Home ଓଡ଼ିଶା ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ: ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ହଙ୍ଗମା; ପ୍ରକାଶ ମିଶ୍ର ହେଲେ...

ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ: ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ହଙ୍ଗମା; ପ୍ରକାଶ ମିଶ୍ର ହେଲେ ଅପମାନିତ, ନାଟର ଗୋବର୍ଦ୍ଧନ କିଏ?

882

କଟକ: “ସଙ୍ଗଠନ ପର୍ବ” ପାଳନ କରି ବିଜେପି ଆରମ୍ଭ କରିଛି “ସଦସ୍ୟତା ଅଭିଯାନ”।ଜୁଲାଇ ୬ ତାରିଖରୁ ଏହି “ସଦସ୍ୟତା ଅଭିଯାନ” ଦେଶବ୍ୟାପୀ ଆରମ୍ଭ ହୋଇଛି।ତଦ୍ଅନୁଯାୟୀ କଟକ ବିଜେପି ପକ୍ଷରୁ ୭ ତାରିଖରେ ଟାଉନ ହଲରେ ହେବାର ଥିଲା “ସଦସ୍ୟତା ଅଭିଯାନ” କାର୍ଯ୍ୟକ୍ରମ।ସମସ୍ତେ ପହଞ୍ଚି ବି ଯାଇଥିଲେ।କିନ୍ତୁ ସେଠି ଏପରି ହଙ୍ଗାମା ହେଲା, ଯେ ବରିଷ୍ଠ ନେତାମାନେ ଯିଏ ଜୁଆଡ଼େ ପଳାଇଲେ।ମହିଳା କାର୍ଯ୍ୟକର୍ତ୍ତା ତରବରିଆ ହୋଇ ସେଠାରୁ ଚାଲି ଯାଉଥିଲା ବେଳେ କହୁଥିଲେ, “ଲାଜ ଲାଗୁନି ତମକୁ, ବିଷ ଖାଇ ମରୁନ”।ହଲ ଭିତରେ ଠେଲାପେଲା, ଧକ୍କା ମରାମରି, ଗାଳିମନ୍ଦ, ଚେୟାର ଫିଙ୍ଗା ସବୁ କିଛି ଚାଲିଲା।ହଲ ଭିତର ଘଟଣା ବାହାରେ ବି ଘଟିଲା।କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା।ବଡ଼ କଥା,ପ୍ରକାଶ ମିଶ୍ର ମଧ୍ୟ ସେଠାରେ ଅପମାନିତ ହେଲେ।ରାଜ୍ୟ ସଦସ୍ୟତା ଅଭିଯାନ ସହ-ପ୍ରଭାରୀ ସାରଦା ଶତପଥିଙ୍କ ଉପସ୍ଥିତିରେ ଏସବୁ ଘଟିଲା।ନୟନ କିଶୋର ମହାନ୍ତି, ଦିଲ୍ଲୀପ ମଲ୍ଲିକ, ସମୀର ଦେ, ଲଲଟେନ୍ଦୁ ବଡ଼ୁ, ସ୍ମୃତି ପଟ୍ଟନାୟକ ଆଦି ସବୁ ସେଠାରେ ଥିଲେ।କେହି କିଛି କରିପାରିଲେ ନାହିଁ।

କି’ଏ ହେବ ବିଜେପି ରାଜ୍ୟ ସଭାପତି? କସରତ ଆରମ୍ଭ: ମୂଳ କଣ୍ଟା ତ’ ହଟିଯାଇଛି!

ବୋଲବମ ଯାତ୍ରାରେ କେବଳ ଭଜନ ହିଁ ବାଜିବ; ଯାତ୍ରା ମାର୍ଗରେ ରହିବନି ମଦ ଦୋକାନ କି କଂସେଇ ଖାନା

ପୂର୍ବରୁ ଦଳରୁ ନିଲମ୍ବିତ ହୋଇଥିବା ଚିତ୍ତ ରଞ୍ଜନ ଦାସ ଏବଂ ଲକ୍ଷ୍ମୀଧର ପ୍ରଧାନଙ୍କୁ ବୈଠକୁ ଡକାଯିବାକୁ ଯୁବ ମୋର୍ଚ୍ଚା ସଭାପତି ସୌମେନ୍ଦ୍ର ପଲେଇ ଏବଂ ଦେବୁ ଘୋଷ ବିରୋଧ କରିବାକୁ ନେଇ ଗଣ୍ଡଗୋଳ ଘଟିଥିଲା।ତେବେ ଏସବୁ ଗଣ୍ଡଗୋଳ ଭିତରେ କଟକର ଜଣେ ବରିଷ୍ଠ ନେତାଙ୍କୁ ନାଟର ଗୋବର୍ଦ୍ଧନ ବୋଲି କୁହାଯାଉଛି।ତେବେ, ଦଳ ଭିତରେ ତ’ ଯାହା ଘଟିଲା।କିନ୍ତୁ ଏବେ ଏବେ ଦଳକୁ ଆସିଥିବା ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କୁ ଅପମାନ, ବିଜେପି କହୁଥିବା ନିଜକୁ ଶୃଙ୍ଖଳିତ ଦଳ ଏବଂ ତା’ର ସଂସ୍କାରିତ କାର୍ଯ୍ୟକର୍ତ୍ତାଙ୍କ ପରିଚୟ ମିଳିଗଲା।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.