Home ଓଡ଼ିଶା ନଦୀରୁ ଗଳିତ ଶବ ଉଦ୍ଧାର

ନଦୀରୁ ଗଳିତ ଶବ ଉଦ୍ଧାର

603

ପାଟଣା ୧୪-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅଧିନ ଗୋବିନ୍ଦପୁର ବୈତରଣୀ ନଦୀ ଘାଟରୁ ଜଣେ ବୃଦ୍ଧଙ୍କର ଗଳିତ ମୃତଦେହ ବାରିଆ ପୋଲିସ ଉଦ୍ଧାର କରି ବ୍ୟବଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ବୃଦ୍ଧ ଜଣକ ହେଲେ ଚମ୍ପୁଆ ଥାନା ଟିଆଁସପଶି ଗ୍ରାମର ରଘୁନାଥ ସିଂ(୬୦) ଗତ ଶନିବାର ଦିନରୁ ସେ ଗାଧୋଇବାକୁ ଯାଇ ନଦୀରେ ବୁଡି ନିଖୋଜ ଥିଲେ। ଆଜି ସକାଳେ ଗ୍ରାମର କିଛି ଲୋକ ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ନଦୀରେ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ। ପରେ ପୋଲିସକୁ ଖବର ଦେଇଥିଲେ ଘଟଣା ସ୍ଥଳରେ ବାରିଆ ପୋଲିସ ଓ ଚମ୍ପୁଆ ଅଗ୍ନିଶମ ବାହିନୀ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.