Home ଆନ୍ତର୍ଜାତୀୟ U-19 ୱାର୍ଲ୍ଡ କପ: ତିନି ୱିକେଟରେ ହାରିଲା ଭାରତ – ବାଂଗ୍ଲାଦେଶ ପ୍ରଥମ U-19 ୱାର୍ଲ୍ଡ...

U-19 ୱାର୍ଲ୍ଡ କପ: ତିନି ୱିକେଟରେ ହାରିଲା ଭାରତ – ବାଂଗ୍ଲାଦେଶ ପ୍ରଥମ U-19 ୱାର୍ଲ୍ଡ କପ ଜୀତି ରଚିଲା ଇତିହାସ

454

ନୂଆ ଦିଲ୍ଲୀ/ପୋଚେଫଷ୍ରୁମ ୯-୨ (ଓଡ଼ିଆ ପୁଅ) ଆଇସିସିର ଏହା କ୍ରମାଗତଭାବେ ଦ୍ୱିତୀୟ ୱାର୍ଲ୍ଡ କପ ଫାଇନାଲ୍ ଥିଲା, ଯାହାକି ଦର୍ଶକମାନଙ୍କୁ ରୋମାଞ୍ଚକର ଚରମସୀମାରେ ପହଁଚାଇଥିଲା। ଇଂଲଣ୍ଡରେ ୨୦୧୯ ରେ ଖେଳାଯାଇଥିବା ୱାନଡେ ୱାର୍ଲ୍ଡ କପ ରୋମାଞ୍ଚକ ଥିଲା। ଭାରତ ଏବଂ ବାଂଗ୍ଲାଦେଶ ମଧ୍ୟରେ ଖେଳାଯାଇଥିବା ଅଣ୍ଡର ୧୯ କ୍ରିକେଟ ୱାର୍ଲ୍ଡ କପ ମ୍ୟାଚ୍ ମଧ୍ୟ ପ୍ରତିଟି ସମୟରେ ପ୍ରଶଂସକଙ୍କର ହାର୍ଟବିଟ୍ ବଢ଼ାଉଥିଲା। ପ୍ରତ୍ୟେକ ବଲ୍ ସହିତ ବଦଳୁଥିବା ବାଜି ମଧ୍ୟରେ ବାଂଗ୍ଲାଦେଶ ଭାରତକୁ ୩ ୱିକେଟ୍ ରେ ହରାଇ ପ୍ରଥମ ଥର କୌଣସି ବହୁଦେଶୀୟ ଟୁର୍ଣ୍ଣାମେଣ୍ଟ ଜୀତି ଇତିହାସ ରଚିଛି। ବର୍ଷା କାରଣରୁ ମ୍ୟାଚ୍ ପ୍ରଭାବିତ ହୋଇଥିଲା। ବାଂଗ୍ଲାଦେଶ ମ୍ୟାଚ୍ ରେ ଡକବର୍ଥ ଲୁଇସ୍ ନିୟମ ଅନୁଯାୟୀ ୪୨.୧ ଓଭର ୧୭୦ ରନ ବନାଇ ବିଜୟ ଲାଭ କରିଛି। ଟିମ ୨୩ ବଲ୍ ଥାଇ ଏହି ଲକ୍ଷ୍ୟ ହାସଲ କରିଛି। ବାଂଗ୍ଲାଦେଶର ଟିମ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଥିଲା, ଟିମ ଇଣ୍ଡିଆକୁ କେବଳ ଫାଇନାଲ୍ ରେ ହିଁ ହାର ମିଳିଛି।

ବାଂଗ୍ଲାଦେଶର ବିଜୟର ନାୟକ ଅଧିନାୟକ ଅକବର ଅଲୀ ଅଟନ୍ତି। ସେ ପ୍ରଥମେ ଟସ ଜୀତକରି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଭାରତୀୟ ଟିମ ପାଇଁ ୟଶସ୍ବୀ ଜୟସୱାଲଙ୍କୁ ଛାଡ଼ିକରି କୌଣସି ମଧ୍ୟ ବ୍ୟାଟ୍ସମ୍ୟାନ୍ କ୍ରୀଜରେ ତିଷ୍ଟିପାରିଲେ ନାହିଁ। ଟିମ ସମ୍ପୂର୍ଣ୍ଣ ୫୦ ଓଭର ଖେଳି ପାରିଲା ନାହିଁ। ୪୭.୨ ଓଭରରେ ୧୭୭ ରନ କରି ଅଲଆଉଟ୍ ହୋଇଯାଇଥିଲା। ଜୟସୱାଲ ସବୁଠାରୁ ଅଧିକ ୮୮ ରନ ବନାଇଥିଲେ। ଟିମର ୮ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିନଥିଲେ। ଏହାର ଜବାବରେ ବାଂଗ୍ଲାଦେଶ ପାଇଁ ଓପନର ପରବେଜ ହୁସେନ ଏମନ ୭୯ ବଲ୍ ରେ ୪୭ ରନ ବନାଇଥିଲେ, କିନ୍ତୁ ଟିମକୁ ବିଜୟର ଲକ୍ଷ ପର୍ଯ୍ୟନ୍ତ ପହଁଚାଇଥିଲେ ଅକବର ଅଲୀ। ଅଲୀ ୭୭ ବଲ୍ ରେ ୪୩ ରନ ବନାଇ କରି ନଟ୍ ଆଉଟ୍ ରହିଥିଲେ। ଏହି ଇନିଙ୍ଗ୍ସରେ ସେ ୪ଟି ଚୌକା ଏବଂ ୧ ଛକ୍କା ଲଗାଇଥିଲେ। ବାଂଗ୍ଲାଦେଶର ଟିମ ଯେତେବେଳେ ଜୀତିବାପାଇଁ ୧୫ ରନ ଦୂରରେ ଥିଲା ସେତେବେଳେ ବର୍ଷା ହୋଲା। ଲକ୍ଷକୁ କମ କରି ନିୟମାନୁସାରେ ୩୦ ବଲ୍ ରେ ୭ ରନ କରି ଦିଆଗଲା। ବର୍ଷା ବନ୍ଦ ହେବାପରେ ବାଂଗ୍ଲାଦେଶ ବିଜୟୀ ହେବାର ଔପଚାରିକତା ପୂରା କରାଗଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.