Home Top News ଅମିତ ଶାହାଙ୍କ ଘୋଷଣା : କରୋନା ଟୀକାକରଣ ଶେଷ ହେବା ପରେ କାର୍ଯ୍ୟକାରୀ ହେବ CAA

ଅମିତ ଶାହାଙ୍କ ଘୋଷଣା : କରୋନା ଟୀକାକରଣ ଶେଷ ହେବା ପରେ କାର୍ଯ୍ୟକାରୀ ହେବ CAA

78

କୋଲକାତା ୧୧-୨ (ଓଡ଼ିଆ ପୁଅ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି ଯେ ପଶ୍ଚିମବଙ୍ଗର ମାତୁଆ ସମ୍ପ୍ରଦାୟ ସମେତ ଶରଣାର୍ଥୀମାନଙ୍କୁ CAA ଅଧୀନରେ ଭାରତୀୟ ନାଗରିକତ୍ୱ ପ୍ରଦାନ ପ୍ରକ୍ରିୟା କୋଭିଡ -୧୯ ଟୀକାକରଣ ଶେଷ ହେବା ପରେ ଆରମ୍ଭ ହେବ।

ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବିରୋଧୀଦଳ ବିଭ୍ରାନ୍ତ କରୁଥିବା ଅଭିଯୋଗ କରି ସେ କହିଛନ୍ତି ଯେ, ସଂଶୋଧିତ ନାଗରିକତ୍ୱ ଆଇନ କାର୍ଯ୍ୟକାରିତା ହେଲେ ଭାରତୀୟ ସଂଖ୍ୟାଲଘୁଙ୍କ ନାଗରିକତ୍ୱ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ଶାହା କହିଛନ୍ତି ଯେ ମୋଦୀ ସରକାର ୨୦୧୮ ରେ ପ୍ରତିଶୃତି ଦେଇଥିଲେ ଯେ ଏକ ନୂତନ ନାଗରିକତ୍ୱ ଆଇନ ଆଣିବ ବିଜେପି ଏବଂ ୨୦୧୯ ରେ ବିଜେପି କ୍ଷମତାକୁ ଆସିବା ମାତ୍ରେ ଏହି ପ୍ରତିଶ୍ରୁତି ପୂରଣ ହୋଇଛି।

କୋଭିଡ -୧୯ ମହାମାରୀ ହେତୁ ଏହା ୨୦୨୦ ରେ କାର୍ଯ୍ୟକାରୀ ହୋଇପାରି ନାହିଁ ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ”ମମତା ଦିଦି କହିଛନ୍ତି ଯେ ଆମେ ଭୁଲ ପ୍ରତିଶୃତି ଦେଉଛୁ। ସେ CAA କୁ ବିରୋଧ କରିବା ଆରମ୍ଭ କରି କହିଛନ୍ତି ଯେ ସେ ଏହାକୁ କେବେବି କାର୍ଯ୍ୟକାରୀ କରିବାକୁ ଦେବେ ନାହିଁ। ବିଜେପି ସବୁବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରେ। ଆମେ ଏହି ଆଇନ ଆଣିଛୁ ଏବଂ ଶରଣାର୍ଥୀମାନେ ନାଗରିକତ୍ୱ ପାଇବେ।”

ମାତୁଆ ସମ୍ପ୍ରଦାୟର ଗଡ଼ରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି, “କୋଭିଡ -୧୯ ର ଟୀକାକରଣ ପ୍ରକ୍ରିୟା ଶେଷ ହେବା ମାତ୍ରେ CAA ଅଧୀନରେ ନାଗରିକତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ।” ମାତୁଆ ସମ୍ପ୍ରଦାୟର ପୂର୍ବ ପାକିସ୍ଥାନର କମଜୋର ବର୍ଗର ହିନ୍ଦୁ ଅଟନ୍ତି, ଯେଉଁମାନେକି ବିଭାଜନ ପରେ ବାଂଲାଦେଶରୁ ଭାରତକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ନାଗରିକତ୍ୱ ପାଇଛନ୍ତି କିନ୍ତୁ ଏକ ବୃହତ ଜନସଂଖ୍ୟା ଏପର୍ଯ୍ୟନ୍ତ ନାଗରିକତା ପାଇ ନାହାଁନ୍ତି।

ଶାହ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ପରେ ମମତା ମୁଖ୍ୟମନ୍ତ୍ରୀ ରହିବେ ନାହିଁ ତେଣୁ CAA ର କାର୍ଯ୍ୟକାରିତାକୁ ଲାଗୁକରିବେନି ବୋଲି କହୁଛନ୍ତି କିପରି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.