Home ଓଡ଼ିଶା ନବବର୍ଷ ଅବସରରେ ବିଜେପି ରାଜ୍ୟ ସଭାପତିଙ୍କ ଉଗ୍ରତାରା ଦର୍ଶନ

ନବବର୍ଷ ଅବସରରେ ବିଜେପି ରାଜ୍ୟ ସଭାପତିଙ୍କ ଉଗ୍ରତାରା ଦର୍ଶନ

28

ଭୁବନେଶ୍ୱର: ନବବର୍ଷ ୨୦୨୩ ଏବଂ ଶାମ୍ବ ଦଶମୀ ଅବସରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର – ନୂଆଗଡ଼ ସ୍ଥିତ ମା’ ଉଗ୍ରତାରାଙ୍କ ପୀଠ ଦର୍ଶନ କରିଛନ୍ତି। ସମୀର ମହାନ୍ତିଙ୍କ ସହିତ ବିଜେପି ରାଜ୍ୟ ମିଡିଆ ସେଲ୍ ସହ ସଂଯୋଜକ ସୁଜିତ ଦାସ, ରାଜ୍ୟ ମୁଖପାତ୍ର ଠାକୂର ରଞ୍ଜିତ ସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡୟତରାୟ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ, କୋଷାଧ୍ୟକ୍ଷ ବିଶ୍ଵଜିତ ସ୍ୱାଇଁଙ୍କ ସମେତ ମଣ୍ଡଳ ସଭାପତି ତଥା ଯୁବନେତା ଆଲୋକ ରଞ୍ଜନ ଛୋଟରାୟ, ପୂର୍ଣଚନ୍ଦ୍ର କଳସ, ବିପିନ ପାଲଟାସିଂହ, ଶିବ ପ୍ରସାଦ ପ୍ରଧାନ ଏବଂ ରଘୁନାଥ ସାହୁ ପ୍ରମୂଖ ମା’ ଉଗ୍ରତାରାଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି। ମା’ ଉଗ୍ରତାରାଙ୍କ ଦର୍ଶନ କରି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟର କାମନା କରିଛନ୍ତି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.