Home ଓଡ଼ିଶା ଦାନା ବାନ୍ଧୁଛି ବିଜେଡ଼ି ଅସନ୍ତୋଷ

ଦାନା ବାନ୍ଧୁଛି ବିଜେଡ଼ି ଅସନ୍ତୋଷ

1501

ଭୁବନେଶ୍ୱର ୧୫-୨ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କେଇଟା ମାସ ବାକୀ ରହିଲା। ବିଭିନ୍ନ ଦଳ ତରଫରୁ ଟିକଟ ଚୟନ ପ୍ରକ୍ରୀୟା ଖୁବ୍ ଜୋରସୋରରେ ଚାଲିଛି। ଏଥିରେ ସର୍ବାଗ୍ରେ ରହିଛି ଶାସକ ବିଜେଡ଼ି। ପ୍ରତି ନିର୍ବାଚନ ପରି ଏଥର ମଧ୍ୟ ବିଜେଡ଼ିରେ ଆଶାୟୀଙ୍କ ସଂଖ୍ୟା ସର୍ବାଧିକ। ମାତ୍ର ଅପର ପକ୍ଷରେ ବିଜୁ ଜନତା ଦଳରେ ଗୋଷ୍ଠି କନ୍ଦଳର ମାତ୍ରା ମଧ୍ୟ ସର୍ବାଧିକ। କିଛିଦିନ ତଳେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲାଯେ, ଆସନ୍ତା ନିର୍ବାଚନରେ ଟିକେଟ ବଣ୍ଟନ କ୍ଷେତ୍ରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବହୁଳ ସତର୍କତା ଅବଲମ୍ବନ କରିବେ। କାରଣ ୨୦୧୯ ନିର୍ବାଚନକୁ ପାର କରିବାକୁ ହେଲେ ଦୀର୍ଘବର୍ଷ ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ଏହି ପରିପ୍ରେଶ୍ରକ୍ଷୀରେ ନିଜ ନିର୍ବାଚନ ମଣ୍ଡଳୀରେ ଲୋକପ୍ରୀୟ ହରାଇଥିବା ସାଂସଦ ଓ ବିଧାୟକଙ୍କୁ ଟିକେଟ ଦେବେନାହିଁ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ବାବୁ ଏକ ପ୍ରକାର ମନସ୍ଥିର କରିସାରିଛନ୍ତି। ଏହା ବ୍ୟତୀତ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଯଥା ଚିଟଫଣ୍ଡ ଦୁର୍ନୀତିରେ ଜେରା ହୋଇସାରିଥିବା ଏବଂ ଆଗକୁ ଜେରା ହେବାକୁ ଥିବା ବିଧାୟକ ଓ ସାଂସଦଙ୍କୁ ନବୀନ ଟିକେଟ ଦେବେ ନାହିଁ। ଏହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ବିଜେଡ଼ି ଦଳର ମାତ୍ରାଧିକ ସାଂସଦ ଏବଂ ବିଧାୟକ ଚିଟଫଣ୍ଡ ଦୁର୍ନୀତିରେ ଜେରା ହୋଇସାରିଛନ୍ତି ଓ ଆଗକୁ ଜେରା ହେବେ ମଧ୍ୟ।

ନିକଟ ଅତୀତରେ ନୟାଗଡ଼ ବିଧାୟକ ଅରୁଣ ସାହୁ ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ନୋଟିସ୍ ଜାରି କରିଛି। ଆସନ୍ତା ସପ୍ତାହରେ ଆହୁରି କିଛି ବିଜେଡ଼ିର ତୁଙ୍ଗ ନେତାଙ୍କୁ ସିବିଆଇ ନୋଟିସ୍ ଜାରି କରିବ। ଏହି ନୋଟିସ ଜାରି ପରେ ଏହି ସମ୍ପୃକ୍ତ ନେତାମାନେ ବିକଳ୍ପ ସନ୍ଧାନରେ ଅଛନ୍ତି। ପ୍ରଥମତଃ ସିବିଆଇ ଚୋଟରୁ ରକ୍ଷା ପାଇବା ପାଇଁ ଏମାନେ ବିଭିନ୍ନ ବିକଳ୍ପର ସନ୍ଧାନରେ ଅଛନ୍ତି। ଏହି ଖବର ବିଜେଡ଼ି ସୁପ୍ରିମୋଙ୍କ ଚିନ୍ତା ବଢ଼ାଇ ଦେଇଛି। ଯଦି ଏହି ନେତାମାନଙ୍କର ଟିକେଟ କଟାଯାଏ ତେବେ ଏମାନେ ବିଜେଡ଼ି ପାଇଁ ଆତ୍ମଘାତୀ ସଦୃଶ୍ୟ ହେବେ। ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ପ୍ରଭାତ ତ୍ରୀପାଠୀ, ପୁରୀ ବିଧାୟକ ଏବଂ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ତଥା ଆହୁରି କିଛି ବିଧାୟକ ଏବଂ ମନ୍ତ୍ରୀଙ୍କୁ ଦଳୀୟ ଟିକେଟ ନଦେବା ପାଇଁ ବିଜେଡ଼ି ସୁପ୍ରିମୋ ଏକ ପ୍ରକାର ମନସ୍ଥିର କରିସାରିଛନ୍ତି। ନବୀନଙ୍କର ମନଭାବକୁ ହୃଦୟଙ୍ଗମ କରିସାରିବା ପରେଏହି ନେତାମାନେ ବର୍ତ୍ତମାନ ବିକଳ୍ପ ସନ୍ଧାନରେ ଅଛନ୍ତି। ଦୀର୍ଘ ବର୍ଷଧରି ରାଜନୈତିକ କ୍ଷମତାକୁ ଉପଭୋଗ କରିସାରିଥିବା ଏହି ନେତାମାନେ ବର୍ତ୍ତମାନ କଂଗ୍ରେସ ଓ ବିଜେପି ସହିତ ଭିତିରିଆ ସଲାସୁତୁରା ଆରମ୍ଭ କରିଦେଇଛନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ତେଣୁ ଆସନ୍ତା କିଛିଦିନ ମଧ୍ୟରେ ବିଜେଡ଼ି ଦଳ ଭିତରେ ଏକ ବିଷ୍ପୋରକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ଏଥିରେ ସନ୍ଦେହର ଅବକାଶ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.