Home କୋରାପୁଟ ଡୋଲିଆମ୍ବରେ ଦକ୍ଷତା ବୃଦ୍ଧି ତାଲିମ ଶିବିର ଓ ୫ଟି ସିଲେଇ ମେସିନ ବିତରଣ

ଡୋଲିଆମ୍ବରେ ଦକ୍ଷତା ବୃଦ୍ଧି ତାଲିମ ଶିବିର ଓ ୫ଟି ସିଲେଇ ମେସିନ ବିତରଣ

39

କୋରାପୁଟ ୨୨-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜଳବିଭାଜିକା ବିଭାଗ ତରଫରୁ କୋଟିଆ ଗ୍ରାମ ପଂଚାୟତର ଡୋଲିଆମ୍ବ ଗ୍ରାମକୁ ପୋଷ୍ୟଗ୍ରାମ ଭାବେ  ନେଇ ଜୀବନଜୀବିକା  ଉପରେ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯାଉଥିବା ଜଣାପଡିଛି ।ଆଜି ଡୋଲିଆମ୍ବରେ ଦକ୍ଷତା ବୃଦ୍ଧି  ତାଲିମ ଶିବିର ଓ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଗ୍ରାମର ନରସିଂହ ଏସଏଚଜି ଗ୍ରୂପକୁ ୫ ଟି ସିଲେଇ ମେସିନ ପ୍ରଦାନ କରାଯିବା  ସହ ତାଲିମ ପ୍ରଦାନ କରାଯାଇଥିଲା ।ସେମିଲିଗୁଡାର ଏମ.ଦୁର୍ଗା ତାଲିମଦାତା ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ।ଗଙ୍ଗା ଓ ଯମୁନା ଏସଏଚଜି ଗ୍ରୂପ ମହିଳାମାନଙ୍କୁ ଝାଡୁ କିପରି ବନ୍ଧାଯାଏ ତାହା ଉପରେ ତାଲିମ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଡବ୍ଲୁଏମଟି ମଞୁଲତା ପଟନାୟକ , ଏସସିଓ ବି.ପାର୍ଥ ସାରଥି ଓ ଡିଇଓ ଶୁଭମ ପାତ୍ର ପ୍ରମୁଖ ଯୋଗଦେଇଥିଲେ ।କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଡୋଲିଆମ୍ବରେ ଜୀବନଜୀବିକା କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.