Home ଓଡ଼ିଶା ୨୯ କେଜି ଗଞ୍ଜେଇ ସହ ବୋଲେରୋ ମାକ୍ସ ପିକ୍ଅପ୍ ଜବତ ଦୁଇ ଚାଲାଣକାରୀ ଗିରଫ

୨୯ କେଜି ଗଞ୍ଜେଇ ସହ ବୋଲେରୋ ମାକ୍ସ ପିକ୍ଅପ୍ ଜବତ ଦୁଇ ଚାଲାଣକାରୀ ଗିରଫ

161

ବାଲିଗୁଡା ୨୦ ଜୁଲାଇ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ୨୯ କେଜି ଗଞ୍ଜେଇ ସହ ବୋଲେରୋ ମାକ୍ସ ପିକ୍ଅପ୍ ଜବତ କରିଛି କ.ନୂଆଗାଁ ପୋଲିସ। ଘଟଣାରେ ଦୁଇଜଣ ଚାଲାଣକାରୀ ଗିରଫ କରିବାସହ ଚାଲାଣକାରୀଙ୍କଠାରୁ ଗୋଟିଏ ମୋବାଇଲ ଫୋନ୍ ଓ ନଗଦ ୧୫୦୨୦ଟଙ୍କା ଜବତ କରିଛି ପୋଲିସ। ପୂର୍ବ ସୁଚନା ଅନୁଯାୟୀ କ.ନୂଆଗାଁ ପୋଲିସ ଥାନା ସମ୍ମୁଖରେ ଗାଡି ମୋଟର ଯାଞ୍ଚ କରୁଥିବାବେଳେ ଗଞ୍ଜେଇ ବୋଝେଇ ଗୋଟିଏ ବୋଲେରୋ ମାକ୍ସ ପିକ୍ଅପ୍ ଭ୍ୟାନ୍ କୁ ଧରିବାରେ ସକ୍ଷମ ହୋଇଥିଲା କ.ନୂଆଗାଁ ପୋଲିସ। ୨୯ କେଜି ଗଞ୍ଜେଇ ସହ ଚୋରା ଚାଲାଣରେ ବ୍ୟବହୃତ ଭ୍ୟାନ୍ କୁ ଜବତ କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଦୁଇ ଚାଲାଣକାରୀ ମହାସିଙ୍ଗି ଅଞ୍ଚଳର ଜହନ ଦିଗାଳ ଓ ପ୍ରଶାନ୍ତ ପ୍ରଧାନ ହୋଇଥିବା ଜଣାପଡିଛି। ମହାସିଙ୍ଗି ଅଞ୍ଚଳରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା ଏହି ଗଞ୍ଜେଇ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚାନ୍ଦମଣି ସିଂ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.