Home ଓଡ଼ିଶା ଅନୁଚ୍ଛେଦ ୩୭୦ : ଅମିତ ଶାହଙ୍କ ସହିତ ପରଦା ପଛର ନାୟକ – ଧର୍ମେନ୍ଦ୍ର ପ୍ରଧାନ...

ଅନୁଚ୍ଛେଦ ୩୭୦ : ଅମିତ ଶାହଙ୍କ ସହିତ ପରଦା ପଛର ନାୟକ – ଧର୍ମେନ୍ଦ୍ର ପ୍ରଧାନ ଓ ଏହି ଦୁଇ ମନ୍ତ୍ରୀ

6621

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସୋମବାରଦିନ ଐତିହାସିକ ନିଷ୍ପତି ନେଇ ଜାମ୍ମୁ-କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ କୁ ସମାପ୍ତ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଏହାର ଘୋଷଣା କରିଛନ୍ତି। ସେ କହିଛନ୍ତି କି ରାଜ୍ୟକୁ ଦୁଇଟି ଭାଗରେ ବିଭାଜିତ କରାଯିବ। ଏଥିପାଇଁ ସରକାର ପୁନର୍ଗଠନ ବିଲ ରାଜ୍ୟସଭାରେ ଆଗତ କରିଥିଲେ, ଯାହାକି ବହୁମତରେ ପାରିତ ହୋଇଛି। ଜାତୀୟ ଗଣମାଧ୍ୟମ ସୂତ୍ର ଅନୁସାରେ, ସଂସଦ ଅଧିବେଶନ ଆରମ୍ଭ ହେବା ସହିତ ହିଁ ପରଦା ପଛରେ ତିନିଜଣ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିୟୁଷ ଗୋୟଲ ଏବଂ ପ୍ରହଲାଦ ଜୋଶୀଙ୍କର ମୁଖ୍ୟ ଭୂମିକା ରହିଥିଲା। ବିଶେଷ କଥା ଏହା ଥିଲା କି ଅମିତ ଶାହ ନିଜେ ସୋମବାର ଦିନ ସଂସଦରେ ସଂକଳ୍ପ ଏବଂ ବିଧେୟକକୁ ଆଣିବା ପୂର୍ବରୁ ଏନ୍.ଡି.ଏ ର ସମସ୍ତ ପ୍ରମୁଖ ନେତାମାନଙ୍କର ବିଶ୍ଵାସ ଜିତିପାରିଥିଲେ। କିନ୍ତୁ ସମସ୍ତ ସ୍ତରରେ ଗୋପନୀୟତା ରଖାଯାଇଥିଲା।

ଏହା ମଧ୍ୟରେ ସରକାରଙ୍କୁ ଲାଗିଥିଲା କି ରାଜ୍ୟସଭାର ସମସ୍ତ ବାଧା ଦୂର ହୋଇଯାଇଛି। ସେଥିପାଇଁ ସଂସଦ ଅଧିବେଶନ ବଢ଼ାଇବାପାଇଁ ନିଷ୍ପତି ନେଇଥିଲେ। ଯାହାଫଳରେ ପ୍ରଥମ ଅଧିବେଶନରୁହିଁ ବଡ଼ କାମ କରିନିଆଯିବ। ଏଥିରେ ତିନି ତଲାକକୁ ଅଣା ଗଲା। ନମ୍ବର ସମ୍ପୂର୍ଣ୍ଣ ମିଳିଳା, କିଛି ଦଳଗୁଡ଼ିକର ଅନୁପସ୍ଥିତି, କିଛି ରାଜନୈତିକ ଦଳର ସମର୍ଥନ କିଛି ଦଳକୁ ସାଥିରେ ନେବାର କାମ ହୋଇଗଲା। ସୂତ୍ର ଅନୁସାର, ତିନି କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲାଦ ଜୋଶୀ, ମହାସଚିବ ଭୂପେନ୍ଦ୍ର ଯାଦବଙ୍କର ଟିମ କ୍ରମାଗତଭାବେ କାମ କରିଚାଲିଥିଲା। ତିନି ତଲାକ ଉପରେ ଯେତେବେଳେ ବଡ଼ ସଫଳତା ମିଳିଲା ତାହାପରେ ଅନୁଚ୍ଛେଦ ୩୭୦ କୁ ହଟାଇବା, ଜାମ୍ମୁ-କାଶ୍ମୀରର ବିଭାଜନ ପାଇଁ ପ୍ରସ୍ତୁତି ଚାଲିଲା।

