Home Coronavirus Outbreak ରାଜ୍ୟରେ ପୁଣି କରୋନା ନେଲା ୧୩ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୬୮୨ କୁ ବୃଦ୍ଧି

ରାଜ୍ୟରେ ପୁଣି କରୋନା ନେଲା ୧୩ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୬୮୨ କୁ ବୃଦ୍ଧି

88

ଭୁବନେଶ୍ୱର ୧୮-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୩ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୮୨ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବରଗଡ଼ ଜିଲ୍ଲାରୁ ଜଣେ,
ବଲାଙ୍ଗୀର ଜିଲ୍ଲାରୁ ଜଣେ,
କଟକ ଜିଲ୍ଲାରୁ ଜଣେ,
ଗଜପତିଜିଲ୍ଲାରୁ ଜଣେ,
କନ୍ଧମାଳ ଜିଲ୍ଲାରୁ ଜଣେ,
କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ,
ଖୋର୍ଦ୍ଦା ଜିଲ୍ଲାରୁ ୩ ଜଣ,
ମୟୁରଭଞ୍ଜ ଜିଲ୍ଲାରୁ ଜଣେ,
ପୁରୀ ଜିଲ୍ଲାରୁ ୨ ଜଣ,

ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୧୩ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

 

୧- ବରଗଡ ଜିଲ୍ଲାର ୨୫ ବର୍ଷ ବୟସ୍କ ପୁରୁଷ।

୨- ବଲାଙ୍ଗୀର ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ।

୩- ଭୁବନେଶ୍ୱରର ୪୯ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୪- କଟକ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୫- ଗଜପତି ଜିଲ୍ଲାର ୫୩ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ପୀଡିତ ଥିଲେ।

୬- କନ୍ଧମାଳ ଜିଲ୍ଲାର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ କି ଡିଲେଟେଡ୍ କାର୍ଡିଓମୋପାଥି, ଗୁରୁତର ବାମ ଭେଣ୍ଟ୍ରିକୁଲାର ଡିସଫଙ୍କସନ, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭- ଖୋର୍ଧା ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୮- ଖୋର୍ଧା ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ।

୯- କେନ୍ଦ୍ରାପଡା ଜିଲ୍ଲାର ଜଣେ ୯୦ ବର୍ଷ ବୟସ୍କା ମହିଳା।

୧୦- କେନ୍ଦ୍ରାପଡା ଜିଲ୍ଲାର ଜଣେ ୯୭ ବର୍ଷ ବୟସ୍କା ମହିଳା।

୧୧- ମୟୁରଭଞ୍ଜ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ।

୧୨- ପୁରୀ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ କି କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ।

୧୩- ପୁରୀ ଜିଲ୍ଲାର ୭୯ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.