Home ଓଡ଼ିଶା ଦିଲ୍ଲୀରେ ପୁଣି କେଜରୀୱାଲ୍, ବହୁ ପଛରେ ବିଜେପି – କ’ଣ କହୁଛନ୍ତି ଏକଜିଟ୍ ପୋଲ ଜାଣନ୍ତୁ

ଦିଲ୍ଲୀରେ ପୁଣି କେଜରୀୱାଲ୍, ବହୁ ପଛରେ ବିଜେପି – କ’ଣ କହୁଛନ୍ତି ଏକଜିଟ୍ ପୋଲ ଜାଣନ୍ତୁ

1037

ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ଆସି ସାରିଛି ଏକଜିଟ୍ ପୋଲର ବିଭିନ୍ନ ସର୍ଭେ ରିପୋର୍ଟ। ସମସ୍ତ ସର୍ଭେ ରିପୋର୍ଟରେ ଅରବିନ୍ଦ କେଜରୀୱାଲ ପୁଣିଥରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଅବଶ୍ୟ ପୂର୍ବ ଅପେକ୍ଷା ଆସନ କମ ହୋଇପାରେ କିନ୍ତୁ ପୁଣି ଆପ ସରକାର ବନିବା ସ୍ପଷ୍ଟ ଜଣାପଡ଼ୁଛି।

୨୦୧୫ ର ବିଧାନସଭା ନିର୍ବାଚନରେ ‘ଆପ’ ବହୁତ ଭଲ ପ୍ରଦର୍ଶନ କରିଥିଲା ୭୦ ରୁ ୬୭ ଟି ଆସନ ପାଇ ସରକାର ଗଠନ କରିଥିଲା। କିନ୍ତୁ ଏଥର ଆପକୁ ୪୪ ରୁ ୫୭ ଆସନ ମିଳୁଥିବା ଦେଖାଯାଉଛି। ଅବଶ୍ୟ ବହୁମତ ପାଇଁ ୩୬ଟି ଆସନ ଆବଶ୍ୟକ।

ଦିଲ୍ଲୀ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରୀୟ ମନ୍ତ୍ରୀ ପ୍ରଚାର କରିଥିଲେ। ଏହାର ଫାଇଦା ଏଥର ଭାଜପାକୁ ମିଳିବ। ଗତଥର ଅପେକ୍ଷା ଭାଜପାର ଆସନ ଅଧିକା ହୋଇପାରେ କିନ୍ତୁ ସରକାର ଗଠନ କରିବା ଭଳି ଦେଖାଯାଉନାହିଁ।
କଂଗ୍ରେସର ନୈରାଶ୍ୟ ଜନକ ସ୍ଥିତି ଏହି ନିର୍ବାଚନର ଏକଜିଟ୍ ପୋଲରେ ଦେଖିବାକୁ ମିଳୁଛି।

ଜାଣନ୍ତୁ କ’ଣ କହୁଛନ୍ତି ବିଭିନ୍ନ ଏକଜିଟ ପୋଲ
ନ୍ୟୁଜ୍ ଏକ୍ସ-ନେତା

ଆପ- ୫୩-୫୭ ଆସନ
ଭାଜପା- ୧୧-୧୭ ଆସନ
କଂଗ୍ରେସ- ୦-୨ ଆସନ

ଟାଇମ୍ସ ନାଓ-Ipsos

ଆପ- ୪୪ ଆସନ
ଭାଜପା- ୨୬ ଆସନ
କଂଗ୍ରେସ- ୦

ଟିଭି 9 – ଭାରତବର୍ଷ-Cicero
ଆପ- ୫୪ ଆସନ
ଭାଜପା-୧୫ ଆସନ
କଂଗ୍ରେସ- ୦୧

ରିପବ୍ଲିକ ଟିଭି-ଜନ କୀ ବାତ

ଆପ- ୪୮-୬୧ ଆସନ
ଭାଜପା-୦୯-୨୧ ଆସନ
କଂଗ୍ରେସ- ୦-୧

ଇଣ୍ଡିଆ ଟିଭି

ଆପ- ୪୪ ଆସନ
ଭାଜପା-୨୬ ଆସନ
କଂଗ୍ରେସ- ୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.