Home Coronavirus Outbreak ସିବିଏସ୍ଇ ବୋର୍ଡ ସମେତ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲା ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ...

ସିବିଏସ୍ଇ ବୋର୍ଡ ସମେତ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲା ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ : ସିବିଏସ୍ଇ ବୋର୍ଡ ପରୀକ୍ଷାର ତାରିଖ ପୁନଃ ନିର୍ଦ୍ଧାରିତ ହେବ

295

ନୂଆ ଦିଲ୍ଲୀ ୧୮-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ ଅନ୍ୟ ସମସ୍ତ ବୋର୍ଡକୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଚାଲିଥିବା ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ବିଶ୍ୱବିଦ୍ୟାଳୟ ପରୀକ୍ଷା, ଜେଇଇ ସମେତ ଅନ୍ୟ ସମସ୍ତ ପରୀକ୍ଷା ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ଲର୍ଣ୍ଣି (NIOS) କୁ ମଧ୍ୟ ସ୍ଥଗିତ ରଖିବାକୁ କୁହାଯାଇଛି।

ସିବିଏସ୍ଇ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତ ତଥା ବିଦେଶର ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ଏବଂ ୧୯.୦୩.୨୦୨୦ ରୁ ୩୧.୩.୨୦୨୦ ମଧ୍ୟରେ ଧାର୍ଯ୍ୟ ହୋଇଥିବା ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡର ସମସ୍ତ ପରୀକ୍ଷା ତାରିଖ ୩୧ ମାର୍ଚ୍ଚ, ୨୦୨୦ ପରେ ପୁନଃ ସ୍ଥିର କରାଯିବ।। ”

ଅଭିଭାବକଙ୍କର ଚାପ ବଡ଼ିବାରୁ ସିବିଏସଇ ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା ଯେ ପରୀକ୍ଷା ଦେଉଥିବା ଛାତ୍ରମାନଙ୍କ ମଧ୍ୟରେ ୧ ମିଟର ଦୂରତା ନିଶ୍ଚିତ ହେବ।

COVID-19 ପରେ ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟରେ ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟଯେ, କେନ୍ଦ୍ର ସରକାର ଦେଇଥିବା ସଦ୍ୟତମ ସୂଚନା ଅନୁୟାୟୀ ଭାରତରେ ୧୫୧ ଟି କରୋନାଭାଇରସ୍ ମାମଲା ଆସିଛି। ଏଥିମଧ୍ୟରୁ ୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ତିନି ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.