Home ଅପରାଧ ସରକାରୀ ବାବୁଙ୍କ ଖାମଖିଆଲି ନିତି ପାଇଁ ବାରମ୍ବାର ବିଦ୍ୟୁତ ଦୁର୍ଘଟଣା ବୃଦ୍ଧି ପାଉଛି !

ସରକାରୀ ବାବୁଙ୍କ ଖାମଖିଆଲି ନିତି ପାଇଁ ବାରମ୍ବାର ବିଦ୍ୟୁତ ଦୁର୍ଘଟଣା ବୃଦ୍ଧି ପାଉଛି !

240

ଗଞ୍ଜାମ ୧୦ା୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଗଞ୍ଜାମ ଜିଲ୍ଲା କନ୍ୟା ଘରକୁ ନିର୍ବନ୍ଧ ପାଇଁ ଯାଉଥିବା ବର ପକ୍ଷର ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କୁ ନେଇ ଯାଉଥିବା ବସ ଗୋଳନ୍ଥରା ଥାନା ଟୁଲୁ ରାସ୍ତାରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏକ ବଡ ଧରଣର ଦୁର୍ଘଟଣା ଘଟିଛି ଓ ସେଥିରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୪୦ ଜଣ ଆହତ ହୋଇଛନ୍ତି। ତେଲୁଗୁ ସମ୍ପ୍ରଦାୟର ସେହି ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୧୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଅନେକ ସମୟରେ ବିଦ୍ୟୁତ ବିତରଣ କମ୍ପାନୀର ଖାମଖିଆଲି କାର୍ଯ୍ୟ ଯୋଗୁ ମଣିଷ ଓ ହାତୀ ମୃତ୍ୟୁ ଘଟଣା ରାଜ୍ୟରେ ଏକ ସାଧାରଣ ଘଟଣା ପାଲଟିଛି।ଗୋଟିଏ ପଟେ ରାଜ୍ୟ ସରକାର ଅନୁକମ୍ପା ରାଶି ଘୋଷଣା କରି ହାତଗୋଡ ବାନ୍ଧି ବସିଯାଉଥିବା ବେଳେ ବିଦ୍ୟୁତ ବିତରଣ କମ୍ପାନୀ ଏସବୁ ଘଟଣାକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି।

 

ରାଜ୍ୟ ସରକାର ଏବଂ ଶକ୍ତି ବିଭାଗ ବିଦ୍ୟୁତ ବିତରଣ କମ୍ପାନୀ ବିରୋଧରେ ତ ପଦକ୍ଷେପ ନେବା ଦୂରର କଥା, ବରଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କୌଣସି ଆଖି ଦୃଷ୍ଟିଆ ଦଣ୍ଡ ବିଧାନ କରାଯାଉନାହିଁ। ଗତକାଲିର ଘଟଣାରେ ୧୧ କେଭି ତାର ଆବଶ୍ୟକ ଉଚ୍ଚତାଠାରୁ ବହୁତ ତଳେ ଝୁଲୁ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ସେମାନେ ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସାଉଥକୋ ବିଦ୍ୟୁତ ବିତରଣ କମ୍ପାନୀ ସେମାନଙ୍କ କଥା ଶୁଣିନଥିଲେ।ରାଜ୍ୟରେ ବିଦ୍ୟୁତ ବିତରଣ କରୁଥବା ସଂସ୍ଥାଗୁଡିକ ପାଖରେ ବ୍ୟାପକ ପରିମାଣର ସ୍ୱତନ୍ତ୍ର ପାଣ୍ଠି ରହିଥିବା ବେଳେ ଆନୁସଙ୍ଗିକ ବ୍ୟବସ୍ଥାର ବିକାଶ ପାଇଁ ଦୃଷ୍ଟି ନ ଦେବା ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି।ଗୋଟିଏ ପଟେ ଦାଇତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିଲେହେଁ କୈାଣସି ଆଖିଦୁର୍ଷିଆ ପଦକ୍ଷେପ ନନେବା ଓ ଦୁର୍ଘଟଣା ପରେ କୁମ୍ଭିର କାନ୍ଦଣା କାନ୍ଦିବା ପୁଣି ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି । ସ୍ଥାନୀୟ ଏସ୍‌ପି ବସ୍ ଦୁର୍ଘଟଣାପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏଭଳି ଦୁର୍ଘଟଣା ଦୁର୍ଭାଗ୍ୟ ବସତଃ ହୋଇଛି । ଏଥିରେ ୧୮ ଜଣ ଆହତଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ୯ ଜଣ ଗୁରୁତରଙ୍କୁ କଟକ ଏସ୍‌ସିବି ମେଡିକାଲରକୁ ସ୍ଥାନାନ୍ତର କରାଯାଇଛି । ଏହା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରେ ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ । ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇ ସାରିଛି । ଏହି ଘଟଣାରେ ଯାହାର ବି ଭୁଲ୍ ରହିଥିବା ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସପିଙ୍କ ଏପରି ବୟାନ ପରେ ଭୁଲ୍ କାହାର ତାହା ତଦନ୍ତ ପରେ ଜଣାପଡ଼ିବ । ସେହିପରି ଜିଲ୍ଲାପାଳ ଅମୃତ କୁଲାଙ୍ଗେ ନିଜର ପ୍ରତିକ୍ରିୟା ରଖିଛନ୍ତି  । ସେ କହିଛନ୍ତି ଏଭଳି ଦୁର୍ଘଟଣା ଦୁର୍ଭାଗ୍ୟ ବସତଃ ହୋଇଛି । ଏଥିରେ ଗୁରୁତର ୯ ଜଣଙ୍କୁ କଟକ ଏସ୍‌ସିବିକୁ ପଠାଯାଇଛି । ସ୍ଥାନୀୟ ଏମ୍‌କେସିଜି ମେଡିକାଲରେ ୯ ଜଣଙ୍କୁ ଭର୍ତ୍ତି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ଦିଆଯିବା ନେଇ ଘୋଷଣା କରାଯାଇଛି । ଏହାସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ରେଡ୍‌କ୍ରସ୍ ପକ୍ଷରୁ ସହଯୋଗ କରାଯାଉଛି । ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ବୋଲି ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.