Home କେନ୍ଦ୍ରାପଡ଼ା କରୋନା ସଟଡାଉନ ଯୋଗୁଁ ରଜଉତ୍ସବ ଫିକାପଡିଲା

କରୋନା ସଟଡାଉନ ଯୋଗୁଁ ରଜଉତ୍ସବ ଫିକାପଡିଲା

61

କେନ୍ଦ୍ରାପଡ଼ା ୧୪/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କରୋନା ସଟଡାଉନ ହେତୁ ରଜ ଉତ୍ସବ ଫିକାପଡିଯାଇଥିବା ଦେଖାଯାଇଛି।ନା ହୋଇପାରୁଛି ରଜଦୋଳି ନା ହୋଇପାରୁଛିରଜଖଟି। ସବୁ ଯେମିତି ଏଥର ଫିକା ପଡିଯାଇଛି। ସଟଡାଉନରେ ରଜମଉଜ ସଂପୂର୍ଣ୍ଣ ଫିକା ହୋଇଯାଇଛି। ଓଡିଆଙ୍କ ଏହି ଗଣପର୍ବଟିର ସଜବାଜ ଓ ପ୍ରଥମ ରଜ ୨ଦିନ ଯାକ ସଟଡାଉନ ପଡିଯାଇଛି। କରୋନା ମହାମାରୀ ଯୋଗୁଁ ଏଥର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୋଳି ଖେଳ ହେବନି କି ନୂଆ ଚଳଚିତ୍ର ରିଲିଜ ହେବନି। ସେହିଭଳି ପାର୍କ, ସପିଂମଲ, ପର‌୍ୟ୍ୟଟନସ୍ଥଳି ସବୁ ବନ୍ଦ ରହିଛି। କୁଆଁରିମାନଙ୍କ ମନରେ ଆଉ ସୁହାଗ ନାହିଁ ରଜ ପାଇଁ। ଏସବୁ ସାଙ୍ଗକୁ ଲଗାଣ ବର୍ଷା ରଜପର୍ବକୁ ଆହୁରି ଫିକା କରିଦେଇଛି। ବର୍ଷାପାଣିରେ ଘରୁ ପଦାକୁ ବାହାରିବା ସମ୍ଭବ ହେଉନି। ରଜ ଭଳି ଗଣପର୍ବରେ କେତେ କଣ ଖୁସି ମନାଇଥାନ୍ତି ସେମାନେ। ଲୁଡୁଖେଳ, ତାସଖେଳ, ପୁଚିଖେଳ, ଦୋଳିଖେଳ, ପାଲିଖେଳ ଓ ବାଗୁଡି ଖେଳ ପ୍ରଭୃତି ବନ୍ଦ ହୋଇଯାଇଛି କରୋନା ପାଇଁ। ରଜରେ ଘରକୁ ଘର ବୁଲି କୁଆଁରିମାନେ ପିଠା ଖାଇବା ସହ ରଜ ପାନ ବାଂଟିଥାନ୍ତି। ସେସବୁ ଆଜି ବନ୍ଦ ହୋଇଯାଇଛି କରୋନା ଯୋଗୁଁ। ହେଲେ ଏସବୁ କଟକଣା ସତ୍ୱେ ସରକାରଙ୍କ ସମସ୍ତ ନିୟମ ଓ କଟକଣା ମାନି ଓଡିଆମାନେ ଏହି ଗଣପର୍ବକୁ ପାଳନ କରି ପିଠା ଓ ମିଠାଇଖାଇ ଘରେ ସୁରକ୍ଷିତ ରହି ରଜପର୍ବ ପାଳନ କରିବାକୁ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି। କିନ୍ତୁ ଗ୍ରାମାଚଂଳରେ ଏହି ଗଣପର୍ବ ପାଳନର ମଜା ନିଆରା ଥିବା ବେଳେ ଆଜି ସେସବୁ ଫିକା ପଡିଯାଇଛି। ଖାଲି ବିଧି ରଖିବାକୁ ଯେନତେନ ପ୍ରକାର ନୂଆ ଡ୍ରେସଟି ପିନ୍ଧି ଘର ଭିତରେ ରଜପର୍ବ ପାଳନର ବିଧିକୁ ରକ୍ଷାକରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.