Home ଓଡ଼ିଶା କଳିଙ୍ଗନଗରରେ ନୋଏଣ୍ଟ୍ରି ର ଭୟ ଦେଖାଉଥିବା ଅଧିକାରୀଙ୍କୁ କାରଖାନାରୁ ବାହର କଲେ ଶ୍ରମିକ

କଳିଙ୍ଗନଗରରେ ନୋଏଣ୍ଟ୍ରି ର ଭୟ ଦେଖାଉଥିବା ଅଧିକାରୀଙ୍କୁ କାରଖାନାରୁ ବାହର କଲେ ଶ୍ରମିକ

173

ଯାଜପୁର୧୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କଳିଙ୍ଗ ନଗର ଅଞ୍ଚଳରେ ଆଜି ଶ୍ରମିକ ଓ କର୍ମଚାରୀ ମାନେ ମିଳିତ ହୋଇ ଜଣେ ଅଧିକାରୀଙ୍କୁ କାରଖାନା ଗେର୍ଟ ବାହାକୁ ତଢିଦେବା ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ଲୋକଙ୍କୁ ନୋଏଣ୍ଟ୍ରି ର ଭୟ ଦେଖାଉଥିବା ଅଧିକାରୀଙ୍କୁ ଉତ୍ତ୍ୟକ୍ତ ଶ୍ରମିକମାନେ ଆଜି ଶ୍ରମିକ ଏବଂ କର୍ମଚାରୀ ମିଳିତ ଭାବେ ଫାଟକ ବାହାରେ ଛାଡିଥିଲେ ବୋଲି ୟୁନିଅନର ସଭାପତି ଅର୍ଜୁନ ପରିଡା , ପ୍ରମୋଦ ସିଂହ, ଯତୀନ୍ଦ୍ର ନାୟକ, ସଦାନନ୍ଦ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି। ରୋହିତ ଫେରୋଟେକ୍ କାରଖାନାରେ ଶ୍ରମିକ ଏବଂ କର୍ମଚାରୀଙ୍କର ଦୁଇ ମାସ ବାର ଦିନର ବକେୟା ଦରମା ନଦେବାକୁ ନେଇରୋହିତ ଫେରୋଟେକ୍ କାରଖାନା ପରିସରରୁ ମାନବ ସମ୍ବଳ ବିଭାଗ ମୁଖ୍ୟ ତଥା ଭିପି ଭରତ କୁମାର ମହାନ୍ତିଙ୍କୁ ତଡ଼ି ଦେଇଛନ୍ତି। ଶ୍ରୀ ମହାନ୍ତିଙ୍କୁ ବିଦା ନକରିବା ପାଇଁ କାରଖାନା ମୁଖ୍ୟ ରଞ୍ଜିତ କୁମାର ବର୍ଣୱାଲ୍ ୟୁନିଅନ କର୍ମକର୍ତ୍ତାଙ୍କୁ ବୁଝାସୁଝା କରିଥିଲେ। ଶ୍ରୀ ମହାନ୍ତିଙ୍କୁ ବିଦା ନକଲେ କାରଖାନା ବନ୍ଦ କରି ଦେବାକୁ ଶ୍ରମିକ ଏବଂ କର୍ମଚାରୀ ଧମକ ଦେଇଥିଲେ। ଶେଷରେ ଶ୍ରମିକଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇ ଭିପି ଶ୍ରୀ ମହାନ୍ତିଙ୍କୁ ଚାଲି ଚାଲି ଫାଟକ ବାହାରକୁ ଯିବାକୁ ପଡିଥିଲା। ଗତ ଫେବ୍ରୁଆରି ୭ ତାରିଖ ଠାରୁ ୧୩୨୮କୋଟି ଟଙ୍କା ଋଣରେ ବୁଡ଼ିଥିବା କାରଖାନାକୁ ବ୍ୟାଙ୍କ୍ ନିଜ ଅକ୍ତିଆରକୁ ନେଇସାରିଛି। ମାନବ ସମ୍ବଳ ବିଭାଗ ମୁଖ୍ୟ ତଥା ଭିପି ଭରତ ମହାନ୍ତିଙ୍କୁ ବକେୟା ଦରମା ବାବଦରେ ପଚାରିବାରୁ ଶ୍ରମିକଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦୁଇ ଦିନ ତଳେ ବକେୟା ଦରମା ପ୍ରଦାନ ପାଇଁ କେତେକ ଶ୍ରମିକ କାର‌୍ୟ୍ୟ ବନ୍ଦ କରିବାରୁ ଗତକାଲି ଠାରୁ କାରଖାନାକୁ ସବୁଦିନ ପାଇଁ ବନ୍ଦ କରି ଦେବାକୁ ଏକାକୀ ନିଷ୍ପତ୍ତି ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିବା ସୁଚନା ମିଳିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.