Home Top News ସ୍ୱାଭିମାନ ଦେଖାଇଥିଲେ ଦିଲ୍ଲୀପ – ସ୍ୱାଭିମାନ ଦେଖାନ୍ତୁ ସୌମ୍ୟ ..

ସ୍ୱାଭିମାନ ଦେଖାଇଥିଲେ ଦିଲ୍ଲୀପ – ସ୍ୱାଭିମାନ ଦେଖାନ୍ତୁ ସୌମ୍ୟ ..

127

ଭୁବନେଶ୍ୱର: ବିଜେଡିରେ ଥିଲେ। ବିଜେଡିରୁ ରାଜ୍ୟସଭାକୁ ଗଲେ। ବିଜେଡିରୁ ପୁଣି ଟିକେଟ୍ ପାଇ ବିଧାୟକ ହେଲେ। ସେ ଯେ କୌଣସି କାରଣରୁ ହେଉ, ଏବେ ତାଙ୍କୁ ଆଉ ବିଜେଡି ଭଲ ଲାଗିଲାନି। ନିଜର ରାଜନୈତିକ ଉଦ୍ଦେଶ୍ୟ ପାଇଁ ନିଜ ମିଡିଆ ସଂସ୍ଥାରେ ସରକାର ଏବଂ ବିଜେଡି ବିରୋଧରେ ସଂଳାପ ଲେଖିଲେ ସୌମ୍ୟ ବାବୁ। ଆଉ ସେପଟୁ ମଧ୍ୟ ସେହିପରି ଭାବରେ ରାଜନୈତିକ ଉଦ୍ଦେଶ୍ୟ ରଖି ସୌମ୍ୟ ବାବୁଙ୍କ ମିଡିଆ ହାଉସକୁ ଟାର୍ଗେଟ୍ କରାଗଲା। ଏହାସହ ସୌମ୍ୟ ବାବୁଙ୍କୁ ପ୍ରଥମେ ଦଳର ଉପ- ସଭାପତି ପଦରୁ ଦାୟିତ୍ୱମୁକ୍ତ କରାଗଲା। ଏବଂ ତଥାପି ନ’ସୂଧୁରିବାରୁ ଦଳରୁ ବିତାଡ଼ିତ କରାଗଲା। ଏବେ ସ୍ୱାଭିମାନର କଥା। ଯେଉଁ ବିଜେଡି ଏବଂ ନବୀନଙ୍କୁ ଆଜି ସୌମ୍ୟ ସମାଲୋଚନା କରୁଛନ୍ତି, ସେହି ନବୀନଙ୍କ ଦୟାରେ ବିଜେଡି ଟିକେଟରୁ ସୌମ୍ୟ ଆଜି ବିଧାୟକ ସାଜିଛନ୍ତି। ସମାଲୋଚନା କରିବା ପୂର୍ବରୁ ସ୍ୱାଭିମାନ ରଖି ସୌମ୍ୟ ବାବୁ ପ୍ରଥମେ ନବୀନଙ୍କ ଦୟାରେ ହୋଇଥିବା ବିଧାୟକ ପଦ ଛାଡ଼ିଦେବା ଦରକାର। ତା’ ପରେ ଯାଇ ମୁହଁ ଖୋଲିଲେ ଲୋକେ କହିବେ ସ୍ୱାଭିମାନୀ ନେତା ସୌମ୍ୟ ବାବୁ! କଂଗ୍ରେସରେ ଥାଇ ଭାଇ ନିରଞ୍ଜନ ପଟ୍ଟନାୟକ କହିଦେଲେ ହେବନି, ନିଜେ ସ୍ୱାଭିମାନର କାର୍ଯ୍ୟ କରିବାକୁ ପଡ଼ିବ। ଯେପରି କରିଥିଲେ ସ୍ୱାଭିମାନୀ ନେତା ଦିଲ୍ଲୀପ ରାଏ,। ବିଜେପିରେ ଥାଇ ମଧ୍ୟ ଦିଲ୍ଲୀପଙ୍କ ବିରୋଧରେ ସିବିଆଇ ଆକ୍ସନ୍ ନେଲା। ମନ୍ତ୍ରୀ ଯାହା ତ ‘କଲେ କଲେ,  ଏହାସହ ରାଉରକେଲା ଉନ୍ନତୀକରଣ କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଧା ଉପୁଜାଇବାରୁ ‘ପାର୍ଟି ପଛ, ମାଟି ଆଗ’ – ‘ଏଇଠି ଜନ୍ମ – ଏଇଠି ମରଣ କହି’ ରାଉରକେଲାର ସ୍ୱାର୍ଥ ପାଇଁ ବିଧାୟକ ପଦ ଛାଡ଼ି ଦେଇଥିଲେ ଦିଲ୍ଲୀପ। ଏବେ ସେହିପରି କିଛି କହିବା ପୂର୍ବରୁ ସୌମ୍ୟ ପ୍ରଥମେ ଦିଲ୍ଳୀପଙ୍କ ପରି ବିଧାୟକ ପଦ ଛାଡ଼ି ନିଜର ସ୍ୱାଭିମାନ ଦେଖାନ୍ତୁ!
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.