Home ଜିଲ୍ଲା ପରିକ୍ରମା ଜମ୍ମୁକାଶ୍ମୀର ରେ ଆତ୍ମଘାତୀ ଆତଙ୍କୀ ହମଲାରେ ସହିଦ ଯବାନଙ୍କ ସ୍ମୃତି ଉଦେଶ୍ୟରେ ମାଲକାନଗିରିରେ ମହମବତୀ ସୋଭାଯାତ୍ରା

ଜମ୍ମୁକାଶ୍ମୀର ରେ ଆତ୍ମଘାତୀ ଆତଙ୍କୀ ହମଲାରେ ସହିଦ ଯବାନଙ୍କ ସ୍ମୃତି ଉଦେଶ୍ୟରେ ମାଲକାନଗିରିରେ ମହମବତୀ ସୋଭାଯାତ୍ରା

498

ମାଲକାନଗିରି, ୧୫ା୨ (ଓଡିଆ ପୁଅ ) ଗତକାଲି ଜମ୍ମୁକାଶ୍ମୀର ପୁଲଓ୍ବାମା ଜିଲ୍ଲାରେ ଆତଙ୍କବାଦୀଙ୍କ ଆତ୍ମ ଘାତି ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ସହିଦ ହେବା ସିହତ ୪୦ଜଣ ଯବାନ ଆହତ ହୋଇଛନ୍ତି। ସେହି ସହିଦ ଯବାନଙ୍କ ସ୍ମୃତି ଉଦେଶ୍ୟରେ ମାଲକାନଗିରି ଯୁବସଂଗଠନ, ଉଇକ୍ୟାନ ସଂସ୍ଥା, ଜିଲ୍ଲାପ୍ରଶାନ ଓ ଜିଲ୍ଲାବାସୀ ଙ୍କ ପକ୍ଷରୁ ଏକ ବିରାଟ କ୍ୟାଣ୍ଡେଲ ସୋଭା ଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ବାହାରି ସହର ପରିକ୍ରମା କରି ୩କିମି ଦୂର ଦଣ୍ଡକାରଣ୍ୟ ମଇଦାନ ଠାରେ ପହଁଚି ବାପରେ ସହିଦ ଯବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା ଓ ସ୍ମୃତିଚାରଣ ସହ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଘୋର ନିନ୍ଦାକରାଯାଇଛି। ସହିଦ ଯବାନଙ୍କ ଉଦେଶ୍ୟରେ ଆଜି ରାତ୍ରରେ ମାଲକାନଗିରି ବସଷ୍ଟାଣ୍ଡ ଠାରେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ପ୍ରଥମେ ମହମବତୀ ଲଗାଇ ଏହି ମହମବତୀ ସୋଭା ଯାତ୍ରାକୁ ଉଦଘାଟନ କରିଥିଲେ। ଉକ୍ତ ସୋଭା ଯାତ୍ରାରେ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ତଥା ବିଡିଓ ଗୁଣନିଧି ନାୟକ, ମାଲକାନଗିରି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ, ପୂର୍ବତନ ଉପଜିଲ୍ଲାପାଳ ରଥିକୃଷ୍ଣ ପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, ବିଏସଏଫ ଡେପୁଟି କାମେଣ୍ଡେଟଂ କୃଷ୍ଣ ଚନ୍ଦ୍ର ନିଆଲ, ଅଧ୍ୟାପକ ରଂଜନ କୁମାର ସ୍ୱାଇଁ, ଗୋପାଳ ପଣ୍ଡା, ଜଗବନ୍ଧୁ ପଡିଆରୀ, ଜୟନ୍ତି ବରୁଦା, ଅମରେଶ ମହାନ୍ତି, ସୁଜିତ ପାଣିଗ୍ରାହୀ, ରାମକୃଷ୍ଣ ଭଂଜ, ଜି.ଶ୍ରୀ ନିବାସ ରାଓ, ବଳରାମ ଭଂଜ, କହ୍ନାଇ ସୁରନା, ଅନିଲ ଜୈନ, ଦିଲିପ ସୋମାନୀ, ଅନିଲ ଜୈନ, ମନୁସୁରନା ପ୍ରମୁଖଙ୍କ ସହ ବିଭିନ୍ନ କଲେଜର ଛାତ୍ର ଛାତ୍ରୀ, ଦିନଦୟାଲ ଉପାଧ୍ୟାୟ ତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀ, ଉଇକ୍ୟାନ ଯୁବ ଗୋଷ୍ଟି, ମାରଓ୍ୟାର୍ଡି ମଂଚ, ମହାଶ୍ୱରୀ ଯୁବସଂଗଠନ, ବରିଷ୍ଟ ନାଗରିକ, ସବୁ ରାଜନୈତିକ ଦଳର ନେତା କର୍ମୀ, ଜିଲ୍ଲାସ୍ତରୀୟ ସରକାରି ଅଧିକାରୀ ଓ କର୍ମଚାରୀ, ବୁଦ୍ଧିଜିବୀ, ସାମ୍ବାଦିକ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, , ସହର ବାସୀ ଓ ସାଧରଣ ନାଗରିକ ମାନେ ହାତରେ ଜଳନ୍ତା ମହମବତୀ ଧରି ସହିଦ ଯବାନ ଅମର ରହେ, ବନ୍ଦେ ମାତାରାମ, ଭାରତ ମାତାକି ଜୟ, ଜିନ୍ଦାବାଦ ପକାଇ ସୋଭା ଯାତ୍ରାରେ ସହର ପରିକ୍ରମା କରିଥିଲେ। ଅନରୁପ ଭାବେ ମାଲକାନଗିରି କୋର୍ଟସମ୍ମୁଖ ବାଲିମେଳା ଛକ ନିକଟରେ ମହାଶ୍ୱରୀ ଯୁବସଂଗଠନ ପକ୍ଷରୁ ବିନୋଦଂକୁମାର ଟାଓ୍ବାରୀଙ୍କ ନେତୃତ୍ବରେ ମହେଶ୍ବରୀ ଯୁବସଂଗଠନ ର ଶତାଧିକ ଯୁବ ଗୋଷ୍ଟି ସହିଦ ଯବାନଙ୍କ ସ୍ମୃତି ଉଦେଶ୍ୟରେ ମହମତୀ ଜାଳି ଶୋକସଭାର ଆୟୋଜନ କରିଥିଲେ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.