Home ଅପରାଧ ଆପଣଙ୍କ ମୋବାଇଲକୁ ଆସିଛି କି ୪୪୮ ଟଙ୍କାର ଫ୍ରି ରିଚାର୍ଜ ମେସେଜ୍?

ଆପଣଙ୍କ ମୋବାଇଲକୁ ଆସିଛି କି ୪୪୮ ଟଙ୍କାର ଫ୍ରି ରିଚାର୍ଜ ମେସେଜ୍?

1086

ନୂଆଦିଲ୍ଲୀ: ଯଦି ଆପଣଙ୍କ ମୋବାଇଲକୁ ଜିଓର ୪୪୮ଟଙ୍କା ଫ୍ରି ରିଚାର୍ଜ ମେସେଜ୍ ଆସିଛି ତେବେ ସତର୍କ ହୋଇ ଯାଆନ୍ତୁ।ମେସେଜରେ ଦିଆଯାଇଥିବା ଲିଙ୍କ ଖୋଲିଲା ମାନେ ଆପଣଙ୍କ ମୋବାଇଲର ସମସ୍ତ ଡେଟା (ତଥ୍ୟ) ଚୋରୀ ହୋଇ ଯାଇପାରେ।ରିଲାଏନ୍ସ ଜିଓ କମ୍ୟୁନିକେସନ କମ୍ପାନୀ ଏହି ପ୍ରକାର ସ୍କିମକୁ ପ୍ରବଞ୍ଚନା ବୋଲି କହି ଗ୍ରାହକଙ୍କୁ ଧ୍ୟାନ ନ’ଦେବା ପାଇଁ ଅପିଲ୍ କରିଛି।ସାଇବର ବିଶେଷଜ୍ଞ ମାନେ ମଧ୍ୟ ଏନେଇ ସ୍ମାର୍ଟ ଫୋନ ୟୁଜର୍ସଙ୍କୁ ଆଲର୍ଟ କରି ଦେଇଛନ୍ତି।

ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ୍ ହେଉଛି।ଏଥିରେ କୁହାଯାଇଛି ଜିଓ କମ୍ପାନୀ ସବୁ ଭାରତୀୟ ଜିଓ ଗ୍ରାହକଙ୍କୁ ୪୪୮ ଟଙ୍କାର ଫ୍ରି ରିଚାର୍ଜ ଦେବାର ଘୋଷଣା କରିଛି।ଏହା ତଳେ ଏକ ଲିଙ୍କ ଦିଆଯାଇଛି।ଲିଙ୍କ ଉପରେ କ୍ଲିକ କରି ଫ୍ରି ରିଚାର୍ଜ ପାଇବା କଥା କୁହାଯାଇଛି।ଲିଙ୍କ ଖୋଲିଲା ପରେ ଏକ ଅନଲାଇନ ପ୍ରୋଫାର୍ମା ଆସିବ।ପ୍ରୋଫାର୍ମାରେ ନାମ, ଇମେଲ ଆଇଡି, ମୋବାଇଲ ନମ୍ବର ସବମିଟ କଲା ପରେ ଏକ ନୂଆ ପେଜ ଆସୁଛି।ଏହି ମେସେଜକୁ ୫ଟି ଗ୍ରୁପରେ ପଠାଇବାକୁ କୁହାଯାଇଛି।କିନ୍ତୁ, ଏଥିରେ ଫ୍ରି ରିଚାର୍ଜର କୌଣସି ସ୍କିମ ରହୁନି।ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୟୁଜର୍ସ ମାନଙ୍କର ଡେଟା ଚୋରୀ କରିବା ପାଇଁ ଏହି ପ୍ରକାର ଲିଙ୍କ୍ ତିଆରି କରାଯାଇଥାଏ।ଲୋଭନୀୟ ଅଫର ଦେଖି ଲୋକ ଲିଙ୍କ୍ ଉପରେ କ୍ଲିକ୍ କରି ଦିଅନ୍ତି।ଏବଂ ପରିଣାମ ସ୍ୱରୂପ ଫ୍ରି ରିଚାର୍ଜ ତ’ ମିଳେ ନାହିଁ,ଓଲଟି ମୋବାଇଲରେ ଥିବା ସମସ୍ତ ଡେଟା (ତଥ୍ୟ) ଚୋରୀ ହୋଇଯାଏ।//ଦେବଦତ୍ତ ରଥ

ଆଉ ଏକ ସମ୍ମାନ: ଏଥର ଆମେରିକାରେ ସମ୍ମାନୀତ ହେବେ ମୋଦୀ

ଟିଭି ଅଭିନେତ୍ରୀ,କଂଗ୍ରେସୀ ନେତ୍ରୀ ଅଙ୍ଗୁରୀ ଭାବିଙ୍କ (ନା)ପାକ୍ ପ୍ରେମ !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.