥା ନାହିଁ, ଲୋକେ ହଠାତ ବିପଦରେ ପଡି ଭଲ ଚିକିତ୍ସା ପାଇଁ ବିଶେଷଜ୍ଞ ଙ୍କ ହାସପାତାଳକୁ ଯାଇ ଫଳ ନ ପାଇବାରୁ ଉତ୍ୟକ୍ତ ହୋଇ ସେଠାରେ ମାରପିଟ ଓ ଭଙ୍ଗାରୁଜା କରୁଛନ୍ତି ଏ ସଂକ୍ରାନ୍ତରେ ରାଜ୍ୟ ବିଧାନ ସଭାରେ ମଧ୍ୟ ଆଲୋଚନା ହେଲାଣି ସରକାର ଏ ସମସ୍ତ କଥା ବିଚାରକୁ ନେଇ ବିଶେଷଜ୍ଞ ମାନଙ୍କ ମତ ନେଇ ତୁରନ୍ତ ଏକ ଆଇନ ପ୍ରଣୟନ କରନ୍ତୁ କିନ୍ତୁ କାର୍ଯ୍ୟରତ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ପାରାମେଡିକାଲ କର୍ମଚାରୀଙ୍କୁ ମାରପିଟ ଓ ହାସପାତାଳରେ ଭଙ୍ଗାରୁଜା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଆଇନକୁ ହାତକୁ ନେବା ଏହା ନିନ୍ଦନୀୟ। ଏଥିରେ ସଂପୃକ୍ତଙ୍କ ପ୍ରତି ତୁରନ୍ତ ଦଣ୍ଡ ବିଧାନ ଦେବା ଉଚିତ। ସାଧାରଣ ଲୋକେ ସର୍ବଦା ମନେରଖିବା ଉଚିତ ଯେ, ଡାକ୍ତର ବା ଚିକିତ୍ସକ କେବେହେଲେ ତା ହାତରେ ଲୋକଟିର ପ୍ରାଣ ଯାଉ ଚାହେଁ ନାହିଁ, କି ଲୋକଟିକୁ ମାରିଦେବା ପାଇଁ ସେ ଉଦ୍ୟମ କରେନାହିଁ, ସେ ହେଲେ ଦ୍ୱିତୀୟ ଭଗବାନ ରୋଗୀକୁ ଭଲ କରିବା ପାଇଁ ସେ ଅପ୍ରାଣ ଉଦ୍ୟମ କରେ, ଫଳ ଭଗବାନଙ୍କ ହାତରେ।କେତେବେଳେ କେଉଁ ପ୍ରକାରେ କାହାର ଜୀବ ଯିବ କେହି ଜାଣେନାହିଁ, ସେଥିପାଇଁ କଥାରେ ଅଛି କିଏ ସେ ଦେଖିଛି କାଲି ସକାଳ ! ଏ ଗୋଟିଏ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ।

ବରିଷ୍ଠ ସାମ୍ବାଦିକ
ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.