Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନୂତନ ପଦକ୍ଷେପ

388

– ‘ମୋ ସରକାର’ ଟିମ୍ ର ପ୍ରଥମ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
– ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ

ଭୁବନେଶ୍ୱର ୧୪-୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବାପାଇଁ କେତେକ ଘୋଷଣା କରିଛନ୍ତି। ଆଜି ଲୋକସେବା ଭବନ ଠାରେ ଗଣମାଧ୍ୟମକୁ ତାଙ୍କର ନୂତନ ପଦକ୍ଷେପ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ, “ପ୍ରାୟ ୧୦ ଦିନ ତଳେ ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ଅବସରରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଆମେ ପୋଲିସ ଓ ସ୍ବାସ୍ଥ୍ୟ କ୍ଷେତ୍ର ଉପରେ ଦୃଷ୍ଟି ନିବେଶ କରିଥିଲୁ। ମୁଁ ୧୨୦ଟି ଫୋନ୍‌କଲ୍ କରିଛି ଏବଂ ଲୋକଙ୍କ ପ୍ରତିକ୍ରିୟା ବହୁତ ଉତ୍ସାହଜନକ ଥିଲା। ଆମର ଯୋଜନା ଅନୁଯାୟୀ ମୁଁ ପ୍ରଥମେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ଅତି କମ୍‌ରେ ୧୫ଟି ଜିଲ୍ଲା ଗସ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲି। ସବୁ ଜାଗାରେ ଲୋକଙ୍କ feedback ଉତ୍ସାହଜନକ ଥିଲା ଏବଂ ପୋଲିସ ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ପ୍ରତିକ୍ରିୟା ମଧ୍ୟ ବହୁତ ଭଲ ଥିଲା।

ମୋ ସରକାର ଟିମ୍ ର ପ୍ରଥମ ଦିନର ଗସ୍ତ ପରେ ରୋଗୀମାନଙ୍କ feedback ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତିକରି ରାଜ୍ୟ ସରକାର ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

– ଏହି ନିଷ୍ପତ୍ତି ଅନୁଯାୟୀ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୪ଟି ରୋଗୀ କଲ୍ୟାଣ ସମିତିକୁ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଏହି ୩ଟି ଜିଲ୍ଲାର ପୋଲିସ୍ ଏସ୍.ପି ମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ।

କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ଏକ composite hospital ନିର୍ମାଣ କରାଯିବ। ଦୁଇ ବର୍ଷ ମଧ୍ୟରେ ଏହାର ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ। ରୋଗୀମାନଙ୍କ ଆଟେଣ୍ଡାଣ୍ଟ ମାନଙ୍କ ନିମନ୍ତେ ମେଡିକାଲ କ୍ୟାମ୍ପସରେ ଏକ rest shed ନିର୍ମାଣ କରାଯିବ। ନୂତନ composite campusରେ କର୍ମଚାରୀ ମାନଙ୍କ ପାଇଁ ବାସଗୃହ ବ୍ୟବସ୍ଥା ଓ transit home କରାଯିବ। ମେଡିକାଲ କଲେଜ ପାଇଁ ୫ଟି Ambulance ଓ ୩ଟି ମହାପ୍ରୟାଣ ଗାଡି ଯୋଗାଇ ଦିଆଯିବ। କୋରାପୁଟ ଜିଲ୍ଲା ସଦର ମହକୁମା ହସ୍‌ପିଟାଲର ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବା ସହିତ ବର୍ତ୍ତମାନର ବି ଉପରେ ଏକ ନୂଆ ୱାର୍ଡ ନିର୍ମାଣ କରାଯିବ। ଷ୍ଟାଫ ମାନଙ୍କ ପାଇଁ ସରକାରୀ ବାସଗୃହ ଓ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ rest shed କରାଯିବ। ଦୁଇଟି ଆମ୍ବଲାନ୍ସ ମଧ୍ୟ ଯୋଗାଇ ଦିଆଯିବ। ମାଲକାନଗିରି ସଦର ମହକୁମା ହଟାଲରେ ଡାକ୍ତରମାନଙ୍କ ପାଇଁ ବାସଗୃହ ଓ transit home ନିର୍ମାଣ କରାଯିବ। ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ। ମୋଟୁ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ସବୁ ଦିନିଆ ବସ୍ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ। ଆଟେଣ୍ଡାଣ୍ଟ ମାନଙ୍କ ପାଇଁ rest shed କରାଯିବ।। ନବରଙ୍ଗପୁର ସଦର ମହକୁମା ହଟାଲର ଶଯ୍ୟା ସଂଖ୍ୟା ମଧ୍ୟ ୨୦୦କୁ ବୃଦ୍ଧି କରାଯିବା ସହିତ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ rest shed, ୩ଟି ଆମ୍ବଲାନ୍ସ ଓ ୩ଟି ମହାପ୍ରୟାଣ ଯାନ ଯୋଗାଇ ଦିଆଯିବ। ୨୦୦ ଶଯ୍ୟା ବିଶିଷ୍ଟ ଏକ ନୂତନ ହଟାଲ ବିଲ୍ଡିଂ ନିର୍ମାଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.