Home Top News ଆଜିଠୁ ମନେରଖନ୍ତୁ ଡବଲ ହେଲମେଟ – ନହେଲେ ଗଣିବେ ତଣ୍ଡ

ଆଜିଠୁ ମନେରଖନ୍ତୁ ଡବଲ ହେଲମେଟ – ନହେଲେ ଗଣିବେ ତଣ୍ଡ

58

ଭୁବନେଶ୍ୱର ୧-୧ (ଓଡ଼ିଆ ପୁଅ) – ଆଜିଠାରୁ ରାଜ୍ୟରେ କଡାକଡି ହେଉଛି ଟ୍ରାଫିକ ନିୟମ। ଏଣିକି ଉଭୟ ଦୁଇଚକିଆ ମୋଟର ବାଇକ୍ ଚାଳକ ଏବଂ ପଛ ସିଟ୍‌ରେ ବସିଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବା ହେବ ଆଇନ ଅନୁଯାୟୀ ବାଧ୍ୟତାମୂଳକ। ଏହି ନିୟମ ନ ମାନିଲେ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବା ସହ ବାଇକ ଆରୋହୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କାଯିବ। ରାଜ୍ୟରେ ଦୁର୍ଘଟଣା କମାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟଯେ, ଏହି ନିୟମ ଅନ୍ୟ ରାଜ୍ୟରେ ପୂର୍ବରୁ କଡ଼ାକଡ଼ିଭାବେ ପାଳନ କରାଯାଉଥିବା ବେଳେ ଆମ ରାଜ୍ୟରେ ଆଜିଠୁ ଡବଲ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ତେବେ ସତର୍ଖ ହୋଇଯାଆନ୍ତୁ କେବଳ ହେଲମେଟ ନୁହେଁ, ମଦ୍ୟପାନ କରି ଗାଡି ଚଳାଇବା, ଦ୍ରୁତଗତିରେ ଗାଡି ଚଳାଇବା ଓ ବିନା ଇନସୁରାନ୍ସ ଓ ପଲ୍ୟୁସନ ପ୍ରମାଣପତ୍ର ବିନା ଗାଡି ଚଳାଇବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏଠାରେ ଆଶ୍ୱସ୍ତିକର ଖବର ହେଉଛିଯେ, ଲର୍ନର ଲାଇସେନ୍ସ ଥିବା ବ୍ୟକ୍ତିଙ୍କ ଡିଏଲ ମିଳିନଥିବାରୁ, ସେମାନଙ୍କ ପାଇଁ ଏହି ନିୟମକୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ କୋହଳ କରାଯାଇଛି।
ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ବାଇକ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଦ୍ୱାରା ହିଁ ରାଜ୍ୟରେ ଦୁର୍ଘଟଣା ହାର କମିବ। ଦୁଇ ଚକିଆ ଯାନରେ ଦୁର୍ଘଟଣା ହେବା ଆଶଙ୍କା ଅଧିକ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.