Home ଓଡ଼ିଶା ଭଦ୍ରକ ବିଜେପିରେ ଗୋଷ୍ଠୀ ବିବାଦ: ଯୁବ ମୋର୍ଚ୍ଚା ଟିମ୍ ଘୋଷଣା ପରେ ବଢ଼ିଲା ବିବାଦ ..

ଭଦ୍ରକ ବିଜେପିରେ ଗୋଷ୍ଠୀ ବିବାଦ: ଯୁବ ମୋର୍ଚ୍ଚା ଟିମ୍ ଘୋଷଣା ପରେ ବଢ଼ିଲା ବିବାଦ ..

56

ଭଦ୍ରକ: ଭଦ୍ରକ ବିଜେପିରେ ଗୋଷ୍ଠୀ ବିବାଦ ଏବେ ତୀବ୍ର ହୋଇଛି। ଜିଲ୍ଲା ଯୁବ ମୋର୍ଚ୍ଚା ଟିମ୍ ଘୋଷଣା ପରେ ବଢ଼ିଛି ବିବାଦ। ଗତକାଲି ବିଳମ୍ବିତ ରାତିରେ ହଠାତ୍ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା ଜିଲ୍ଲା ଯୁବ ମୋର୍ଚ୍ଚା ଟିମ୍ ଘୋଷଣା କରିବା ପରେ ଆଜି ସକାଳୁ ଆରମ୍ଭ ହୋଇଯାଇଥିଲା ବିବାଦ। ସମସ୍ତଙ୍କ ସହମତି ନନେଇ ଜିଲ୍ଲାର ଜଣେ ନିର୍ଦ୍ଦିଷ୍ଟ ନେତୃତ୍ୱଙ୍କ ପ୍ରରୋଚନାରେ ସେ ତରବରିଆ ଭାବରେ ଏବଂ ଏକ ବିବାଦୀୟ ଢଙ୍ଗରେ ଟିମ୍ ଘୋଷଣା କରିଥିବା କୁହାଯାଉଛି। ସେହିପରି ପୂର୍ଣ୍ଣାଙ୍ଗ ଟିମ୍ ଘୋଷଣା କରାଯାଇ ନଥିବା ବେଳେ ଅନେକ ଯୋଗ୍ୟ ଯୁବ ନେତୃତ୍ୱଙ୍କୁ ଅଣଦେଖା କରି ଟିମ୍ ଗଠନ କରାଯାଇଥିବା କୁହାଯାଉଛି। ଏପରିକି ବିଜେପିର ତୀବ୍ର ବିରୋଧୀ, ଚାଷୀ ନେତା ରାକେଶ ଟିକାୟତଙ୍କ କିଛି ଦିନ ତଳେ ସମର୍ଥକ ଥିବା ଜଣେ ଯୁବକଙ୍କୁ ଟିମରେ ନିଆଯାଇଥିବା କୁହାଯାଉଛି। ଯାହାକୁ ନେଇ ବିବାଦ ଅଧିକ ତୀବ୍ର ହୋଇଛି। ସୋସିଆଲ୍ ମିଡିଆରେ ଦଳ ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଛି। ଏସବୁ ପରେ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବିକାଶ ଶ୍ରେଷ୍ଠା ବ୍ୟାକଫୁଟକୁ ଚାଲି ଆସିଛନ୍ତି। ଗତ କାଲି ବିଳମ୍ବିତ ରାତିରେ ଟିମ୍ ଘୋଷଣା ନେଇ ତାଙ୍କ ସୋସିଆଲ୍ ମିଡିଆରେ କରିଥିବା ପୋଷ୍ଟ ଏବେ ଗାଏବ୍ ହୋଇଯାଇଛି। ଏବେ ବି ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହାପରେ ଯୁବ ମୋର୍ଚ୍ଚା ଟିମ୍ ପୁନଃ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି।
– @DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.