Home ଓଡ଼ିଶା ଦିଲ୍ଲୀର ଏବିପି ନ୍ୟୁଜ୍ ସି-ଭୋଟର ଏଗ୍ଜିଟ ପୋଲ – କାହାକୁ କେତେ ଆସନ ମିଳିବ ?

ଦିଲ୍ଲୀର ଏବିପି ନ୍ୟୁଜ୍ ସି-ଭୋଟର ଏଗ୍ଜିଟ ପୋଲ – କାହାକୁ କେତେ ଆସନ ମିଳିବ ?

584

ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇସାରିଛି। ଏବେ ଫଳାଫଳକୁ ଅପେକ୍ଷା। ସମସ୍ତ ମନରେ ପ୍ରଶ୍ନ କି ଶେଷରେ ଆମ ଆଦମୀ ପାର୍ଟୀ (ଆପ), ବିଜେପି ଏବଂ କଂଗ୍ରେସ ମଧ୍ୟରୁ କାହାକୁ ଦିଲ୍ଲୀରେ କେତେ ଆସନ ମିଳିବ ? ଏହା ପୂର୍ବରୁ ଏବିପି ନ୍ୟୁଜ୍ ସି-ଭୋଟର ର ସର୍ଭେ ଅନୁଯାୟୀ AAP କ୍ରମାଗତଭାବେ ତୃତୀୟ ଥର ସରକାର ଗଠନ କରିବ। ବିଜେପିକୁ କିଛିଟା ଫାଇଦା ହେଉଥିଲେ ମଧ୍ୟ ଏହା ଆସନରେ ପରିଣତ ହୋଇପାରୁନଥିବା ଜଣାପଡ଼ୁଛି। ୨୦୨୦ ବିଧାନସଭାର ଫଳାଫଳ ୧୧ ଫେବୃଆରିରେ ଆସିବ।

୨୦୧୫ ନିର୍ବାଚନରେ ଅରବିନ୍ଦ କେଜରୀୱାଲଙ୍କର ପାର୍ଟୀ AAP ୭୦ ରୁ ୬୭ଟି ଆସନରେ ବିଜୟ ଲାଭକରି ସରକାର ଗଠନ କରିଥିଲା। ବିଜେପି ୩ ରୁ ସନ୍ତୁଷ୍ଟ ଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନଥିଲା। ମତଦାନ ପ୍ରତିଶତ AAP କୁ ୫୪.୫, ବିଜେପି ୩୨.୩ ପ୍ରତିଶତ ଏବଂ କଂଗ୍ରେସକୁ ୯.୭ ପ୍ରତିଶତ ଭୋଟ ମିଳିଥିଲା।

ଏବିପି ଏକ୍ଜିଟ ପୋଲ ମୁତାବକ, ୨୦୧୫ ବିଧାନସଭା ନିର୍ବାଚନ ତୁଳନାରେ ଏହି ନିର୍ବାଚନରେ ଆମ ଆଦମୀ ପାର୍ଟୀ (AAP) କୁ ଭୋଟ ପ୍ରତିଶତରେ କ୍ଷତି ହୋଇପାରେ। ବିଜେପିକୁ ଫାଇଦା ହୋଇପାରେ। କଂଗ୍ରେସର ଭୋଟ ପ୍ରତିଶତରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ।
କ’ଣ କହୁଛି ABP Exit Poll? ଜାଣନ୍ତୁ

ପାର୍ଟୀ ଆସନ ଭୋଟ ପ୍ରତିଶତ
AAP-ଆପ ୪୯ ରୁ ୬୩ ୫୦.୬ ପ୍ରତିଶତ
BJP-ବିଜେପି ୫ ରୁ ୧୯ ୩୬.୭ ପ୍ରତିଶତ
କଂଗ୍ରେସ ୦ ରୁ ୪ ୯.୩ ପ୍ରତିଶତ
ଅନ୍ୟ ୦ ୪.୭ ପ୍ରତିଶତ

