Home Coronavirus Outbreak ଜଣେ ବ୍ୟକ୍ତିର ଅହଙ୍କାର କାରଣରୁ ସାରା ଦେଶରେ କରୋନା ବ୍ୟାପିଲା – ଆତ୍ମନିର୍ଭର ଅର୍ଥାତ୍ ନିଜକୁ...

ଜଣେ ବ୍ୟକ୍ତିର ଅହଙ୍କାର କାରଣରୁ ସାରା ଦେଶରେ କରୋନା ବ୍ୟାପିଲା – ଆତ୍ମନିର୍ଭର ଅର୍ଥାତ୍ ନିଜକୁ ନିଜେ କରୋନାରୁ ବଞ୍ଚାନ୍ତୁ – ରାହୁଲ ଗାନ୍ଧୀ

446

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ସୋମବାର ସକାଳେ ରାହୁଲ ଗାନ୍ଧୀ ପୁଣି ଥରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ହଠାତ୍ ଲକଡାଉନ କରାଯିବାକୁ ନେଇ ସେ, ଟ୍ୱିଟ୍ କରି କହିଛନ୍ତି ଯେ, “ଏହି ସପ୍ତାହରେ କରୋନା ସଂକ୍ରମଣର ସଂଖ୍ୟା ୫୦ ଲକ୍ଷ ଏବଂ ୧୦ ଲକ୍ଷ ସକ୍ରିୟ ମାମଲା ଅତିକ୍ରମ କରିବ। ଅଣ ଯୋଜନାବଦ୍ଧ ଲକ୍ଡାଉନ୍ ହେଉଛି ଜଣେ ବ୍ୟକ୍ତିଙ୍କର ଅହଙ୍କାର, ଯେଉଁ କାରଣରୁ କରୋନା ସାରା ଦେଶରେ ବ୍ୟାପିଗଲା। ମୋଦୀ ସରକାର ଆତ୍ମନିର୍ଭରଶୀଳ ବୋଲି କହିଛନ୍ତି ଅର୍ଥାତ୍ ନିଜ ଜୀବନକୁ ନିଜେ ବଞ୍ଚାନ୍ତୁ କାରଣ ପ୍ରଧାନମନ୍ତ୍ରୀ ମୟୁର ସହିତ ବ୍ୟସ୍ତ ଅଛନ୍ତି।”

ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମୟୁରକୁ ଖାଦ୍ୟ ଦେଉଥିବାର ଚିତ୍ର ଏବଂ କେନ୍ଦ୍ର ସରକାର ଦେଇଥିବା ଆତ୍ମନିର୍ଭରଶୀଳ ସ୍ଲୋଗାନ ରହିଛି ସେ କ୍ଷେତ୍ରରେ, କରୋନାଭାଇରସର ୯୦, ୦୦୦ ରୁ ଅଧିକ ନୂଆ ମାମଲା ଦିନକୁ ଦିନ ଆସୁଥିବାରୁ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଏହିପରି ଭାବରେ ସମାଲୋଚନା କରିବାକୁ ପଛେଇ ନାହାଁନ୍ତି।

ସୂଚନାଯୋଗ୍ୟଯେ, ଆଜିବି ଦେଶରେ ୯୨, ୦୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୩୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮, ୪୬, ୪୨୮ କୁ ବୃଦ୍ଧି ପାଇଛି ଓ ୯, ୮୬, ୫୯୮ ସକ୍ରୀୟ ଥିବାବେଳେ ଏବଂ ୩୭, ୮୦, ୧୦୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୯, ୭୨୨ କୁ ବୃଦ୍ଧି ପାଇଛି।

ମୋଟ କରୋନା ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ଏବଂ ଭାରତରେ ପ୍ରତିଦିନ ନୂଆ ମାମଲା ଆସୁଛି।

ଆରମ୍ଭରୁ ହଠାତ୍ ଲକଡାଉନକୁ ରାହୁଲ ଗାନ୍ଧୀ ବିରୋଧ କରିଥିଲେ ଏବଂ ଅର୍ଥନୀତି ପାଇଁ ମଧ୍ୟ ଏକ ବଡ କ୍ଷତି ହେବାର ପୂର୍ବାନୁମାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.