Home Coronavirus Outbreak କରୋନାଭାଇରସ୍ ପ୍ରଭାବ : ସିବିଏସ୍ଇ ପରେ ICSE ବୋର୍ଡ ଦଶମ, ଦ୍ୱାଦଶ ପରୀକ୍ଷା ସ୍ଥଗିତ

କରୋନାଭାଇରସ୍ ପ୍ରଭାବ : ସିବିଏସ୍ଇ ପରେ ICSE ବୋର୍ଡ ଦଶମ, ଦ୍ୱାଦଶ ପରୀକ୍ଷା ସ୍ଥଗିତ

545

ନୂଆଦିଲ୍ଲୀ ମାର୍ଚ୍ଚ ୧୯, ୨୦୨୦ (ଓଡ଼ିଆ ପୁଅ) ଭାରତରେ ନୋଭେଲ କରୋନାଭାଇରସ୍ ସଂକ୍ରମଣର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୭୦ ପହଁଚିଛି। ଏହାପରେ ICSE ବୋର୍ଡ ପରୀକ୍ଷା ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ କେତେକ ରାଜ୍ୟରେ ଧାରା ୧୪୪ ଲାଗୁ କରାଯାଇଛି।

କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ସିଏସ୍ଏସ୍ଇ) ମୁଖ୍ୟ କାର୍ଯ୍ୟନିର୍ବାହୀ ଗେରି ଆରାଥନ୍ କହିଛନ୍ତି ଯେ ପରୀକ୍ଷା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସୂଚନାଯୋଗ୍ୟଯେ, ବୁଧବାର ଦିନ ସିବିଏସ୍ଇ ପରୀକ୍ଷା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲା।

ସିବିଏସ୍ଇ ବୋର୍ଡ ସମେତ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲା ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ : ସିବିଏସ୍ଇ ବୋର୍ଡ ପରୀକ୍ଷାର ତାରିଖ ପୁନଃ ନିର୍ଦ୍ଧାରିତ ହେବ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.