ଦିଲ୍ଲୀ ଲୋକସଭାରେ ସାତ ଆସନ ଅଛି ଏବଂ ସମସ୍ତ ଆସନରେ ୨୦୧୯ ନିର୍ବାଚନରେ ବିଜେପି ବିଜୟ ଲାଭ କରିଥିଲା। ସାତଟି ଆସନ- ନୂଆଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଚାନ୍ଦିନୀ ଚୌକ, ଉତ୍ତର ପଶ୍ଚିମ ଦିଲ୍ଲୀ ଏବଂ ଉତ୍ତର ପୂର୍ବ ଦିଲ୍ଲୀ ସାମିଲ ଅଟେ। ସମସ୍ତ ସାତ ଲୋକସଭା ଆସନ ଗୁଡ଼ିକ ଅନ୍ତର୍ଗତ ୧୦-୧୦ ବିଧାନସଭା ଆସନ ଆସୁଛନ୍ତି। ତେବେ ଜାଣନ୍ତୁ କେଉଁ ଆସନରୁ କେତେ ବିଧାନସଭା ଆସନ କିଏ ପାଇବ –

ଚାନ୍ଦିନୀ ଚୌକ

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୭ ରୁ ୯ ୫୨.୨
ବିଜେପି ୧ ରୁ ୩ ୩୯.୬
କଂଗ୍ରେସ ୦ ରୁ ୧ ୫.୬
ଅନ୍ୟ ୦ ୨.୬

ପୂର୍ବ ଦିଲ୍ଲୀ

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୬ ରୁ ୮ ୫୩.୬
ବିଜେପି ୧ ରୁ ୩ ୩୩.୫
କଂଗ୍ରେସ ୦ ରୁ ୧ ୮.୯
ଅନ୍ୟ ୦ ୪.୦

ନୂଆଦିଲ୍ଲୀ

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୭ ରୁ ୯ ୪୯.୦
ବିଜେପି ୧ ରୁ ୩ ୩୭.୦
କଂଗ୍ରେସ ୦ ୮.୫
ଅନ୍ୟ ୦ ୫.୫

ଉତ୍ତର ପୂର୍ବ ଦିଲ୍ଲୀ

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୭ ରୁ ୯ ୫୧.୧
ବିଜେପି ୧ ରୁ ୩ ୩୬.୦
କଂଗ୍ରେସ ୦ ରୁ ୧ ୧୦.୧
ଅନ୍ୟ ୦ ୨.୮

ଉତ୍ତର ପଶ୍ଚିମ ଦିଲ୍ଲୀ

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୮ ରୁ ୧୦ ୪୬.୭
ବିଜେପି ୦ ରୁ ୨ ୩୩.୭
କଂଗ୍ରେସ ୦ ୧୦.୩
ଅନ୍ୟ ୦ ୯.୩

ଦକ୍ଷିଣ ଦିଲ୍ଲୀ

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୭ ରୁ ୯ ୪୬.୧
ବିଜେପି ୦ ରୁ ୨ ୩୩.୮
କଂଗ୍ରେସ ୦ ରୁ ୧ ୧୨.୬
ଅନ୍ୟ ୦ ୭.୫

ପଶ୍ଚିମ ଦିଲ୍ଲୀ

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୭ ରୁ ୯ ୫୨.୬
ବିଜେପି ୧ ରୁ ୩ ୩୮.୭
କଂଗ୍ରେସ ୦ ୬.୩
ଅନ୍ୟ ୦ ୨.୫

ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ରେ ସଂଧ୍ୟା ଛଅଟା ପର୍ଯ୍ୟନ୍ତ ୫୪.୬୫ପ୍ରତିଶତ ମତଦାନ ହୋଇଥିଲା। ୨୦୧୫ ର ବିଧାନସଭା ନିର୍ବାଚନ ରେ ୬୭.୪୭ ପ୍ରତିଶତ ଭୋଟ ପଡ଼ିଥିଲା। ଏହିଥର ନିର୍ବାଚନ ମୁଖ୍ୟତଃ ଆପ – ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.