Home ଓଡ଼ିଶା ଗୋ ବଂଶ ମୃତ୍ୟୁ ଏବେ ଗୃହସ୍ଥଙ୍କ ପାଇଁ ଚିନ୍ତାର କାରଣ!

ଗୋ ବଂଶ ମୃତ୍ୟୁ ଏବେ ଗୃହସ୍ଥଙ୍କ ପାଇଁ ଚିନ୍ତାର କାରଣ!

178

ରାଉରକେଲା ୨୧ ଜୁଲାଇ (ଓଡ଼ିଆ ପୁଅ/ସୁବୋଧ ନାୟକ): ଦକ୍ଷିଣ ରାଉରକେଲା ଅଂଚଳରେ ଗୋମାଂସ ଚାଲାଣ ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ, ଏବେ ଦୁର୍ଘଟଣାରେ ଅଧିକାଂଶ ଗାଈଗୋରୁଙ୍କ ଜୀବନ ଅକାଳରେ ଝଡୁଥିବା ନେଇ ଗୃହସ୍ଥ ମାନଙ୍କ ପାଇଁ ଚିନ୍ତା ଓ ଉଦ୍ବେଗର କାରଣ ପାଲଟିଛି। ଅପରପକ୍ଷରେ ରାସ୍ତା ଦୁର୍ଘଟଣାରେ ବ୍ୟକ୍ତିର ମୃତ୍ୟୁ ହେଲେ କ୍ଷତିପୂରଣ ମିଳୁଥିବା ବେଳେ, ଗୋ ବଂଶର ଦୁର୍ଘଟଣାଜନିତ ମୃତ୍ୟୁ ଲାଗି ପ୍ରଶାସନ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଛି। ପ୍ରକାଶ ଥାଉକି, ଜାତୀୟ ରାଜପଥ-୧୪୩ରେ ବର୍ଷର ଅଧିକାଂଶ ସମୟରେ ସଡ଼କ ଦୁର୍ଘଟଣାରେ ଗୋରୁଗାଈଙ୍କ ଜୀବନ ଯାଉଛି। ଏକ ଆକଳନରୁ ଜଣାପଡ଼ିଛିଯେ, ବିଗତ ବର୍ଷରେ ପ୍ରାୟ ୨୦ରୁ ଉର୍ଦ୍ଧ ଗାଈ ସଡ଼କ ଦୁର୍ଘଟଶାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଜାତୀୟ ରାଜପଥରେ ବହୁ ସଂଖ୍ୟକ ଭାରିଯାନ ଯେପରି ଡମ୍ପର, ଟ୍ରଲର, ଟ୍ରକ ପ୍ରତିଦିନ ଚଳାଚଳ କରୁଥିବାରୁ ଏହା ଗାଈଗୋରୁଙ୍କ ପାଇଁ କାଳ ସାଜିଛି। ଗାଈଗୋରୁ ଜାତୀୟ ରାଜପଥର ଅନତିଦୂରରେ ଘାସ ଚରିବା ପରେ ରାସ୍ତା ଉପରକୁ ଆସି ଯିବାରୁ ଦୁର୍ଘଟଣାର ଶୀକାର ହେଉଛନ୍ତି। ସେହିପରି ରାସ୍ତା କଡ଼ର ନାଳରୁ ପାଣି ପିଇବା ପରେ ରାସ୍ତାକୁ ଆସିବା ଫଳରେ ଗାଇଗୋରୁ ଦୁର୍ଘଟଣାର ଶୀକାର ହେଉଛନ୍ତି। ବିଶେଷ କରି ଦିନ ଅପେକ୍ଷା ମଧ୍ୟରାତ୍ରୀ ପରେ ଜାତୀୟ ରାଜପଥ-୧୪୩ରେ ଦୁର୍ଘଟଣା ଅଧିକ ମାତ୍ରାରେ ଘଟି ଗାଈଗୋରୁଙ୍କ ଜୀବନ ଯାଉଛି! ଏହି ସମୟରେ ରାସ୍ତା ଫାଙ୍କା ଥିବା କାରଣରୁ ଭାରୀଯାନ ଚାଳକ ମାନେ ନିର୍ଦ୍ଧାରିତ ବେଗ ଠାରୁ ଦ୍ରୁତ ଗତିରେ ଗାଡ଼ି ଚାଳନା କରୁଥିବାରୁ ଏହାର ପ୍ରଭାବରେ ଗାଈଗୋରୁ ଆସି ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଅପରପକ୍ଷରେ ଗାଈଗୋରୁଙ୍କ ମୃତ୍ୟୁପରେ କୌଣସି ସହାୟତା ରାଶି ପ୍ରଶାସନ ପକ୍ଷରୁ ମିଳୁନଥିବାରୁ ଏହା ଗୃହସ୍ଥଙ୍କୁ ନିରାଶ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.