Home ଜିଲ୍ଲା ପରିକ୍ରମା ନୟାଗଡ଼ ପୌରପରିଷଦ ପକ୍ଷରୁ ଫିଟ୍ ଇଣ୍ଡିଆ ପଦଯାତ୍ରା

ନୟାଗଡ଼ ପୌରପରିଷଦ ପକ୍ଷରୁ ଫିଟ୍ ଇଣ୍ଡିଆ ପଦଯାତ୍ରା

43

ନୟାଗଡ଼, ୩୧ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌରପରିଷଦ ପକ୍ଷରୁ ଅଙ୍ଗୀକାର-୨୦୨୦ ଫିଟ୍ ଇଣ୍ଡିଆ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଜେନା ଏହାକୁ ଉଦ୍‌ଘାଟନ କରିଥିବାବେଳେ ପୁରୁଣାସହର ମା’ ଦକ୍ଷିଣକାଳୀ ମନ୍ଦିର ଠାରୁ ଏହି ପଦଯାତ୍ରା ବାହାରି ସହର ପରିକ୍ରମା କରି ପୌରପରିଷଦ ନିକଟରେ ପହଂଚିଥିଲା। ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀରକୁ ଫିଟ୍ ରଖିବା ପାଇଁ ସାଧ୍ୟମତେ ପ୍ରତ୍ୟହ ଯୋଗ, ବ୍ୟାୟାମ, ପ୍ରାଣାୟମ ଜାରି ରଖିବାକୁ ସ୍ଳୋଗାନ ମାଧ୍ୟମରେ ସଚେତନତା କରାଯାଇଥିଲା। ଏହି ପରିପ୍ରେକ୍ଷିରେ ପୌର କାର୍ଯ୍ୟାଳୟ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଜେନା ଯୋଗଦେଇ ଫିଟ୍ ରହିବା ପାଇଁ କିଛି ଟିପ୍ସ ଦେଇଥିଲେ। ସେ କହିଲେଯେ ସମନ୍ତେ ନିଜକୁ ଫିଟ୍ ରଖିପାରିଲେ ଦେଶ ଠିକ୍ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଆବାସ ଏକ୍ସପର୍ଟ ନିଗମ ମହାପାତ୍ର, ପରିମଳ ଏକ୍ସପର୍ଟ ବିବେକାନନ୍ଦ ପ୍ରଧାନ ଓ ସମସ୍ତ କର୍ମଚାରୀ ପଦଯାତ୍ରାରେ ସାମିଲ ଥିଲେ। ପୌରଯନ୍ତ୍ରୀ ବାଇଧର ରାଉତ ଧନ୍ୟବାଦ ଦେଇଥିଲା ବେଳେ କାର୍ଯ୍ୟକ୍ରମକୁ ଗଜେନ୍ଦ୍ର କୁମାର ମହାରଣା ସଂଯୋଜନା କରିଥିଲେ। ଓଡ଼ିଶା ସହରାଚଂଳ ଗୃହ ନିର୍ମାଣ ମିଶନ ସହଯୋଗରେ ଏହା ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.