Home ଜିଲ୍ଲା ପରିକ୍ରମା ଦୋଳିରେ ଛନ୍ଦି ହୋଇ ୮ ବର୍ଷର ନାବାଳକ ମୃତ

ଦୋଳିରେ ଛନ୍ଦି ହୋଇ ୮ ବର୍ଷର ନାବାଳକ ମୃତ

34

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ଅଭାବନୀୟ ପରିସ୍ଥିତିରେ ରଜଦୋଳିରେ ଛନ୍ଦି ହୋଇ ଜଣେ ୮ ବର୍ଷ ନାବାଳକର ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗେଲପୁର ପଂଚାୟତର ଗୋପବନ୍ଧୁପୁର ଗ୍ରାମନିବାସୀ ଦିନ ମଜୁରିଆ କାହ୍ନୁଚରଣ ମଲିକଙ୍କ ୮ ବର୍ଷର ପୁତ୍ର ପ୍ରିୟାଂଶୁ ଘରେ ଶାଢୀରେ ଲଗାଯାଇଥିବା ଦୋଳିରେ ଝୁଲୁଥିଲା । ଝୁଲୁଥିବା ଅବସ୍ଥାରେ ଶାଢୀଟି ତା ବେକରେ ଛନ୍ଦି ହୋଇଯିବାରୁ ସେ ଗୁରୁତର ହୋଇପଡିଥିଲା । ଘରେ ତାର ମା’ କାମ କରୁଥିବାରୁ ତାହା ଦେଖିପାରିନଥିଲେ । ପରବର୍ତ୍ତୀ ସମୟରେ ପ୍ରିୟାଂଶୁଙ୍କୁ ଗୁରୁତର ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଦିନ ମଜୁରିଆ କାହ୍ନୁଚରଣଙ୍କ ତାଙ୍କର ବଡପୁତ୍ର ଭିନ୍ନକ୍ଷମ ଅଟେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.