Home ଓଡ଼ିଶା ପ୍ରେମ ଆଗରେ ସବୁ ତୁଛ, ଭଲପାଇ ଯୁବକଙ୍କୁ ବିବାହ କଲେ ସିପ୍ରା କିନ୍ନର

ପ୍ରେମ ଆଗରେ ସବୁ ତୁଛ, ଭଲପାଇ ଯୁବକଙ୍କୁ ବିବାହ କଲେ ସିପ୍ରା କିନ୍ନର

3299

କୋଦଳା :୦୮/୦୭ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ। ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ। ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ ଭିନ୍ନ। ପ୍ରେମ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ହୋଇପାରେ।ତେବେ ସାଧାରଣତଃ ଭାବେ କିଶୋର କିଶୋରୀ ତଥା ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅଧିକ ଦେଖିବାକୁ ମିଳେ। କିନ୍ତୁ ପ୍ରେମ କରି ଜଣେ କିନ୍ନର ଜଣେ ଯୁବକଙ୍କ ସହିତ ବୈଦିକ ରୀତିରେ ବିବାହ ବନ୍ଧନରେ ଆବଦ୍ଧ ହେବା ଘଟଣା ଟିକେ ନିଆରା। ଏମିତି ଏକ ବିବାହ ଦେଖିବାକୁ ମିଳିଛି ଗଂଜାମ ବେଗୁନିଆପଡ଼ା ବ୍ଳକରେ।ଦୀର୍ଘ ଦିନ ଧରି ଭୁବନେଶ୍ବରରେ ରହୁଥିବା ସୁମଣ୍ଡଳର ସିପ୍ରା କିନ୍ନର କଟକ ଅଞ୍ଚଳର ଜଣେ ଯୁବକଙ୍କୁ ୬ ମାସ ଧରି ପ୍ରେମ କରିବା ପରେ ଉଭୟ ଉଭୟଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଶେଷରେ ଖଲ୍ଲିକୋଟ ନାରାୟଣୀ ମନ୍ଦିରରେ ସଂପୂର୍ଣ୍ଣ ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗିଛି।କେହି କେହି ଏହାକୁ ବାଚାଳାମି କହୁଥିବା ବେଳେ ଉଭୟ ପ୍ରେମୀ ଯୁଗଳ କିନ୍ତୁ ବେଶ୍ ଖୁସି ଅଛନ୍ତି। ପ୍ରେମ କେବଳ ନାରୀ ପୁରୁଷ କିମ୍ବା ଯୁବକ ଯୁବତୀଙ୍କୁ ହୋଇ ନଥାଏ। ଏହା ଜଣେ ବ୍ୟକ୍ତି ସହ ଆଉ ଜଣଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ବୋଲି କହିଛନ୍ତି ସିପ୍ରା କିନ୍ନର। ଏହାଛଡ଼ା ବାହା ହୋଇ ସ୍ବାମୀଙ୍କ ସହ ସୁଖ ସଂସାର କରିବା ପାଇଁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ଯୁବକ ଜଣକ ମଧ୍ୟ ସିପ୍ରା କୁ ଭଲ ପାଆନ୍ତି ଏବଂ ତାଙ୍କ ସହ ସାରାଜୀବନ କାଟିବାକୁ ଚାହୁଁଥିବା କଥା କହିଛନ୍ତି। ଭିନ୍ନ ଏକ ବିବାହ ଦେଖିବାକୁ ପୂଜାରୀଙ୍କ ସମେତ ସ୍ଥାନୀୟ ଲୋକେ ଜମା ହୋଇଥିବା ବେଳେ ଏହି ଅବସରରେ ଭୋଜିଭାତର ଆସର ମଧ୍ୟ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.