Home ଓଡ଼ିଶା ବଲାଙ୍ଗୀର ଜିଲ୍ଲା ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ ଚାଷୀଙ୍କ ଟଙ୍କା ହଡ଼ପ ନେଇ ଥାନାରେ ଏତଲା

ବଲାଙ୍ଗୀର ଜିଲ୍ଲା ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ ଚାଷୀଙ୍କ ଟଙ୍କା ହଡ଼ପ ନେଇ ଥାନାରେ ଏତଲା

134

ଟିଟିଲାଗଡ଼ ୨୧ ଜୁଲାଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଉପଖଣ୍ଡ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ସମିତି ଅଧୀନସ୍ତ ବଡ଼ତେନତେଲଖୁଣ୍ଟି ତଥା ମାଲିସିରା ସୋସାଇଟିର ଦୁଇ ଜଣ ସମ୍ପାଦକଙ୍କ ବ୍ୟାପକ ଦୁର୍ନୀତି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକାଶ ଯେ ଏହି ଦୁର୍ନୀତି ବିରୋଧରେ ମୁରିବାହଲ ଥାନାରେ ଏକ ଏତଲା ଦିଆଯାଇଛି। ଏହି ସରକାରୀ କେନ୍ଦ୍ର ସମବାୟ ସମିତି ତରଫରୁ ମୁରିବାହଲ ବ୍ଲକର ବଡ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ ସମ୍ପାଦକ ରେବନ୍ତ ସାହୁ ଓ ମାଲିସିରା ଗ୍ରାମ ପଞ୍ଚାୟତ ଦାଇତ୍ୱରେ ଥିବା ସମ୍ପାଦକ ପିତାମ୍ବର ବାଗ ଦ୍ୱୟ ଜାଲ ଦସ୍ତଖତ ଓ ଟିପ ଚିହ୍ନ ଦେଇ ଧାନ କିଣି ଟଙ୍କା ପ୍ରଦାନ କରିଥିବା ବେଳେ ପ୍ରକୃତ ଚାଷୀ ଆଜିସୁଧା ଧାନ ବିକ୍ରି କରିପାରି ନାହାନ୍ତି। ଏପରି କି ଚାଷୀଙ୍କୁ ମିଳିଥିବା କାର୍ଡ ବା ପରିଚୟ ପତ୍ର ମାନ ନିଜେ ନିଜ ମନଇଚ୍ଛା ନବୀକରଣ କରିବା ଓ ନିଜେ ଗଛିତ କରି ରଖି ସବ୍ସିଡି ଟଙ୍କା, ଧାନ ବିହନ କିଣା ଟଙ୍କା, ବୀମା ଟଙ୍କା ଆଦି ସମସ୍ତ ରାଶି ପ୍ରଦାନ ଦର୍ଶାଇ ହଡପ କରିଦେଇଥିବା ନେଇ ଚାଷୀ ଗୁରୁତର ଅଭିଯୋଗ କରି ସୁଦ୍ଧା ସୁଫଳ ପାଇପାରି ନ ଥିବା ଅଭିଯୋଗ କରିଛନ୍ତି। ଏପରି କି ମୁରିବାହଲ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଓ ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.