ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ସାକ୍ଷାତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପ୍ରବକ୍ତା ବୈଜୟନ୍ତ ପଣ୍ଡା।ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଚଳିତ ବର୍ଷ ପ୍ରକାଶ ପାଇଥିବା ବୈଜୟନ୍ତଙ୍କର ପ୍ରଥମ ପୁସ୍ତକ “ଲୁଟିଏନ୍ସ ମାଭେରିକ” ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।
ସେହିପରି ଓଡିଶା ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ତାଙ୍କ ରଚିତ ଆତ୍ମଜୀବନୀ ପୁସ୍ତକ “ସଂଗ୍ରାମ ସରି ନାହିଁ” ଅର୍ପଣ କରିଛନ୍ତି।//ଦେବଦତ୍ତ