ହିସାବକୁ ନିଆଗଲା ରାଜ୍ୟସଭାର ଗଣିତ, ଯାଡ଼ି ଚାଲିଲେ ଅଙ୍କ

ସୂତ୍ର ଅନୁସାରେ, କେନ୍ଦ୍ର ସରକାରରେ ସାମିଲ ହେବାକ୍ଷଣି ଶାହା ରାଜ୍ୟସଭାର ଅଙ୍କକୁ ଯୋଡ଼ିବାରେ ଲାଗିଲେ। ବିଧାନସଭାର ଦଳୀୟ ଅଙ୍କ ସହିତ ଏହାକୁ ମଧ୍ୟ ଦେଖାଗଲା କି ରାଜ୍ୟସଭାରେ ଏନ୍.ଡ଼ି.ଏ ଏବଂ ଭାରତୀୟ ଜନତା ପାର୍ଟିର ନିଜର ବହୁମତ କେତେ ହୋଇପାରିବ। ତା’ ପୂର୍ବରୁ କ’ଣ କ’ଣ କରାଯାଇପାରେ। ସୂତ୍ର ଅନୁସାର ବିରୋଧି ଦଳଗୁଡ଼ିକର ଦୁର୍ବଳତା ଖୋଜିବାରେ ଲାଗିଲେ ଏବଂ ନିଜ ସହିତ ଆଣିବାର ମୋର୍ଚ୍ଚା ଉପରେ ତିନିଜଣ କେନ୍ଦ୍ରୀୟ ମନ୍ତ୍ରୀ, ଜଣେ ପାର୍ଟି ପଦାଧିକାରୀ ଲାଗିଗଲେ। ନେତତ୍ତୃତ୍ୱ ନିଜେ ଶାହା ସମ୍ଭାଳୁଥିଲେ। ପୂର୍ବ ନିର୍ଦ୍ଧାରିତ ତଥା ଭାବିଚିନ୍ତି ଦୃଢ଼ ରଣନୀତି ଅନୁଯାୟୀ ଆରଟିଆଇ ଏବଂ ତିନି ତଲାକ ବିଧେୟକକୁ ପୂର୍ବରୁ ଅଣାଗଲା।

ରାଜନୈତିକ ଦଳର ଦୁର୍ବଳତାକୁ ଦେଖି ଫାଇଦା ଉଠାଇବାକୁ ଚେଷ୍ଟା

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀଙ୍କର ଇସ୍ତପା ପରେ କଂଗ୍ରେସ ଭୀତରୁ ଅନେକ ସାଂସଦ ନିଜେ ଭାରତୀୟ ଜନତା ପାର୍ଟିର ମନ୍ତ୍ରିମାନଙ୍କ ସଂପର୍କରେ ଆସିଲେ। ତେଲୁଗୁଦେଶମର ପ୍ରଥମ ଅପରେଶନ ହେଲା ଏବଂ ସେଥିରେ ଦୁଇ ତୃତୀୟାଂଶ ବିଭାଜନରେ ଚାରିଜଣ ସାଂସଦ ଭାରତୀୟ ଜନତା ପାର୍ଟିକୁ ଆସିଲେ। ଇନେଲୋ ର ଏକ ମାତ୍ର ସାଂସଦ ମଧ୍ୟ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ। ଅବଶ୍ୟ ରାଜ୍ୟସଭାର ସେହି ସାଂସଦମାନେ ଅଧିକ ରୁଚି ଦେଖାଇଥିଲେ ଯେଉଁଠାରେ ଭାରତୀୟ ଜନତା ପାର୍ଟିର ସରକାରଥିଲା। ଉପନିର୍ବାଚନ ହେବାପରେ ସେମାନେ ନିର୍ବାଚିତ ହୋଇ ଆସିଥିଲେ। ଏହାପରେ କଂଗ୍ରେସ ଏବଂ ସପାର ପାଞ୍ଚଜଣ ସାଂସଦ ନିଜର ପାର୍ଟିରୁ ଇସ୍ତଫା ଦେଲେ।

ରବିବାର ଦ୍ୱିପ୍ରହରରେ ଆରମ୍ଭ ହୋଇଥିଲା ଅଭିଯାନ

ସୂତ୍ର ଅନୁସାରେ, କାହାକୁ ଟିକିଏ ହେଲେ ଭାବିବାକୁ ଦିଆଯାଇନଥିଲା କି ଏପରି କିଛି ହୋଇଯିବ। ଆଇନ୍ ମନ୍ତ୍ରୀଙ୍କର ଉପଦେଶ ନିଆଯାଇଥିଲା। ନିର୍ଦ୍ଧାରିତ ମନ୍ତ୍ରୀମାନଙ୍କୁ ସେତେବେଳେ ଜଣାପଡ଼ିଲା କି ଏହି ବିଷୟରେ ବିଲ ଆସିବ ବୋଲି, କିନ୍ତୁ କେବେ ଏହା କୁହାଯାଇନଥିଲା। ସୂତ୍ର ଅନୁସାର ରବିବାର ଦ୍ୱିପ୍ରପହର ପରେ ଜଣେ ଜଣେ କରି କିଛି ନେତାଙ୍କୁ ଏହି ବିଷୟରେ ଯୋଡ଼ାଗଲା। ସୋମବାର ସକାଳେ କ୍ୟାବିନେଟରେ ହିଁ ସମସ୍ତ ମନ୍ତ୍ରୀଙ୍କୁ ଏହି ବିଷୟରେ ଜଣା ପଡ଼ିଲା । ତା’ ପୂର୍ବରୁ ଶାହା ଏନ୍.ଡି.ଏର ଦୁଇ ଦଳର ନେତାମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କ ଭରସା ଜିତିଥିଲେ। କିଛି ଦଳର ନେତାମାନଙ୍କୁ ପ୍ରହଲାଦ ଜୋଶୀ କଥା ହୋଇଥିଲେ। ସକାଳେ ହିଁ ବିରୋଧି ଦଳର ଦୁଇଜଣ ଅନ୍ୟ ସାଂସଦଙ୍କର ଇସ୍ତପା ସ୍ଥିର ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.