Home ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି

ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି

157

ନୂଆଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ନେଇ ଜୁନ ୦୮, ୨୦୧୯ରେ ଭାରତ ଏବଂ ମାଳଦ୍ୱୀପ ସାଧାରଣତନ୍ତ୍ର ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି।
ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ନେଇ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି:-
୧. ଡାକ୍ତର, ଅଧିକାରୀ, ଅନ୍ୟାନ୍ୟ ବୃତିଗତ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ବିଶେଷଜ୍ଞ ମାନଙ୍କ ଅଦଳ ବଦଳ ଓ ପ୍ରଶିକ୍ଷଣ;
୨. ଚିକିତ୍ସା ଏବଂ ସ୍ୱାସ୍ଥ୍ୟଗତ ଗବେଷଣାରେ ବିକାଶ;
୩. ଔଷଧ ଏବଂ ଚିକିତ୍ସା ଉତ୍ପାଦକୁ ନେଇ ଆଇନ ଏବଂ ଏହି ବିଷୟକ ସୂଚନା ଅଦଳ ବଦଳ;
୪. ସଂକ୍ରାମକ ଏବଂ ଅଣ ସଂକ୍ରାମକ ରୋଗ;
୫. ଇ-ସ୍ୱାସ୍ଥ୍ୟ ଓ ଟେଲି ମେଡିସିନ;
୬. ପାରସ୍ପରିକ ନିଷ୍ପତି କ୍ରମେ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ।

ସହଯୋଗ ବିଷୟକୁ ନେଇ ଆଲୋଚନା କରିବା ପାଇଁ ଏବଂ ବୁଝାମଣା ପତ୍ରର କାର୍ଯ୍ୟକାରିତା ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.