Home Top News ନିର୍ବାଚନ ଲଢ଼ିବାକୁ ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ୍: ସୁବାଷ ଚୌହାନଙ୍କ ପରେ ଚ୍ୟାଲେଞ୍ଜ୍ ଦେଲେ ଅରୁନ୍ଧତୀ ଦେବୀ!

ନିର୍ବାଚନ ଲଢ଼ିବାକୁ ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ୍: ସୁବାଷ ଚୌହାନଙ୍କ ପରେ ଚ୍ୟାଲେଞ୍ଜ୍ ଦେଲେ ଅରୁନ୍ଧତୀ ଦେବୀ!

109

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଚ୍ୟାଲେଞ୍ଜ୍ ଦେଇଛନ୍ତି ଦେବଗଡ଼ ରାଜା ତଥା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀ। ଧର୍ମେନ୍ଦ୍ର ପ୍ରଧାନ, ସୁବାଷ ଚୌହାନଙ୍କ ବଳି ପରେ ରାଜା ସାହେବଙ୍କ ରାଜନୀତିକ ବଳି ପକାଇବାକୁ ଚାହୁଁଛନ୍ତି ବୋଲି ସଙ୍ଗୀନ୍ ଅଭିଯୋଗ ଆଣି ଧର୍ମେନ୍ଦ୍ରଙ୍କୁ ସିଧାସଳଖ ଟାର୍ଗେଟ୍ କରି କୁଚକ୍ରି, ରୁଗ୍ଣ ମାନସିକଧାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ଆକ୍ଷେପ କରିଛନ୍ତି ଅରୁନ୍ଧତୀ ଦେବୀ। “ସାଂସଦଙ୍କୁ ବଦନାମ୍ କରି ତାଙ୍କ ସଂସଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ତମର ଲକ୍ଷ୍ୟ ଆମେ ସମସ୍ତେ ଜାଣିଛୁ। ଯଦି ଦମ୍ ଅଛି ତାହେଲେ ସାମ୍ନାରୁ ଲଢ଼ାଇ କର। କାପୁରୁଷ ପରି ପଛରୁ ଲଢ଼ାଇ କରନାହିଁ। ରାଜା ସାହେବଙ୍କୁ ଥରେ କହିଥାଆନ୍ତ, କି ସମ୍ବଲପୁର ସଂସଦ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛ, ରାଜା ସାହେବ ଖୁସି ଖୁସି ସିଟ୍ ଛାଡି ଦେଇଥାଆନ୍ତେ। ଏବେ ତ’ ବିଲକୁଲ୍ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ରାଜା ସାହେବଙ୍କ ସରଲତା ବହୁତ ଫାଇଦା ଉଠାଇ ନେଲ ଆଉ ନୁହେଁ।” ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଛନ୍ତି ଅରୁନ୍ଧତୀ ଦେବୀ। ନିଜ ବ୍ୟବହାରକୁ ସୁଧାର, ନହେଲେ ବହୁତ ମହଙ୍ଗା ପଡ଼ିବ ବୋଲି ଚେତାବନୀ ଦେବା ସହ ଅନ୍ୟ ରାଜ୍ୟରୁ ଦୟାରେ ରାଜ୍ୟସଭାକୁ ନଯାଇ, ଦମ୍ ଅଛି ତ’ ସମ୍ବଲପୁର ଲୋକସଭା ଆସନରୁ ଲଢ଼ି ଦେଖାଇବା ପାଇଁ ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ୍ ଦେଇଛନ୍ତି ରାଣୀ! ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବଜରଙ୍ଗ ଦଳ ପୂର୍ବତନ ରାଷ୍ଟ୍ରୀୟ ସଂଯୋଜକ, ଦିବ୍ୟଙ୍ଗତ ନେତା ସୁବାସ ଚୌହାନ, ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପୁର ଆସନରୁ ଲଢ଼ିବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆହ୍ୱାନ୍ କରିଥିଲେ!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.