Home କେନ୍ଦ୍ରାପଡ଼ା ବିଶ୍ୱ ରକ୍ତଦାତା ଦିବସରେ ଜୀବନବିନ୍ଦୁ ରକ୍ତଦାନ ଶିବିର

ବିଶ୍ୱ ରକ୍ତଦାତା ଦିବସରେ ଜୀବନବିନ୍ଦୁ ରକ୍ତଦାନ ଶିବିର

64

କେନ୍ଦ୍ରାପଡା ୧୪/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ପ୍ରତିବର୍ଷ ବିଶ୍ୱରେ ଜୁନମାସ ୧୪ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ରକ୍ତଦାନ ଜୀବନ ଦାନ। ରକ୍ତଦାତା ଜୀବନ ଦାତା। ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତା ଜରୁରୀ ଅଟେ। କରୋନା ମହାମାରୀ ସଙ୍କଟ ସମୟରେ ସ୍ୱେଛାକୃତ ଭାବେ ରକ୍ତଦାନ କରିବା ଆଜିର ଦିବସରେ ଏକ ପବିତ୍ର ଓ ମହାନ କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନରେ ଏବଂ ବିଧାୟକ ଶଶୀଭୂଷଣ ବେହେରାଙ୍କ ପରାମର୍ଶ କ୍ରମେ କରୋନା ଲକ ଡାଉନ ଜାରି ରହିଥିବା ବେଳେ ଜୀବନବିନ୍ଦୁ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଜାରି ରହି ରକ୍ତଭଣ୍ଡାରରେ ରକ୍ତର ଆବଶ୍ୟକତାକୁ ପୁରଣ କରିପାରିଛି ଜୀବନବିନ୍ଦୁ। ଆଜି ସଟଡାଉନ ଥିବା ବେଳେ ଏବଂ ପ୍ରତିକୂଳ ପାଗ ସତ୍ୱେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେଡକ୍ରସ ରକ୍ତଭଣ୍ଡାର ପରିସରରେ ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ସଂଯୋଜକ ରାଜେଶ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ଉଭୟ ଦମ୍ପତି ଶ୍ରୀ ପଣ୍ଡା ଓ ତାଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମିଶ୍ର ରକ୍ତଦାନ କରି ରକ୍ତଦାନ ଭଳି ଏକ ମହତ କାର୍ଯ୍ୟରେ ସାମିଲ ହେବାକୁ ଅନ୍ୟମାନଙ୍କୁ ପ୍ରେରଣା ଦେବା ସହ ସମାଜ ପାଇଁ ଏକ ନୂତନ ବାର୍ତ୍ତା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୈାରପାଳ ରୋସ୍ôନା ସାହୁ, ମନୋଜ କୁମାର ସାହୁ, ରମାକାନ୍ତ ମହାନ୍ତି, ସରିତସଙ୍ଗମ ସ୍ୱାଇଁ ପ୍ରମୁଖ ସ୍ୱେଛାକୃତ ରକ୍ତଦାନ କରିବା ସହ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ରକ୍ତ ଭଣ୍ଡାରର କର୍ମଚାରୀ ରାକେଶ କୁମାର ମିଶ୍ର, ଉମାକାନ୍ତ ନାୟକ, ରାଜୀବ ଲେଙ୍କାଙ୍କ ସହ ଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୧୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.